ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ; ସମସ୍ତେ ଯାଜପୁରର; ଏବେ ମୋଟ ୧୨୮ ସଂକ୍ରମିତ

ରାଜ୍ୟର ୧୨୮ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ଅଛନ୍ତି । ସେମାନେ ସମସ୍ତେ ଭୁବନେଶ୍ବରର । ସେମାନଙ୍କ ମଧ୍ୟରୁ ୨୭ ସୁସ୍ଥ ହୋଇଥିବା ବେଳେ ୧୯ ଚିକିତ୍ସାଧୀନ ଅଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ୨୨ ସଂକ୍ରମିତଙ୍କ ସହ ଯାଜପୁର ଜିଲ୍ଲା ଦ୍ବିତୀୟ ସ୍ଥାନରେ ଅଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ; ସମସ୍ତେ ଯାଜପୁରର; ଏବେ ମୋଟ ୧୨୮ ସଂକ୍ରମିତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 30, 2020, 12:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ଜଣ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ପଜିଟିଭ ଯାଜପୁର ଜିଲ୍ଲାର ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଏଥି ସହ ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି ।

କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରେ ଜଣେ ୧୮ ବର୍ଷୀୟା ଯୁବତୀ ଓ ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି । ସେମାନେ କୋଲକାତାରୁ ଫେରିଥିବା ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ଜଣକ ହେଉଛନ୍ତି ୬୫ ବର୍ଷୀୟ କୋଲକାତା ଫେରନ୍ତା । ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା । ପଶ୍ଚିମ ବଙ୍ଗ ଫେରନ୍ତା ସମସ୍ତ ତିନି ଆକ୍ରାନ୍ତ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ ।

ଯାଜପୁର ଜିଲ୍ଲାର ଏ ପର୍ଯ୍ୟନ୍ତ ମୋଟ ୨୨ ଜଣ କରୋନା ପଜିଟିଭଙ୍କ ଭିତରୁ ୨୧ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଖୋର୍ଦ୍ଧା ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ।

ଆଜିର ତିନି ପଜିଟିଭଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୮୮ ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ଜଣକର ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୨,୫୮୮ଟି ନମୁନା ଟେଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୧,୬୯୬ଟି ନମୁନା ଟେଷ୍ଟ ହୋଇସାରିଛି ।

ଯାଜପୁରରେ ପୋଲିସ ରାସ୍ତାରେ ଚେକିଂ ଜାରି ରଖିଛି ।


ରାଜ୍ୟର ୧୨୮ ପଜିଟିଭ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ଅଛନ୍ତି । ସମସ୍ତ ୪୭ ଆକ୍ରାନ୍ତ ଭୁବନେଶ୍ବରର । ସେମାନଙ୍କ ମଧ୍ୟରୁ ୨୭ ସୁସ୍ଥ ହୋଇଥିବା ବେଳେ ୧୯ ଚିକିତ୍ସାଧୀନ ଅଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ୨୨ ସଂକ୍ରମିତଙ୍କ ସହ ଯାଜପୁର ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି । ଭଦ୍ରକ ଓ ବାଲେଶ୍ବରରୁ ୧୯ଟି ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକର ୧୯ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ପଜିଟିଭ ସହ ପଞ୍ଚମ ସ୍ଥାନରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଥି ମଧ୍ୟରୁ ୩ ଜଣ ସୁସ୍ଥ ହୋଇସାରିଛନ୍ତି । କେନ୍ଦ୍ରାପଡ଼ାରେ ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଘରକୁ ଫେରିଛନ୍ତି । ଦୁଇ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି କଳାହାଣ୍ଡି ।

କଟକ, ଢେଙ୍କାନାଳ ଓ ପୁରୀରୁ ଚିହ୍ନଟ ଜଣେ ଲେଖାଏ ପଜିଟିଭ ସୁସ୍ଥ ହୋଇସାରିଛନ୍ତି । କୋରାପୁଟ, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝରରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଉ ସମସ୍ତେ ଚିକିତ୍ସାଧୀନ ଅଛନ୍ତି ।
First published: April 30, 2020, 12:56 PM IST
corona virus btn
corona virus btn
Loading