କରୋନା ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୭୪; ପୁଣି ୫୪୩ ନୂଆ ମାମଲା ଚିହ୍ନଟ

ନୂଆ ୫୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫୪ ଜଣ ଚିହ୍ନଟ ହୋଇଛନ୍ତି । ବାକି ୧୮୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ସଂକ୍ରମଣ କେମିତି କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

କରୋନା ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା; ମୋଟ ମୃତକ ୭୪; ପୁଣି ୫୪୩ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଚାରି ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ସଂଖ୍ୟା ୭୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩ଟି ଜିଲ୍ଲାରୁ ୫୪୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଚାରି ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ଜଣେ ୮୦ ବର୍ଷୀୟ ପୁରୁଷ ଓ କଟକ ଜିଲାର ଜଣେ ୭୧ ବର୍ଷୀୟ ପୁରୁଷ । ଆଉ ଦୁଇ ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରର ଜଣେ ୭୧ ବର୍ଷୀୟ ବ୍ୟକ୍ତି ଓ ଖୋର୍ଦ୍ଧାର ଜଣଏ ୪୦ ବର୍ଷୀୟ ବ୍ୟକ୍ତି । ଗଞ୍ଜାମ ଜିଲ୍ଲାର ୮୦ ବର୍ଷୀୟ ପୁରୁଷ ମଧୁମେୟ ଏବଂ ହୃଦୟ ଜନିତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ବରର ୭୧ ବର୍ଷୀୟ ପୁରୁଷ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ ଓ କଟକ ଜିଲ୍ଲାର ୭୧ ବର୍ଷୀୟ ମୃତକ ମୁଖ କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ନୂଆ ୫୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫୪ ଜଣ ଚିହ୍ନଟ ହୋଇଛନ୍ତି । ବାକି ୧୮୯ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । କିପରି ସ୍ଥାନୀୟ ସଂକ୍ରମଣ କମିବ ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ଧରି ଗଞ୍ଜାମରୁ ୨୦୦ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଜି ପଜିଟିଭ୍ ସଂଖ୍ୟା କମ୍ ରହିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଖୋର୍ଦ୍ଧାରୁ ୮୭ ଜଣ, ସୁନ୍ଦରଗଡ଼ରୁ ୫୨, ବାଲେଶ୍ବରୁ ୮, ବରଗଡରୁ ୩, ବଲାଙ୍ଗୀରିରୁ ୫, କଟକରୁ ୩୯, ଢେଙ୍କାନାଳରୁ ୨, ଗଜପତିରୁ ୨୯, ଜଗତସିଂହପୁରରୁ ୧୫, ଯାଜପୁରରୁ ୧, ଝାରସୁଗୁଡ଼ାରୁ ୬, କେନ୍ଦ୍ରପଡ଼ାରୁ ୧୦, କେନ୍ଦୁଝର ୨୨, , କୋରାପୁଟ ୫୦, ମାଲକାନାଗିରିରୁ ୧୧, ମୟୁରଭଞ୍ଜରୁ ୨୨ ,  ପୁରୀରୁ ୭, ରାୟଗଡାରୁ ୨୪, ସମ୍ବଲପୁରରୁ ୨ ଏବଂ ନୟାଗଡ଼, ଅନୁଗୁଳ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ ୮ ଦିନରେ ରାଜ୍ୟରେ ୪,୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯,୨୫୫ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୪,୯୨୯ ଜଣ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲା

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
Published by: Anand Shankar Thankur Das
First published: July 14, 2020, 1:44 PM IST
corona virus btn
corona virus btn
Loading