କରୋନା ବ୍ୟାପୁଛି: ଭଦ୍ରକରେ ୩ ଓ ଯାଜପୁରରେ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ

ଗତ ୨୦ ଦିନ ଭିତରେ ପଶ୍ଚିମ ବଙ୍ଗରୁ ଯାଜପୁରକୁ ପାଖାପାଖି ୭୦୦ ଲୋକ ଓ ଭଦ୍ରକକୁ ପାଖାପାଖି ୪୦୦ ଲୋକ ଫେରିଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ ହୋଇଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

କରୋନା ବ୍ୟାପୁଛି: ଭଦ୍ରକରେ ୩ ଓ ଯାଜପୁରରେ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ
ଭଦ୍ରକ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୧ରେ ପହଞ୍ଚିଛି ।
  • News18 Odia
  • Last Updated: April 22, 2020, 6:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯାଜପୁରରେ କରୋନା ଭାଇରସ୍‌ ସଂକ୍ରମଣ ନିଜ କାୟା ମେଲାଉଥିବା ପରି ଲାଗୁଛି । ବୁଧବାର ଦିନ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ କୋଲକାତାରୁ ଫେରିଥିବା ସ୍ପଷ୍ଟ ହୋଇଛି । ତାଙ୍କୁ ୩୮ ବର୍ଷ ବୟସ ।

ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଠରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ସାତ ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଥିବା ଜଣାପଡ଼ିଛି । ବିଗତ ୨୦ ଦିନ ଭିତରେ ୭୦୦ରୁ ଅଧିକ ଲୋକ ପଶ୍ଚିମ ବଙ୍ଗରୁ ଯାଜପୁରକୁ ଫେରିଥିବାରୁ ଲୋକଙ୍କ ଭିତରେ ଛନକା ପଶିଯାଇଛି ।

ଜିଲ୍ଲାର ପାଞ୍ଚ ଜଣ ଆକ୍ରାନ୍ତଙ୍କୁ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନକୁ ନିଆଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ କେବଳ କୋଲକାତା କାହିଁକି ବାହାରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । ଜିଲ୍ଲାର ସୀମାରେ କଡ଼ାକଡ଼ି କରାଯାଇଛି ଚେକିଂ ।

ପ୍ରଭାବିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ରୂପେ ଘୋଷଣା କରାଯାଇ ସଟଡାଉନ୍‌ ବଳବତ୍ତର ରହିଛି । ତେବେ ସେସବୂ ଅଞ୍ଚଳର ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ସନ୍ଦିଗ୍ଧ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯିବା ସହିତ ସାନିଟାଇଜିଂ କାମ ମଧ୍ୟ ଜାରି ରହିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।

ଯାଜପୁର ଜିଲ୍ଲାର ସବୁ ମୁଖ୍ୟ ରାସ୍ତାରେ ପୋଲିସର ଚେକିଂ ଚାଲିଛି ।


ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ଦୁଇ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଭୁବନେଶ୍ବରର ହୋଇଥିବା ନେଇ ମିଳିଛି ସୂଚନା । ଏ ଯାଏଁ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟର ୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ ହୋଇଥିବା ବେଳେ ୫୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ଭଦ୍ରକ ଜିଲ୍ଲାରେ ପୁଣି ତିନି ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଆଲର୍ଟ ହୋଇଛି ପ୍ରଶାସନ । ଏହି ନୂଆ ତିନି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୧ରେ ପହଞ୍ଚିଛି । ସେ ଭିତରୁ ୨ ଜଣ ସୁସ୍ଥ ହୋଇଛନ୍ତି । କେବଳ ବାସୁଦେବପୁର ବ୍ଲକରେ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକର ୯ଟି ପଞ୍ଚାୟତର ୩୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ରଖାଯାଇଛି । ସେ ୯ଟି ପଞ୍ଚାୟତ ହେଲା- ସୁଗୋ, ଏରତାଳ, ଲୁଙ୍ଗା, ପଦ୍ମପୁର, ଲକ୍ଷ୍ମୀଦାସପୁର, ବିନାୟକପୁର, ଗୁଆଗଡ଼ିଆ, ବାଲିମେଦ ଏବଂ ଅଢୁଆଁ । ସେହିପରି ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଏବଂ ତେସିଙ୍ଗା ପଞ୍ଚାୟତର ୨୨ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଗତ ମାର୍ଚ୍ଚ ୨୭ ତାରିଖଠାରୁ ଏ ପର୍ଯ୍ୟନ୍ତ କୋଲକାତାରୁ ଭଦ୍ରକକୁ ଫେରିଥିବା ୪୦୦ ଲୋକଙ୍କୁ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେଥିମଧ୍ୟରୁ ୩୦୦ ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେପଟେ  ବାସୁଦେବପୁର ବ୍ଲକ ପାଇଁ ୩୮ଟି ଏବଂ ଭଣ୍ଡାରିପୋଖରୀ ବ୍ଲକ ପାଇଁ ୨୬ଟି ସ୍ୱାସ୍ଥ୍ୟ ଟିମ୍‌ ଗଠନ କରାଯାଇଛି। ଯେଉଁ ଟିମ୍‌ରେ ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟଙ୍କୁ ରଖାଯାଇଛି । ନୂଆ ୩ ଆକ୍ରାନ୍ତଙ୍କ ସଂପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ସେମାନେ ପୂର୍ବ ଆକ୍ରାନ୍ତଙ୍କ ସହ କୋଲକାତାରୁ ଫେରିଥିଲେ । କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ନୋଡାଲ୍‌ ଅଫିସରମାନଙ୍କୁ ଦାୟିତ୍ବ ଦିଆଯାଇଛି ।
First published: April 22, 2020, 6:06 PM IST
corona virus btn
corona virus btn
Loading