ରାଜ୍ୟରେ ଆହୁରି ୨୬ କରୋନା ପଜିଟିଭ ଚିହ୍ନଟ ହେଲେ: ୨୫ ସୁରତ ଫେରନ୍ତା, ୧ କେରଳ ଫେରନ୍ତା

ଏହି ୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୧୯, କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଛି ।

ରାଜ୍ୟରେ ଆହୁରି ୨୬ କରୋନା ପଜିଟିଭ ଚିହ୍ନଟ ହେଲେ: ୨୫ ସୁରତ ଫେରନ୍ତା, ୧ କେରଳ ଫେରନ୍ତା
କେରଳର କୋଚିରେ ଓଡ଼ିଶା ଫେରିବାକୁ ଟ୍ରେନ୍ ଚଢ଼ୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ । (ରୟଟର୍ସ୍)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ୨୬ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣ ସୁରତ ଫେରନ୍ତା ଓ ଗଞ୍ଜାମର ଜଣେ ଆକ୍ରାନ୍ତ କେରଳ ଫେରନ୍ତା । ସେ ହେଉଛନ୍ତି ରାଜ୍ୟର ପ୍ରଥମ କେରଳ ଫେରନ୍ତା ଆକ୍ରାନ୍ତ ।

ଏହି ୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୧୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାର ୫ ଜଣ ଓ ଭଦ୍ରକ ଜିଲ୍ଲାର ୨ ଜଣ । ସବୁ ୨୬ ଜଣ ଯାକ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ବୟସ ୧୮ରୁ ୫୮ ବର୍ଷ ମଧ୍ୟରେ । ଅଧିକାଂଶ ଆକ୍ରାନ୍ତଙ୍କର ଲକ୍ଷଣ ଥିଲା ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଭାଇରସ୍‌ ପଜିଟିଭ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ନୂଆ ୫ଟି ମାମଲା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣ ଏବେ ଚିକିତ୍ସାଧିନ ଅଛନ୍ତି । ନୂଆ ଚିହ୍ନଟ ହୋଇଥିବା ୫ ଜଣ ଯାକ ଆକ୍ରାନ୍ତ ସୁରତରୁ ୩ ତାରିଖରେ ବସ୍‌ ଯୋଗେ କେନ୍ଦ୍ରାପଡ଼ାକୁ ଆସିଥିଲେ । ଜିଲ୍ଲାରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେହି ବସ୍‌ରେ  ଆସିଥିବା ସମସ୍ତଙ୍କ ସ୍ବାବ ସାମ୍ପୁଲ ସଂଗ୍ରହ ହୋଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଭଦ୍ରକ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୩କୁ ବଢିଛି । ଭଦ୍ରକର ୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଧାମନଗର ବ୍ଲକର ଓ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲିଟି ଅଞ୍ଚଳର ବାସିନ୍ଦା । ଗୁଜରାଟରୁ ଫେରିବା ପରେ ଉଭୟ କ୍ବାରେଣ୍ଟାଇନରେ ରହିଥିଲେ ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତି


ଏହି ନୂଆ ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୮୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  । ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୪୬୦ଟି ନମୁନା ପରୀକ୍ଷା କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଚାରି ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସତୁରୀ ବର୍ଷୀୟ କୋଲକାତା ଫେରନ୍ତା । ଏମାନେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର । ବାହାର ରାଜ୍ୟରୁ ଆସିଲା ପରେ ତାଙ୍କ ସ୍ଵାବ୍‌ ସଂଗ୍ରହ କରାଯାଇ କ୍ବାରେଣ୍ଟାଇନରେ ରଖାଯାଇଥିଲା ।
First published: May 8, 2020, 11:57 AM IST
corona virus btn
corona virus btn
Loading