ରାଜ୍ୟରେ ଆହୁରି ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୫,୭୫୨ ହେଲା
ଆଜିର ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଜପତିରେ ସର୍ବାଧିକ ୭୬ ଜଣ ଓ ଗଞ୍ଜାମରୁ ୭୫ ଜଣ ଅଛନ୍ତି । କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆସନ୍ତା ୧୦ ଦିନ ଯାଏଁ ଜିଲ୍ଲାର ସବୁ ସରକାରୀ ଅଫିସରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: June 24, 2020, 3:08 PM IST
ଭୁବନେଶ୍ୱର: ରାଜ୍ୟରେ ଆଉ ୨୮୨ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୧,୭୪୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ କରୋନାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହେଲାଣି ।
ଆଜିର ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୨୫୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ ସ୍ତାନୀୟ ବାସିନ୍ଦା ଅଛନ୍ତି । ସେମାନଙ୍କ ମଧ୍ୟରୁ ଗଜପତିରେ ସର୍ବାଧିକ ୭୬ ଜଣ ଓ ଗଞ୍ଜାମରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୨୬ ଜଣ, ଝାରସୁଗୁଡ଼ାରେ ୨୩ ଜଣ, କନ୍ଧମାଳରେ ୧୭ ଜଣ, ସମ୍ବଲପୁରରେ ୧୩ ଜଣ, ଜଗତସିଂହପୁରରେ ୧୧ ଜଣ ଓ ପୁରୀରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪ ଜଣ, ବାଲେଶ୍ବରରୁ ୩ ଜଣ, ଏବଂ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩,୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୪୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଦେଶରେ ଗତ ୨୪ ଘଣ୍ଟାରେ ୪୬୫ ଜଣ କରୋନା ଭାଇରସ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ରେକର୍ଡ ୧୫,୯୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୪,୪୭୬କୁ ବୃଦ୍ଧି ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୪,୫୬,୧୮୩ରେ ପହଞ୍ଚିଛି । ଏହା ମଧ୍ୟରୁ ୨,୫୮,୬୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୧ ଲକ୍ଷ ୮୩ ହଜାର ଚିକିତ୍ସାଧୀନ ଅଛନ୍ତି ।
ଗତ କାଲି ଗୋଟିଏ ଦିନରେ ପ୍ରାଣ ହରାଇଥିବା ୪୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୮ ଜଣ ମହାରାଷ୍ଟ୍ରରୁ ଅଛନ୍ତି । ଏହା ସହ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ୬,୫୩୧କୁ ବୃଦ୍ଧି ପାଇଥିବା ବେଳେ ୧ ଲକ୍ଷ ୩୯ ହଜାର ପାର୍ କରିଛି ପଜିଟିଭ ସଂଖ୍ୟା । ଦିଲ୍ଲୀରେ ୨,୩୦୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ ୧,୭୧୦ ଜଣ ଓତାମିଲ ନାଡୁରେ ୮୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏହା ବି ପଢ଼ନ୍ତୁ:
ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
ଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା
ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା
ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା
ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା