ଓଡ଼ିଶାରେ କରୋନା: ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଫେରିଛନ୍ତି ୪୫ ପ୍ରତିଶତ ରୋଗୀ

ଦେଶରେ ପ୍ରତି ୧୦୦ ସନ୍ଦିଗ୍ଧରେ ୪.୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଓଡ଼ିଶାରେ ୨୫୦ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ପଜିଟିଭ ହାର ୮.୪ ପ୍ରତିଶତ ଓ ମହାରାଷ୍ଟ୍ରରେ ୭ ପ୍ରତିଶତ ରହିଛି ।

ଓଡ଼ିଶାରେ କରୋନା: ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଫେରିଛନ୍ତି ୪୫ ପ୍ରତିଶତ ରୋଗୀ
ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ସହ ସ୍ବାସ୍ଥ୍ୟ କର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଓ ସନ୍ଦିଗ୍ଧଙ୍କ ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି ।
  • News18 Odia
  • Last Updated: April 30, 2020, 4:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ପାଞ୍ଚ ପ୍ରତିଶତ କରୋନା ସଂକ୍ରମିତଙ୍କର ବିଦେଶୀ ଲିଙ୍କ ରହିଛି ଓ ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଓଡ଼ିଶାକୁ ଫେରିଛନ୍ତି ୪୫ ପ୍ରତିଶତ ରୋଗୀ । ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୫୦ ପ୍ରତିଶତ ରୋଗୀ ।

ଗତ ୧୧ ଦିନରେ ଚିହ୍ନଟ ୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣଙ୍କର ପଶ୍ଚିମ ବଙ୍ଗ ଲିଙ୍କ ଅଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କରୋନା ଦିନକୁ ଦିନକୁ ଦିନ ବ୍ୟାପୁଥିବାରୁ ରାଜ୍ୟବାସୀଙ୍କୁ ସର୍ତକ ରହିବାକୁ ଅନୁରୋଧ କରିଛନ୍ତି ସରକାର ।

‘‘ପ୍ରଥମେ ସନ୍ତର୍ପଣରେ ଆସୁଥିବା କରୋନା ଭାଇରସ୍‌ ଏବେ ବିସ୍ଫୋରଣର ରୂପ ନେଉଛି । ଜାନୁଆରୀ ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସନ୍ତର୍ପଣରେ ଆସିଥିଲା କରୋନା । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସ୍ଥିତି ଭୟଙ୍କର ହୋଇଛି । ସେଠାରେ ୧୦ ଲକ୍ଷରୁ ଅଧିକ ଲୋକ ପଜିଟିଭ ଚିହ୍ନଟ ହେଲେଣି ଓ ୬୦,୦୦୦ ପ୍ରାଣ ଗଲାଣି । ବିଶ୍ବରେ ୨୧୦ଟି ଦେଶର ୨ ଲକ୍ଷ ୧୮ ହଜାରରୁ ଅଧିକ ଆକ୍ରାନ୍ତ ମୃତ ହୋଇଛନ୍ତି । ଓଡ଼ିଶାରେ ସଂଖ୍ୟା କମ୍ ଥିଲେ ବି ସତର୍କ ରହିବା ଉଚିତ,’’ କରୋନା ସ୍ଥିତିକୁ ନେଇ ଆଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ।

ରାଜ୍ୟରେ କରୋନା ପରୀକ୍ଷା ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଜାତୀୟ ହାରଠାରୁ ଅଧିକ ନମୁନା ପରୀକ୍ଷା ହୋଇଛି । ‘‘ଦେଶରେ ପ୍ରତି ୧୦ ଲକ୍ଷ ଲୋକରେ ୪୫୨ ନମୁନା ପରୀକ୍ଷା ହୋଇଛି । ଓଡ଼ିଶାରେ ପ୍ରତି ୧୦ ଲକ୍ଷ ଲୋକରେ ୬୬୬ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାରରେ ସାରା ଦେଶରେ ଓଡ଼ିଶାର ସ୍ଥିତି ସର୍ବନିମ୍ନ,’’ କହିଛନ୍ତି ପଣ୍ଡିତ ।

ଦେଶରେ ପ୍ରତି ୧୦୦ ସନ୍ଦିଗ୍ଧରେ ୪.୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଓଡ଼ିଶାରେ ୨୫୦ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ପଜିଟିଭ ହାର ୮.୪ ପ୍ରତିଶତ ଓ ମହାରାଷ୍ଟ୍ରରେ ୭ ପ୍ରତିଶତ ରହିଛି । ଲକ୍ଷଣହୀନ କରୋନା ରୋଗୀଙ୍କ ପ୍ରତି ସାବଧାନ ରହିବା ଉଚିତ । ରାଜ୍ୟର ୮୨ ପ୍ରତିଶତ କରୋନା ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନ ଥିଲା ।

୧୮ ପ୍ରତିଶତ ରୋଗୀ ଲକ୍ଷଣ ଦେଖାଦେବା ପରେ ଚିହ୍ନଟ ହୋଇଥିଲେ ବୋଲି କହିଛନ୍ତି ପଣ୍ଡିତ ।

ଗତ କାଲି ପର୍ଯ୍ୟନ୍ତ ରାଜ୍ୟରେ ଚିକିତ୍ସାରେ ଥିବା ୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ କାଶ ହେଉଥିଲା । ସୁସ୍ଥ ଦିଶୁଥିବା ଲୋକଙ୍କ ଠାରୁ ବି ସଂକ୍ରମଣର ଆଶଙ୍କା ଅଛି । ତେଣୁ ଅଧିକ ସଚେତନ ରହିବାକୁ ସରକାର କହିଛନ୍ତି ।
First published: April 30, 2020, 4:50 PM IST
corona virus btn
corona virus btn
Loading