ଭୁବନେଶ୍ୱରର ୩ କୋଭିଡ଼ ଯୋଦ୍ଧା ମାଗଣାରେ ଘର ଘର ବୁଲି ସାନିଟାଇଜ କରୁଛନ୍ତି; CM ପ୍ରଶଂସା କଲେ

ଭୁବନେଶ୍ୱରର କେତେକ ବସ୍ତି କରୋନା ହଟସ୍ପଟ ପାଲଟିବା ପରେ ଲୋକଙ୍କ ଘର ସାନିଟାଇଜ କରିବା ପାଇଁ ତା’ ଭିତରକୁ ଦମକଳ ଗାଡ଼ି ଯାଇପାରୁ ନ ଥିଲା । ସେଠି ପହଞ୍ଚି ଡୋର ଟୁ ଡୋର ସାନିଟାଇଜ କରୁଛନ୍ତି ଏହି ତିନି ଜଣ କୋଭିଡ଼ ଯୋଦ୍ଧା l

ଭୁବନେଶ୍ୱରର ୩ କୋଭିଡ଼ ଯୋଦ୍ଧା ମାଗଣାରେ ଘର ଘର ବୁଲି ସାନିଟାଇଜ କରୁଛନ୍ତି; CM ପ୍ରଶଂସା କଲେ
ତିନି କୋଭିଡ଼ ଯୋଦ୍ଧା ଅଞ୍ଜନ ନାଥ, କିନ୍ନର ମେନକା ପରିଡ଼ା ଓ ପ୍ରତାପ ସାହୁ
  • News18 Odia
  • Last Updated: August 14, 2020, 11:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀକୁ ଡରି ଘରୁ ବାହାରୁ ନାହାଁନ୍ତି ଅଧିକାଂଶ ଲୋକ, କିନ୍ତୁ ଏମିତି କିଛି ଚରିତ୍ର ଅଛନ୍ତି ଯେଉଁମାନେ ଘର ଘର ବୁଲି ମାଗଣାରେ ଲୋକଙ୍କୁ ସାନିଟାଇଜ କରୁଛନ୍ତି l ଏମିତି ତିନି ଜଣ କୋଭିଡ଼ ଯୋଦ୍ଧା ହେଲେ ଭୁବନେଶ୍ଵରର ଅଞ୍ଜନ ନାଥ, ପ୍ରତାପ ସାହୁ ଓ କିନ୍ନର ମେନକା ପରିଡ଼ା l କରୋନା ମହାମାରୀ ସମୟରେ ଏମାନଙ୍କ ସମାଜସେବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ୱିଟ୍‌ କରି ଭୂରି ଭୂରି ପ୍ରଶଂସା କରିଛନ୍ତି l

ରାଜଧାନୀ ଭୁବନେଶ୍ୱରର କେତେକ ବସ୍ତି କରୋନା ହଟସ୍ପଟ ପାଲଟିବା ପରେ ଲୋକଙ୍କ ଘର ସାନିଟାଇଜ କରିବା ପାଇଁ ତା’ ଭିତରକୁ ଦମକଳ ଗାଡ଼ି ଯାଇପାରୁ ନ ଥିବାରୁ ଚିନ୍ତା ବଢ଼ିଥିଲା । ହେଲେ ସେଠି ପହଞ୍ଚି ଡୋର ଟୁ ଡୋର ସାନିଟାଇଜ କରୁଛନ୍ତି ଏହି ତିନି ଜଣ କୋଭିଡ଼ ଯୋଦ୍ଧା l

ପ୍ରତାପ ସାହୁ ରୁହନ୍ତି ନିଳାଦ୍ରି ବିହାର ବସ୍ତିରେ l  ସକାଳୁ ଉଠିବା ମାତ୍ରେ ସ୍ପ୍ରେ ମେସିନଟି ସାଙ୍ଗରେ ଧରି ଘର ଘର ବୁଲି ସାନିଟାଇଜ କରବା ଆରମ୍ଭ କରିଦିଅନ୍ତି ସେ l ଆଜି ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଘରକୁ ସାନିଟାଇଜ କରି ସାରିଲେଣି ପ୍ରତାପ l କେବଳ ବସ୍ତି କାହିଁକି, ରାଜଧାନୀ ଉପକଣ୍ଠରେ ଥିବା ଅନେକ ଗାଁ ଯେଉଁଠି ପ୍ରଶାସନର ନଜର ପଡ଼ିନି ସେଠି ବି ପହଞ୍ଚି ପ୍ରତାପ ଲୋକଙ୍କ ସେବାରେ ଲାଗିଛନ୍ତି l  ପ୍ରତାପଙ୍କ ଏଭଳି ଜନହିତ କାରି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ଲୋକେ l

ଜଣେ ଗରିବ ବ୍ୟକ୍ତିକୁ ଖାଦ୍ୟ ପଦାର୍ଥ ଦେଉଛନ୍ତି ଅଞ୍ଜନ ନାଥ


ତାଙ୍କ ଭଳି ଅଞ୍ଜନ ନାଥ ଓ କିନ୍ନର ମେନକା ପରିଡ଼ା ବି ଲାଗିଛନ୍ତି ସାନିଟାଇଜ କାର୍ଯ୍ୟରେ l ରାଜଧାନୀର ଯେଉଁ ବସ୍ତି କରୋନା ହଟ ସ୍ପଟ ପାଲଟିଛି ସେହି ବସ୍ତିର ଘର ଘର ବୁଲି ମାଗଣା ସାନିଟାଇଜ କରୁଛନ୍ତି ଅଞ୍ଜନ ଓ ମେନକା l ଯେଉଁ ବସ୍ତିରେ ଦମକଳ ଗାଡ଼ି ପଶିବା ଅସମ୍ଭବ ସେଠି ଏମାନେ ପାଦରେ ଚାଲି ଚାଲି ଘରକୁ ଘର ଓ ଦୋକାନବଜାର ବୁଲି ସାନିଟାଇଜ କରୁଛନ୍ତି l

‘‘ବସ୍ତିରେ ପହଞ୍ଚିପାରୁନି ସରକାରୀ ସଚେତନତା l ନା ଲୋକଙ୍କୁ ମିଳୁଛି ମାସ୍କ ନା ଘର ହେଉଛି ସାନିଟାଇଜ l ମାର୍ଚ୍ଚ ମାସରୁ ବସ୍ତିଗୁଡିକରେ ରନ୍ଧା ଖାଦ୍ୟ ଠାରୁ ଆରମ୍ଭ କରି ମାସ୍କ ଦେବା ଓ ସାନିଟାଇଜ କରିବା ପକ୍ରିୟା ମୁଁ ଜାରି ରଖିଛି,’’ କହିଛନ୍ତି ପ୍ରତାପ ସାହୁ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ତିନି ଜଣଙ୍କ ସମାଜ ସେବାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି l


ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ଏହା ବି ପଢ଼ନ୍ତୁ | ଅଗଷ୍ଟ ୧୫ରେ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗେଇବାକୁ ଷଡ଼ଯନ୍ତ୍ର ହେଉଥିବା ଜଣାପଡ଼ିଲା

ମାର୍ଚ୍ଚ ମାସରୁ ଘର ଘର ବୁଲି ବସ୍ତି ବାସିନ୍ଦାଙ୍କୁ ସଚେତନ କରୁଥିବା ଅଞ୍ଜନ ବି କହିଛନ୍ତି ଯେ ଲୋକଙ୍କୁ ମାସ୍କ ଓ ରନ୍ଧା ଖାଦ୍ୟ ବାଣ୍ଟି ସେମାନଙ୍କ ଠାରୁ ମିଳୁଥିବା ପ୍ରଶଂସାରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ।



କରୋନା ମହାମାରୀ ସମୟରେ ଗରିବ ଓ ଖଟିଖିଆଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରୁଥିବାରୁ ଏକ ଟ୍ୱିଟ୍‌ କରି ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ l ‘‘ମୁଖ୍ୟ ମନ୍ତ୍ରୀଙ୍କ ପ୍ରଶଂସା ଆମକୁ ଆହୁରି ଉତ୍ସାହିତ କରିଛି,’’ କହିଛନ୍ତି କିନ୍ନର ମେନକା l
Published by: Anand Shankar Thankur Das
First published: August 14, 2020, 11:12 PM IST
corona virus btn
corona virus btn
Loading