ରାଜ୍ୟକୁ Omicron ଭୟ ଘାରିଲା; ବିଦେଶରୁ ଫେରିଥିବା ୪୦% ଲୋକ ଏବେ ବି ଠାବ ହୋଇପାରୁ ନାହାଁନ୍ତି

40 pc of foreign returnees in Odisha are untraceable amid Omicron fear | ନଭେମ୍ବର ୨୪ ପରଠୁ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍ ବ୍ୟାପିଥିବା ଦେଶମାନଙ୍କରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ସମସ୍ତଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ପଠାଯାଇଛି ।

ଏବେ ସୁଦ୍ଧା ଆକ୍ରାନ୍ତ ରାଷ୍ଟ୍ରମାନଙ୍କରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । (ପ୍ରତୀକାତ୍ମକ ଛବି)

ଏବେ ସୁଦ୍ଧା ଆକ୍ରାନ୍ତ ରାଷ୍ଟ୍ରମାନଙ୍କରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍‌ ବ୍ୟାପିଥିବା ଦେଶମାନଙ୍କରୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଠାବ ହୋଇପାରୁନାହାନ୍ତି । ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ଆକ୍ରାନ୍ତ ରାଷ୍ଟ୍ରମାନଙ୍କରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । ଏୟାରଲାଇନ୍‌ ପୋର୍ଟାଲରେ ଭୁଲ୍‌ ଫୋନ୍‌ ନମ୍ବର୍‌ ଓ ଭୁଲ୍‌ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ଜଣାପଡ଼ିଛି ।

ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ୍‌ ବ୍ୟବସ୍ଥା ଥିବାରୁ ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ସେଥି ପାଇଁ ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ । ବର୍ତ୍ତମାନ ସୁଦ୍ଧା କୌଣସି ବିଦେଶ ଫେରନ୍ତା ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡି଼ନି । କିନ୍ତୁ ଠାବ ହୋଇପାରୁ ନ ଥିବା ଆକ୍ରାନ୍ତମାନେ ଏବେ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ନଭେମ୍ବର ୨୪ ତାରିଖ ପରଠୁ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍‌ ବ୍ୟାପିଥିବା ଦେଶମାନଙ୍କରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ସମସ୍ତଙ୍କ ନମୁନା ଜିନମ୍‌ ସିକ୍ୱେନ୍ସିଂ ଲାଗି ଆଇ.ଏଲ୍‌.ଏସ୍‌.କୁ ଆସିଛି ବୋଲି ସୂଚନା ଦେଇଛନ୍ତି ଆଇ.ଏଲ୍‌.ଏସ୍‌. ନିର୍ଦ୍ଦେଶକ ଡକ୍ଟର୍‌ ଅଜୟ ପରିଡ଼ା ।

‘‘ଏହା ପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ଜଣ ପଜିଟିଭ୍‌ ବ୍ୟକ୍ତିଙ୍କ ନମୁନାର ଜିନମ୍‌ ସିକ୍ୱେନ୍ସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇ ନାହିଁ,’’ କହିଛନ୍ତି ଡଃ ପରିଡ଼ା।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଉଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ‘‘ରାଜ୍ୟରେ ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇ କାହାର ମୃତ୍ୟୁ ହୋଇଥିବା ଏ ଯାଏଁ ସାମନାକୁ ଆସିନି । ହେଲେ ଏହାକୁ ନେଇ ଚିନ୍ତା ଲାଗି ରହିଛି । ଏହା କେତେ କ୍ଷୀପ୍ର ବେଗରେ ଅନ୍ୟକୁ ସଂକ୍ରମିତ କରୁଛି ତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପରୀକ୍ଷା ନିରୀକ୍ଷା ଚଳାଇଛି । ଆସନ୍ତା ପାଞ୍ଚରୁ ସାତ ଦିନ ମଧ୍ୟରେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଜାଗାରୁ ସେ ଜାଗା

‘‘ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ତା’ ଦ୍ୱାରା ଖୁବ୍‌ ସହଜରେ ସେମାନଙ୍କ ଟ୍ରେସିଂ କରାଯାଇ ପାରିବ । ତା’ ସହିତ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ବି କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଓମିକ୍ରନକୁ ନେଇ ଭୟ କରିବାର ନାହିଁ । କେବଳ ସତର୍କ ରହିବାର ଅଛି । ଟିକାକରଣକୁ ଜୋରଦାର କରାଯାଉଛି,’’ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ଏହା ଗୋଟିଏ ଡାଇନାମିକ୍‌ ପ୍ରୋସେସ୍‌ । କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି ତାହା ଜିଲ୍ଲାମାନଙ୍କୁ ପଠା ଯାଉଛି । ପ୍ରତି ଜିଲ୍ଲାରେ ଖୋଜା ଚାଲିଛି । ଲୋକେ ଏଥିରେ ସହଯୋଗ କରିବା ଦରକାର । ଓମିକ୍ରନ ପାଇଁ ସରକାର ଚିନ୍ତିତ ଅଛନ୍ତି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ

ଓମିକ୍ରନ୍‌ ଆକ୍ରାନ୍ତ ଦେଶମାନଙ୍କରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ପ୍ରୋଟୋକାଲ ଜାରି କରିଛନ୍ତି । ସେମାନେ ରାଜ୍ୟରେ ପହଞ୍ଚିବା ପରେ ସାତ ଦିନ ସଙ୍ଗରୋଧରେ ରହିବା ପରେ ଅଷ୍ଟମ ଦିନ ସେମାନଙ୍କର ଟେଷ୍ଟ କରାଯିବ । ପଜିଟିଭ୍‌ ବାହାରିଲେ ଜିନମ୍‌ ସିକ୍ବେନସିଂ କରାଯିବ ।

ଏହା ବି ପଢ଼ନ୍ତୁ | Train Accident: ଚଳନ୍ତା ଟ୍ରେନ୍ ଉପରେ ପଡ଼ିଲା ପଥର, ଛିଟକି ପଡ଼ିଲେ ୫ଟି ଡବା; ବଡ଼ ଦୁର୍ଘଟଣାରୁ ଟଳିଲା

‘‘ବର୍ଷା ଓ ବାତ୍ୟା ସତ୍ତ୍ୱେ ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକୁ ଛାଡ଼ି ଅନ୍ୟ ଜିଲ୍ଲାରେ ଟିକାକରଣ ଚାଲୁ ରହିଥିଲା । ଗତ କାଲି ରବିବାର ରହିଥିଲେ ବି ଟିକାକରଣ ଚାଲିଥିଲା । ଏ ପର୍ଯ୍ୟନ୍ତ ଆମେ ରାଜ୍ୟରେ ୪ କୋଟି ୪୫ ଲକ୍ଷ ଡୋଜ୍‌ ଟିକା ଦେଇସାରିଲୁଣି । ରାଜ୍ୟରେ ଜନସଂଖ୍ୟାର ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ୍‌ ନେଇସାରିଲେଣି । ୫୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ସମସ୍ତଙ୍କୁ ମାସ ଶେଷ ସୁଦ୍ଧା ଟିକା ଦିଆଯିବ,’’ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପଣିଗ୍ରାହୀ ।
Published by:Anand S.T. Das
First published:
)}