ରାଜ୍ୟରେ କରୋନାର ଆକ୍ରମଣ ଜାରି ଅଛି; ଆଉ ୪,୧୮୦ ପଜିଟଭ ଚିହ୍ନଟ ହେଲେ, ଗଲା ୧୩ ଜୀବନ

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ ଜଣ ଓ କଟକରୁ ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନାର ଆକ୍ରମଣ ଜାରି ଅଛି; ଆଉ ୪,୧୮୦ ପଜିଟଭ ଚିହ୍ନଟ ହେଲେ, ଗଲା ୧୩ ଜୀବନ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 18, 2020, 2:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୪,୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥ୍ରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୨,୪୬୬ ଜଣ ଅଛନ୍ତି । ବାକି ୧,୭୧୫ ଜଣ ପଜିଟିଭ୍‌ ବ୍ୟକ୍ତି ସ୍ଥାନୀୟ ବାସିନ୍ଦା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆଉ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୮ ଜଣ ଓ କଟକରୁ ୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି  ୧ ଲକ୍ଷ ୩୩ ହଜାର ୪୬୬ ଜଣ ଆକ୍ରାନ୍ତ ଓ ଚିକିତ୍ସାଧୀନ ଅଛନ୍ତି ୩୭,୧୪୦ ଜଣ ।

୧୩ ଜଣ ମୃତକଙ୍କ ମଧ୍ୟରେ ଭୁବନେଶ୍ବର, କଟକ, ଗଜପତି, ବରଗଡ଼, ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଅଛନ୍ତି । ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି ।

ଖୋର୍ଦ୍ଧାର ୭୮ ବର୍ଷୀୟା ମହିଳା ମଧୁମେହରେ ପୀଡ଼ିତ ଥିଲେ । ପୁରୀର ୬୫ ବର୍ଷୀୟ ମୃତକ କରୋନାରି ଧମନି ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ବରର ମୃତକ ୪୯ ବର୍ଷୀୟ ପୁରୁଷ କିଡ୍‌ନି ରୋଗରେ ପୀଡ଼ିତ ଥିଲେ । ଗଜପତିର ୬୫ ବର୍ଷୀୟ ମୃତକ ମଧୁମେହରେ ପୀଡ଼ିତ ଥିଲେ । କନ୍ଧମାଳରର ୭୭ ବର୍ଷୀୟ ମୃତକ ଅନେକ ରୋଗରେ ପୀଡ଼ିତ ଥିଲେ । କଟକର ୬୫ ବର୍ଷୀୟା ମହିଳା ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ।

ପୁରୀ ଜିଲ୍ଲାରେ କରୋନା ଚିକିତ୍ସା କେନ୍ଦ୍ରରା ରୂପାନ୍ତରିତ ହୋଇଥିବା ଏକ ବିଦ୍ୟାଳୟ


ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ୫୪ ଜଣ, ଗଞ୍ଜାମ ଜିଲ୍ଲାରୁ ୫୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୩୩ ଜଣ, କୋରାପୁଟ ଜିଲ୍ଲାରୁ ୯୯ ଜଣ, ଭଦ୍ରକ ଜିଲ୍ଲାରୁ ୮୧ ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୦ ଜଣ, ପୁରୀ ଜିଲ୍ଲାରୁ ୧୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୭ ଜଣ ଓ ଯାଜପୁର ଜିଲ୍ଲାରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କନ୍ଧମାଳ ଜିଲ୍ଲାରୁ ୭୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୧ ଜଣ, ମାଲକାନଗିରି ଜିଲ୍ଲାରୁ ୫୩ ଜଣ, ଗଜପତି ଜିଲ୍ଲାରୁ ୨୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୬୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୬୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୫୫ ଜଣ, ବରଗଡ଼ ଜିଲ୍ଲାରୁ ୧୦୦ ଜଣ, ନୂଆପଡ଼ା ଜିଲ୍ଲାରୁ ୫୪ ଜଣ, ଦେବଗଡ଼ରୁ ୧୦ ଜଣ ଓ ବୌଦ୍ଧ ଜିଲ୍ଲାରୁ ୫୬ ଜଣ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହା ବି ପଢ଼ନ୍ତୁ | କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ

ଦେଶରେ ଦିନକରେ ୯୬,୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ହୋଇଛି । ଦିନକରେ ୧,୧୭୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୪,୩୭୨କୁ ବୃଦ୍ଧି ହୋଇଛି ।



ଏବେ ଦେଶରେ ୧୦ ଲକ୍ଷ ୧୭ ହଜାର ୭୫୪ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଦେଶରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୨ ହଜାର ୫୫୧କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୭,୪୭୨ ଜଣ ଆକ୍ରାନ୍ତ ।
Published by: Anand Shankar Thankur Das
First published: September 18, 2020, 2:15 PM IST
corona virus btn
corona virus btn
Loading