ଭଦ୍ରକ ଜିଲ୍ଲାରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ହେଲା

ଏମାନେ ସମସ୍ତେ ପଶ୍ଚିମ ବଙ୍ଗ ଫେରନ୍ତା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଧାମନଗର ବାସିନ୍ଦା ଓ ଆଉ ଦୁଇ ଜଣ ତିହିଡ଼ି ବ୍ଲକର ବାସିନ୍ଦା । ଭଦ୍ରକ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬ ହୋଇଛି ।

ଭଦ୍ରକ ଜିଲ୍ଲାରେ ଆଉ ୪ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ହେଲା
ଭଦ୍ରକ ସହରରେ ୬୦-ଘଣ୍ଟିଆ ଲକଡାଉନ ବେଳେ ରାସ୍ତାରେ ପୋଲିସ କର୍ମୀମାନେ ଚାଲିଛନ୍ତି ।
  • News18 Odia
  • Last Updated: April 24, 2020, 5:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ଆଜି ଆଉ ଚାରି ଜଣ କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଧାମନଗର ବାସିନ୍ଦା ଓ ଆଉ ଦୁଇ ଜଣ ତିହିଡ଼ି ବ୍ଲକର ବାସିନ୍ଦା । ଏମାନେ ସମସ୍ତେ ପଶ୍ଚିମ ବଙ୍ଗ ଫେରନ୍ତା । ଏଥି ସହ ଭଦ୍ରକ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬ ହୋଇଛି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଚାରି ଜଣ ଯାକ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୨୪, ୨୯, ୪୦ ଓ ୪୧ ବର୍ଷ । ଆଜି ସକାଳେ ଭଦ୍ରକ ଜିଲ୍ଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି ।

ଭଦ୍ରକରେ ସ୍ଥିତି ସାଙ୍ଘାତିକ ରହିଛି । କାଲି (ଗୁରୁବାର) ରାତି ୧୦ଟାରୁ ଜିଲ୍ଲାରେ ୬୦-ଘଣ୍ଟିଆ ସଟଡାଉନ୍ ଲାଗୁ ହେବା ପରେ ପୂରା ସହର ଖାଁ ଖାଁ ଲାଗୁଛି । ରାସ୍ତାଘାଟ ଶୂନଶାନ୍ ଅଛି । ଅତ୍ୟାବଶ୍ୟକ ସେବା ଓ ମାଲ ପରିବହନରେ ନିୟୋଜିତ ଯାନକୁ ଛାଡ଼ି ଦେଲେ କୌଣସି ଗାଡ଼ି ଚଳାଚଳ କରୁନାହିଁ । ପ୍ରଶାସନ ଦ୍ବାରା ଅନୁମୋଦିତ କିଛି ଔଷଧ ଦୋକାନ ଖୋଲିଛି ।

ଭଦ୍ରକ ଜିଲ୍ଲାରେ ସ୍ଥିତି ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବରିଷ୍ଠ ସଚିବ ସୁଶୀଲ କୁମାର ଲୋହାନୀ ଓ ଏ.ଡି.ଜି. (ଏନ୍‌ଫୋର୍ସମେଣ୍ଟ) ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚିଛନ୍ତି । ଏହି ଦୁଇ ଅଧିକାରୀ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଜ୍ଞାନ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଭଦ୍ରକର ପଡ଼ୋଶୀ ବାଲେଶ୍ବର ଜିଲ୍ଲାରେ ବି ସଟଡାଉନ୍ ବଳବତ୍ତର ଅଛି । ପୂରା ବାଲେଶ୍ୱର ସହରରେ ଛାଇ ଯାଇଛନ୍ତି ପୋଲିସ । ଆଜି ସକାଳୁ ସହରରେ ପୋଲିସ କରିଛି ଫ୍ଲାଗମାର୍ଚ୍ଚ । ଲୋକଙ୍କୁ ଘର ନ ବାହାରିବାକୁ ପୋଲିସ କରିଛି ତାଗିଦ୍ । ପୂରା ରାସ୍ତାଘାଟ ଖାଁ ଖାଁ । ସେପଟେ ସହରକୁ ସାନିଟାଇଜ୍ କରାଯାଉଛି । ସାନିଟାଇଜ୍ ପ୍ରକ୍ରିୟାରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ।

ପୂରା ବାଲେଶ୍ୱର ଜିଲ୍ଲାରେ ୪୦ଟି ଔଷଧ ଦୋକାନ ଓ ୧୨ଟି ପେଟ୍ରୋଲ ପମ୍ପ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ସେ ଭିତରୁ କେବଳ ବାଲେଶ୍ବର ସହରରେ ଗୋଟିଏ ପେଟ୍ରୋଲ ପମ୍ପ ଖୋଲିଛି । ବର୍ତ୍ତମାନ ସୁଦ୍ଧା ବାଲେଶ୍ବରରେ ୧୦ ଜଣ କରୋନା ଭାଇରସରେ ସଂକ୍ରମିତ ହେଲେଣି ।
First published: April 24, 2020, 5:10 PM IST
corona virus btn
corona virus btn
Loading