ରାଜ୍ୟରେ କରୋନା ପୁଣି ନେଲା ୩ ଜୀବନ; ମୃତକ ସଂଖ୍ଯା ୮୬ ହେଲା; ୫୯୧ ନୂଆ ମାମଲା ଚିହ୍ନଟ

ନୂଆ ୫୯୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଜଣ ଅଛନ୍ତି ଓ ଖୋର୍ଦ୍ଧା ଜିଲାରୁ ୧୨୧ ଜଣ ଅଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଅଛନ୍ତି ୩୯୪ ଜଣ । ବାକି ୧୯୭ ଜଣ ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ କରୋନା ପୁଣି ନେଲା ୩ ଜୀବନ; ମୃତକ ସଂଖ୍ଯା ୮୬ ହେଲା; ୫୯୧ ନୂଆ ମାମଲା ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପୁଣି ତିନି ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ ମହାମାରୀ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ଓ ଅନ୍ୟ ଜଣେ ଗଜପତି ଜିଲ୍ଲାର ବାସିନ୍ଦା ଥିଲେ । ଏହି ୩ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ଟି ଜିଲ୍ଲାରୁ ଆଉ ୫୯୧ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଦୁଇ ମୃତକ ପୁରୁଷ ଥିଲେ ଓ ସେମାନଙ୍କ ବୟସ ୬୩ ଓ ୬୦ ବର୍ଷ ଥିଲା । ଗଜପତି ଜିଲ୍ଲାର ମୃତକ ଜଣକ ମହିଳା ଥିଲେ । ତାଙ୍କ ବୟସ ୪୮ ବର୍ଷ ଥିଲା ଓ ସେ ମେଦବହୁଳତା ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କରୋନା କାରଣରୁ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ ହେଲାଣି ।

ନୂଆ ଚିହ୍ନଟ ହୋଇଥିବା ୫୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଅଛନ୍ତି ୩୯୪ ଜଣ । ବାକି ୧୯୭ ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୫୯୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଏହି ନୂଆ ୫୯୧ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଜଣ ଅଛନ୍ତି ଓ ଖୋର୍ଦ୍ଧା ଜିଲାରୁ ୧୨୧ ଜଣ ଅଛନ୍ତି। ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୩, ବରଗଡରୁ ୩୫, ଭଦ୍ରକ ରୁ ୩, ବଲାଙ୍ଗୀରରୁ ୯, ବୌଦ୍ଧରୁ ୫, କଟକରୁ ୩୮, ଦେଓଗଡରୁ ୩, ଢେଙ୍କାନାଳରୁ ୯, ଜଗତସିଂହପୁରରୁ ୨୨, ଯାଜପୁର ରୁ ୧୯, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୬, କୋରାପୁଟରୁ ୪, ମାଲକାନଗିରିରୁ ୮, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୨, ନୟାଗଡରୁ ୧୧, ପୁରୀରୁ ୬, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୨୦ ଓ ସୁନ୍ଦରଗଡରୁ ୧୮ ଜଣ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୭୭,୮୯୩ଟି ନମୂନା ପରୀକ୍ଷଣ କରାଯାଇଛି। ସେଥି ମଧ୍ୟରୁ ୧୬,୭୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୩୩୦ ସୁସ୍ଥ ହୋଇ ଫେରିଥିବା ବେଳେ ୮୬ ଜଣଙ୍କର ଜୀବନ ଯାଇଛି । ୨୬ ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫,୨୫୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ରାଜ୍ୟରେ ଚଳିତ ମାସ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତି ଦିନ ୫୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି ।
Published by: Anand Shankar Thankur Das
First published: July 18, 2020, 2:09 PM IST
corona virus btn
corona virus btn
Loading