କରୋନା ନେଇଚାଲିଛି ପ୍ରାଣ: ଦେଶରେ ମୃତ୍ୟୁ ସଂଖ୍ୟା ୨୯ ହେଲା; ୧,୦୭୧ ଜଣ ଆକ୍ରାନ୍ତ ହେଲେଣି

ମୋ’ଟ ୧,୦୭୧ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪୨ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୧୮ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଶ୍ୱ ସାରା ୩୩,୯୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି ।

କରୋନା ନେଇଚାଲିଛି ପ୍ରାଣ: ଦେଶରେ ମୃତ୍ୟୁ ସଂଖ୍ୟା ୨୯ ହେଲା; ୧,୦୭୧ ଜଣ ଆକ୍ରାନ୍ତ ହେଲେଣି
ଦିଲ୍ଲୀରେ ହଜାର ହଜାର ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । (ରୟଟର୍ସ୍‌)
  • News18 Odia
  • Last Updated: March 30, 2020, 2:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ି ୨୯ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁଜରାଟରେ ୫ ଓ କର୍ଣ୍ଣାଟକରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଦେଶରେ ୧,୦୭୧ ଜଣ ବ୍ୟକ୍ତିଙ୍କଠାରେ କୋରୋନା ପଜିଟିଭ ମିଳିଛି ।

ମଧ୍ୟ ପ୍ରଦେଶ, ଜାମ୍ମୁ ଓ କଶ୍ମୀର ଏବଂ ଦିଲ୍ଲୀରେ ଦୁଇ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । କେରଳ, ତେଲଙ୍ଗାନା, ତାମିଲନାଡୁ, ବିହାର, ପଞ୍ଜାବ, ପଶ୍ଚି ମବଙ୍ଗ ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି ।

ମୋ’ଟ ୧,୦୭୧ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪୨ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୧୮ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । କେରଳରେ ୨୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କର୍ଣ୍ଣାଟକରେ ୮୫ ଜଣ, ଦିଲ୍ଲୀରେ ୫୯, ଗୁଜରାଟରେ ୫୯ ଜଣ, ରାଜସ୍ଥାନରେ ୬୦ ଜଣ, ତେଲଙ୍ଗାନାରେ ୭୦ ଜଣ, ଉତ୍ତର ପ୍ରଦେଶରେ ୮୬ ଜଣ, ତାମିଲ ନାଡୁରେ ୫୪ ଜଣ ଓ ପଞ୍ଜାବରେ ୩୯ ସଂକ୍ରମିତ ହୋଇଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ସୀମା ସିଲ୍ କରାଯାଇଛି । ରାଜ୍ୟ ଭିତରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ବନ୍ଦ କରାଯାଇଛି । ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟର ସୀମାରେ ଅଟକାଇବା ପାଇଁ ହାଇ କୋର୍ଟ ସରକାରଙ୍କୁ କହିଛନ୍ତି । ହେଲେ ଏବେ ବି ରାଜରାସ୍ତାରେ ଲୋକଙ୍କ ଭିଡ ଲାଗିରହିଛି । ରାସ୍ତା ଜାମ୍‌ ହେଉଥିବା ଯୋଗୁଁ ପୋଲିସ ନାକେଦମ୍‌ । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ହଜାର ହଜାର ଶ୍ରମିକ । ସେମାନେ ନିଜ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ, ଆଉ ଏଥି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ରୁଷିଆର ରାଜଧାନୀ ମସ୍କୋରେ ସୋମବାର ଦିନ ଆଂଶିକ ଲକଡାଉନ୍‌ ଜାରି କରାଗଲା ।


ବିଶ୍ବ ସାରା କରୋନା ଭାଇରସର କରାଳ ରୂପ ଜାରି ରହିଛି । ଏ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ମୋ’ଟ ୩୩,୯୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି । ମୋ’ଟ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୭ ଲକ୍ଷ ପାର କଲାଣି । ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି । ନ୍ୟୁୟର୍କରେ ପ୍ରତି ୧୭ ମିନିଟ୍‌ରେ ଯାଉଛି ଗୋଟିଏ ଜୀବନ । ଇଟାଲୀରେ ୧୦ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭୂତାଣୁ ।

ସେହିପରି ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ବ୍ରିଟେନରେ ବି ସ୍ଥିତି ଅସମ୍ଭାଳ । ସେଠାରେ ବର୍ତ୍ତମାନ ସୁଦ୍ଧା ୧୯,୫୦୦ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ବ୍ରିଟେନରେ ୧,୨୦୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲେଣି କରୋନା । ସ୍ପେନରେ ୬,୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ସଂକ୍ରମିତଙ୍କ ସଂଖ୍ୟା ୮୦,୦୦୦ ପାର କରିଛି ।

ସ୍ପେନରେ ପ୍ରତି ଦିନ ପାଖାପାଖି ୬,୮୦୦ ନୂଆ ମାମଲା ସାମନାକୁ ଆସୁଛି । ସ୍ପେନର ରାଣୀ ମାରିଆ ଟେରେସାଙ୍କର ଗତ କାଲି ମୃତ୍ୟୁ ହୋଇଛି । ସେହପରି ଫ୍ରାନସରେ ୨,୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇରାନରେ ୨,୯୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଚୀନରେ ବର୍ତ୍ତମାନ ସୁଦ୍ଧା ୩,୩୦୦ ଲୋକ ପ୍ରାଣ ହରାଇଛନ୍ତି ।
First published: March 30, 2020, 2:22 PM IST
corona virus btn
corona virus btn
Loading