ପଞ୍ଜାବରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କ ମୃତ୍ୟୁ; ତଦନ୍ତ ଆଦେଶ ଦେଲେ CM ଅମରିନ୍ଦର ସିଂ

ପଞ୍ଜାବ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟରେ ଚାଲିଥିବା ବେଆଇନ ମଦ ଉତ୍ପାଦନ ୟୁନିଟଗୁଡ଼ିକ ଉପରେ ରେଡ୍ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଜାବରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କ ମୃତ୍ୟୁ; ତଦନ୍ତ ଆଦେଶ ଦେଲେ CM ଅମରିନ୍ଦର ସିଂ
ପଞ୍ଜାବ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼: ପଞ୍ଜାବର (Punjab) ବିଭିନ୍ନ ଜିଲ୍ଲାରେ ବିଷାକ୍ତ ମଦ (toxic liquor) ପିଇବା ପରେ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ (Punjab CM Amarinder Singh) ଏକ ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଏହି କାଣ୍ଡରେ ଦୋଷୀମାନଙ୍କୁ କ୍ଷମା କରାଯିବ ନାହିଁ।

‘‘ମୁଁ ଅମୃତସରର ଗୁରୁଦାସପୁର (Gurdaspur) ଓ ତରନତାରନରେ (Tarn Taran) ମଦ୍ୟପାନ ଜନିତ ମୃତ୍ୟ ଘଟଣାର ଏକ ମାଜିଷ୍ଟେରିଆଲ୍‌ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଜଲନ୍ଦର ଡିଭିଜନର (Jalandhar) କମିଶନର୍ ତଦନ୍ତ କରିବେ ଓ ସଂପୃକ୍ତ ଜିଲ୍ଲାଗୁଡ଼ିକର ଏସ.ଏସ.ପି. ଓ ଅନ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବେ। ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ,’’ ନିଜ ଟ୍ୱିଟରେ କହିଛନ୍ତି ଅମରିନ୍ଦର ।

ନିଉଜ ଏଜେନ୍ସି ପିଟିଆଇକୁ ମିଳିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବୁଧବାର ରାତି ପରେ ଅମୃତସର, ବାଟାଲା ଓ ତରନ ତାରନ୍‌ ଜିଲ୍ଲାରେ ଏହି ମୃତ୍ୟୁଗୁଡ଼ିକ ଘଟିଛି । ଜୁଲାଇ ୨୯ରେ ଅମୃତସର ତରସିକ୍କାର (Tarsikka) ମୁଚାଲ (Muchhal) ଓ ଟାଙ୍ଗ୍ରା( Tangra) ଗ୍ରାମରେ ପ୍ରଥମ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ଶୁକ୍ରବାର ଦିନ ବାଟାଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଓ ତର୍ଣ ତାରନରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଜୁଲାଇ ୨୯ରେ ଅମୃତସର ଜିଲ୍ଲାରେ ପ୍ରଥମ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । (ପ୍ରତୀକାତ୍ମକ ଛବି)


ହତ୍ୟାକାଣ୍ଡ ପରି ଦୋଷ ପାଇଁ ଏହି ମାମଲାରେ ମୁଚାଲ ଗାଁର ବାସିନ୍ଦା ବଲୱିନ୍ଦର କୌର (Balwinder Kaur)ନାମକ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ଖବର ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ବିବୃତ୍ତି ନେଉଛନ୍ତି ।

ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ ପଞ୍ଜାବରେ ଚାଲିଥିବା ବେଆଇନ ମଦ ଉତ୍ପାଦନ ୟୁନିଟଗୁଡ଼ିକ ଉପରେ ରେଡ୍‌ କରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍‌କୁ ପୂରିଲା ୨୫ ବର୍ଷ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ



ଅନୁସନ୍ଧାନକୁ ତ୍ୱରିତ ଓ ସୁଗମ କରିବା ପାଇଁ  ଯେକୌଣସି ନାଗରିକ ବା ପୋଲିସ ଅଧିକାରୀ କିମ୍ବା କୌଣସି ବିଶେଷଜ୍ଞଙ୍କ ସହଯୋଗ ନେବାକୁ ମୁଖ୍ୟ ମନ୍ତ୍ରୀ ବିଭାଗୀୟ କମିଶନରଙ୍କୁ ସ୍ୱାଧୀନତା ଦେଇଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟରେ କହିଛି ।
Published by: Anand Shankar Thankur Das
First published: July 31, 2020, 8:25 PM IST
corona virus btn
corona virus btn
Loading