ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା; ଆହୁରି ୫୭୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ

ରାଜ୍ୟରେ କରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏଥିରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୦ ଜଣ ଅଛନ୍ତି । ରାଜ୍ୟରେ ଆହୁରି ଭୟାବହ ହୋଇଚାଲିଛି କରୋନା ସଂକ୍ରମଣ ।

ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା; ଆହୁରି ୫୭୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ନେଇଛି ଆହୁରି ଚାରି ଜଣ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମ ଜିଲ୍ଲାରେ ତିନି ଜଣ ଓ ଭଦ୍ରକ ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଆହୁରି ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ମୃତକଙ୍କ ବୟସ ଯଥା କ୍ରମେ ୬୫, ୬୩ ଓ ୫୮ ବର୍ଷ । ଗଞ୍ଜାମର ୬୫ ବର୍ଷୀୟ ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୬୩ ବର୍ଷୀୟ ପୁରୁଷ ମଧ୍ୟ ମଧୁମେହ ରୋଗରେ ପୀଡ଼ିତ ଥିଲେ । ୫୮ ବର୍ଷୀୟ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ । ଆଜିର ଏହି ତିନି ମୃତକଙ୍କୁ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।

ଭଦ୍ରକ ଜିଲ୍ଲାରେ ଆଜି ପ୍ରଥମ ଜୀବନ ନେଇଛି କରୋନା ଭାଇରସ । ମୃତକଙ୍କ ବୟସ ୫୮ ବର୍ଷ । ସେ ମଧୁମେହ ଓ କିଡ୍‌ନି ରୋଗରେ ପୀଡ଼ିତ ଥିଲେ । ଆଜିର ଏହି ଚାରି ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ୫୭୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୧୬ ଜଣ ଅଛନ୍ତି । ବାକି ୧୬୧ ଜଣ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮, ବାଲେଶ୍ବରରୁ ୩୦, ଗଜପତିରୁ ୧୭, କଟକ ଓ ମୟୂରଭଞ୍ଜରୁ ୧୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: ୮ ଜଣ ପୋଲିସ କର୍ମୀଙ୍କ ହତ୍ୟାକାରୀ UP ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମଧ୍ୟ ପ୍ରଦେଶରେ ଗିରଫ ହେଲା

ଯାଜପୁରରୁ ୯, ଜଗତସିଂହପୁର ଓ ଅନୁଗୁଳରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୬, ପୁରୀ ଓ ବୌଦ୍ଧରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ ଲେଖାଏଁ, ଭଦ୍ରକରୁ ୨, ଝାରସୁଗୁଡ଼ା ଓ କନ୍ଧମାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭,୦୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୧୨୮ ଜଣ ଚିକିତ୍ସିତ ହେଉଛନ୍ତି ।
Published by: Anand Shankar Thankur Das
First published: July 9, 2020, 3:25 PM IST
corona virus btn
corona virus btn
Loading