ଦେଶରେ କରୋନାରେ ଗଲାଣି ୨୭୩ ଜଣଙ୍କ ପ୍ରାଣ; ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮,୩୫୬ ହେଲା

ମହାରାଷ୍ଟ୍ରରେ ଏବେ ବି ସ୍ଥିତି ସାଙ୍ଘାତିକ ରହିଛି । ସେଠାରେ ମୃତ୍ୟୁ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୭୬୧ରେ ।

ଦେଶରେ କରୋନାରେ ଗଲାଣି ୨୭୩ ଜଣଙ୍କ ପ୍ରାଣ; ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮,୩୫୬ ହେଲା
ମୁମ୍ବାଇରେ ଏକ ବସ୍ ଷ୍ଟପ ସାମନାରେ ଜଣେ ଲୋକ ମାସ୍କ ପିନ୍ଧି ଯାଉଛି । (ରୟଟର୍ସ୍)
  • News18 Odia
  • Last Updated: April 12, 2020, 6:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ ସଂକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଫଳରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୩କୁ ବୃଦ୍ଧି ପାଇଛି । ୯୦୯ଟି ନୂଆ ମାମଲା ସାମ୍ନାକୁ ଆସିବାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୩୫୬କୁ ବୃଦ୍ଧି ପାଇଛି ।

ଦେଶରେ ଏ ଯାଏଁ ୭୧୬ ଜଣ କରୋନା ପଜିଟିଭ୍‌ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବିଭିନ୍ନ ହସ୍ପିଟାଲରେ ୭,୩୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ଏବେ ବି ସ୍ଥିତି ସାଙ୍ଘାତିକ ରହିଛି । ସେଠାରେ ମୃତ୍ୟୁ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି ଓ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୭୬୧ରେ ।

ମଧ୍ୟ ପ୍ରଦେଶରେ କରୋନା ଭାଇରସ ସଂକ୍ରମଣରେ ଗଲାଣି ୩୬ ଜଣ ଲୋକଙ୍କ ଜୀବନ । ଗୁଜରାଟରେ ୨୨ ଏବଂ ରାଜଧାନୀ ଦିଲ୍ଲୀରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।

ଏହାରି ମଧ୍ୟରେ ଆସିଛି ଏକ ଭଲ ଖବର । କରୋନା ଭାଇରସକୁ ହରାଇ ବିଜୟୀ ହୋଇଛି ଏକ ଛଅ ମାସର ଶିଶୁ । ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ଶିଶୁଟି । ମୁମ୍ବାଇର କଲ୍ୟାଣର ଏହି ଶିଶୁଟି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲା । ପଜିଟିଭ୍‌ ଚିହ୍ନଟ ହେବା ପରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଶିଶୁଟି ଏବେ ସଂପୂର୍ଣ୍ଣ ସୁସ୍ଥ । ମେଡିକାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିବା ପରେ ଶିଶୁକୁ ଅଞ୍ଚଳବାସୀ ଜୋରଦାର ସ୍ବାଗତ କରିଛନ୍ତି ।

ହେଲେ ଏସିଆର ସବୁ ଠୁ ବଡ଼ ବସ୍ତି ଅଞ୍ଚଳ ମୁମ୍ବାଇର ଧାରାବିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଛି ୧୫ଟି ନୂଆ ମାମଲା । ବର୍ତ୍ତମାନ ସୁଦ୍ଧା ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୩ରେ । ସବୁ ଠୁ ଉଦବେଗର ବିଷୟ ହେଉଛି ଧାରାବିରେ ଚାରି ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି । ବସ୍ତି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏହାକୁ ସିଲ୍ କରାଯାଇ ସାନିଟାଇଜେସନ ଚାଲିଛି ।
First published: April 12, 2020, 6:23 PM IST
corona virus btn
corona virus btn
Loading