ଆଉ ୪ କରୋନା ପଜିଟିଭ୍ ଯାଜପୁରରେ ଚିହ୍ନଟ, ସମସ୍ତେ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ପରିବାରର

ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତିନିଟି ବ୍ଲକର ନଅଟି ପଞ୍ଚାୟତର ୩୧ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ନେଇ ସେଠାରେ ସଟଡାଉନ ବଳବତ୍ତର ରଖାଯାଇଛି । ପ୍ରଥମ ଥର ପାଇଁ ଏକ ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ପଞ୍ଚାୟତରେ ସଟଡାଉନ ଘୋଷଣା କରି କାର୍ଯ୍ୟକାରୀ କରିଛନ୍ତି ।

ଆଉ ୪ କରୋନା ପଜିଟିଭ୍ ଯାଜପୁରରେ ଚିହ୍ନଟ, ସମସ୍ତେ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ପରିବାରର
ଘରେ ଘରେ ବୁଲି ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି ।
  • News18 Odia
  • Last Updated: April 23, 2020, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ଚାରି ଜଣ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବାସିନ୍ଦା ଓ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ପରିବାର ସଦସ୍ୟ । ଏମାନଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଜଣେ ପୁରୁଷ । ଯାଜପୁର ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି ।

ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ବି ଆସିଛି । ପୁଣି ଜଣେ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଏହି ବ୍ୟକ୍ତି ଜଣକ ଭୁବନେଶ୍ବରର ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩୩ ଜଣ ଆକ୍ରାନ୍ତ । ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୫୩ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର, ଦଶରଥପୁର ଓ କୋରାଇ ବ୍ଲକର ନଅଟି ପଞ୍ଚାୟତର ୩୧ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ନିଆଯିବା ସହ ଏସବୁ ଗାଁରେ ସଟଡାଉନ ବଳବତ୍ତର ରହିଛି । ଏପରି ସ୍ଥଳେ ପ୍ରଥମ ଥର ପାଇଁ ଏକ ଗ୍ରାମ ପଞ୍ଚାୟତର ଜଣେ ସରପଞ୍ଚ ନିଜ ପଞ୍ଚାୟତରେ ସଟଡାଉନ ଘୋଷଣା କରି କାର୍ଯ୍ୟକାରୀ କରିଛନ୍ତି ।

ଗାଁମାନଙ୍କରେ ଲୋକେ ଗାଁ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି ।


ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା ପରେ ପ୍ରଥମ ଥର ପାଇଁ ଯାଜପୁର କୋରାଇ ବ୍ଲକର ବରୁଣ୍ଡାଇ ପଞ୍ଚାୟତରେ ସରପଞ୍ଚ ନିଜେ ଏ ଅଞ୍ଚଳକୁ ସଟଡାଉନ ଘୋଷଣା କରିଥିବା ଦେଖିବାକୁ ମିଳିଛି । ଫଳରେ ପଞ୍ଚାୟତର ବିଭିନ୍ନ ରାସ୍ତାକୁ ସିଲ କରିବା ସହ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଛନ୍ତି । ରାସ୍ତାଘାଟ ସାନିଟାଇଜ୍ କରିବା ସହ ବାହାରକୁ ଆସୁଥିବା ଲୋକଙ୍କୁ ଗାଁ ଭିତରେ ପୁରାଇ ଦେଉନାହାନ୍ତି ।

ବାହାରୁ ଫେରିଥିବା ଲୋକଙ୍କ ପାଇଁ କ୍ବାରେନଟାଇନ୍ ସେଣ୍ଟର ପ୍ରସ୍ତୁତ ରଖାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।  ସୂଚନା ମୁତାବକ ଏହାର ପାଖ ପଞ୍ଚାୟତ ମୁକୁନ୍ଦପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ବରୁଣ୍ଡାଇ ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ପ୍ରଶାସନିକ ନିୟମ ଅନୁସାରେ ସମଗ୍ର ଅଞ୍ଚଳରେ ସରପଞ୍ଚ ନିଜ ସହକର୍ମୀ ଯଥା ୱାର୍ଡ ମେମ୍ବର, ସ୍ଥାନୀୟ ବଜାର କମିଟି ସଦସ୍ୟ ଓ କର୍ମକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଯୁବକମାନଙ୍କ ସହଯୋଗ ନେଇ ସଟଡାଉନକୁ କାର୍ଯ୍ୟକାରୀ କରିଥିବା ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରେ କୋରୋନା ସଂକ୍ରମଣର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବା ଓ ଏହାର ସଦୁପଯୋଗ କରିବା ଲକ୍ଷ୍ୟରେ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହା ଅନ୍ୟମାନଙ୍କପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।
First published: April 23, 2020, 5:12 PM IST
corona virus btn
corona virus btn
Loading