ଗୁଜରାଟର ସୁରତରୁ ଆଉ ୪ଟି ବସରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ

ନିଜ ଲୋକଙ୍କୁ ଅନାଇ ବସିଛନ୍ତି ସିନ୍ଦୁରାପଲ୍ଲୀର ଲୋକେ । ହେଲେ ଫେରୁଥିବା ଲୋକମାନେ ନିଜ ଘରର ଏରୁଣ୍ଡି ମଧ୍ୟ ଡେଇଁପାରିବେ ନାହିଁ । ସେମାନଙ୍କୁ ବସରୁ ସିଧା ନିଆଯିବ କ୍ଵାରେଣ୍ଟାଇନ ସେଣ୍ଟର ।

ଗୁଜରାଟର ସୁରତରୁ ଆଉ ୪ଟି ବସରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ
ଗୁଜରାଟର ସୁରତରୁ ପ୍ରବାସୀ ଓଡ଼ିଆ ଆଠଟି ବସରେ ଫେରୁଛନ୍ତି ।
  • News18 Odia
  • Last Updated: April 29, 2020, 6:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୁଜରାଟର ସୁରତରୁ ଆଉ ଚାରିଟି ବସରେ ନିଜ ଘର ଅଭିମୁଖେ ବାହାରିଛନ୍ତି ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ। ସୁରତର ଜୟନଗରରୁ କାଲି ସଂଧ୍ୟାରେ ଏହି ବସଗୁଡ଼ିକ ବାହାରିଥିବା ଜଣାପଡ଼ିଛି । ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ହୋଇଥିବାର ସୂଚନା ମିଳିଛି ।

ପ୍ରତି ବସରେ ୩୬ ଜଣ ଲେଖାଏଁ ଲୋକ ଥିବା ସୂଚନା ମିଳିଛି । ସେମାନେ ନିଜ ଖର୍ଚ୍ଚରେ ବସ୍ ଯୋଗେ ଘରକୁ ଫେରୁଛନ୍ତି ।

ଏହାର ଦିନକ ପୂର୍ବରୁ ସୁରତରୁ ଓଡ଼ିଶା ବାହାରିଛନ୍ତି ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ । ସେମାନେ ଚାରିଟି ବସ୍‌ ଯୋଗେ ଗଞ୍ଜାମ ଫେରୁଛନ୍ତି । ସେହି ଚାରୋଟି ବସ ମଧ୍ୟରୁ ଗୋଟିଏ ଧରାକୋଟର ମୁଣ୍ଡମରାଇ ପଞ୍ଚାୟତର ସିନ୍ଦୁରାପଲ୍ଲୀ ଏବଂ ଆଉ ଗୋଟିଏ ବସ୍ ବେଲଗୁଣ୍ଠା ଅଞ୍ଚଳକୁ ଆସିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ସମସ୍ତ ଗାଡ଼ି ଏବେ ଛତିଶଗଡ଼ ରାଇପୁର ସୀମାନ୍ତରେ ଥିବା ବେଳେ କୋରାପୁଟ-ଗଜପତି ସୀମାନ୍ତ ଦେଇ ଗଞ୍ଜାମ ତପ୍ତପାଣି ତଥା ଗଞ୍ଜାମ ସୀମାନ୍ତରେ ପଶିବ ।

ସେମାନେ ନିଜ ଖର୍ଚ୍ଚରେ ବସ୍ ଯୋଗେ ଘରକୁ ଫେରୁଛନ୍ତି ।


ନିଜ ଲୋକଙ୍କୁ ଅନାଇ ବସିଛନ୍ତି ସିନ୍ଦୁରାପଲ୍ଲୀର ଲୋକେ । ହେଲେ ଫେରୁଥିବା ଲୋକମାନେ ନିଜ ଘରର ଏରୁଣ୍ଡି ମଧ୍ୟ ଡେଇଁପାରିବେ ନାହିଁ । କାରଣ ସେମାନଙ୍କୁ ବସରୁ ସିଧା ନିଆଯିବ କ୍ଵାରେଣ୍ଟାଇନ ସେଣ୍ଟର । ତେଣୁ ଘର ବାହୁଡା ଯାତ୍ରା ପରେ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇରହିଛି କ୍ଵାରେଣ୍ଟାଇନ ସେଣ୍ଟର ।

ଜିଲ୍ଲାକୁ ଫେରୁଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଓଡ଼ିଶାରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ । ସେମାନଙ୍କର କରୋନା ଲକ୍ଷଣ ଦେଖା ଦେଲେ ସ୍ବାବ ଟେଷ୍ଟ କରାଯିବ । ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ସେମାନଙ୍କ ରହିବା ଓ ଖାଇବା ପିଇବାର ବ୍ୟବସ୍ଥା ହୋଇଛି । ୧୪ ଦିନର କ୍ବାରେଣ୍ଟାଇନ ପରେ ସେମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
First published: April 29, 2020, 6:48 PM IST
corona virus btn
corona virus btn
Loading