୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦେଶର ୫ଟି ସ୍ଥାନକୁ ଓଡ଼ିଶାରୁ ପଠାଗଲା ୨୫୦ ଟନ୍ ଅକ୍ସିଜେନ୍

ଗ୍ରୀନ୍ କରିଡର୍ ଯୋଗେ ଏହି ଅକ୍ସିଜେନ୍ ପରିବହନ କାର୍ଯ୍ୟ କରାଯାଉଛି । ଅକ୍ସିଜେନ୍ ଯୋଗାଣ ପାଇଁ ଗଠିତ ଅଧିକାରୀମାନଙ୍କର ଏକ ସ୍ବତନ୍ତ୍ର ସେଲ୍ ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛି ।

୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦେଶର ୫ଟି ସ୍ଥାନକୁ ଓଡ଼ିଶାରୁ ପଠାଗଲା ୨୫୦ ଟନ୍ ଅକ୍ସିଜେନ୍
ଗୋଟିଏ ଅକ୍ସିଜେନ୍ ଯୋଗାଣ ଟ୍ୟାଙ୍କରକୁ ପୋଲିସ ଗାଡ଼ି ଏସ୍କର୍ଟ କରୁଛି ।
  • News18 Odia
  • Last Updated: April 23, 2021, 11:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସମଗ୍ର ଦେଶରେ ଏବେ ଅକ୍ସିଜେନକୁ ନେଇ ହାହାକାର ଦେଖା ଦେଇଥିବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡ଼ିଛନ୍ତି । ଏହି କ୍ରମରେ ଗୁରୁବାର ରାତିରୁ ଶୁକ୍ରବାର ସନ୍ଧ୍ୟା ମଧ୍ୟରେ ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ଯୋଗେ ୨୫୦ ଟନ୍‌ ଅକ୍ସିଜେନ୍ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା ଓ ଯାଜପୁରରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାରୁ ଏହି ଅକ୍ସିଜେନ୍ ଯୋଗାଣ କରାଯାଇଛି ।

ଓଡ଼ିଶାରୁ ଅକ୍ସିଜେନ୍ ନେଇ ଟ୍ୟାଙ୍କରଗୁଡି଼କ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ୍, ମହାରାଷ୍ଟ୍ରର ପୁଣେ, ନାଗପୁର ଓ ମୁମ୍ବାଇ, ମଧ୍ୟ ପ୍ରଦେଶର ଇନ୍ଦୋର ଓ ତେଲଙ୍ଗାନାର ହାଇଦ୍ରାବାଦକୁ ପଠାଯାଇଛି । ଶୁକ୍ରବାର ରାତି ସୁଦ୍ଧା ଆଉ ଚାରିଟି ଟ୍ୟାଙ୍କର୍‌ ଯୋଗେ ଅକ୍ସିଜେନ୍ ଯୋଗାଣ କରାଯିବ । ସେଥି ମଧ୍ୟରୁ ଅନୁଗୁଳରୁ ଯିବାକୁ ଥିବା ଦୁଇଟି ଟ୍ୟାଙ୍କର୍ ବିଶାଖପାଟଣା ଯିବାକୁ ଥିବା ବେଳେ ଯାଜପୁରରୁ ଯିବାକୁ ଥିବା ଦୁଇଟି ଟ୍ୟାଙ୍କରରୁ ଗୋଟିଏ ବିଶାଖାପାଟଣା ଓ ଅନ୍ୟଟି ଗାଜିଆବାଦକୁ ପଠାଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ଅକ୍ସିଜେନ୍ ଯୋଗାଣକୁ ବାଧାମୁକ୍ତ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅଧିକାରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଛି । କ୍ରାଇମ୍‌ ବ୍ରାଞ୍ଚ ଏ.ଡି.ଜି. ଯଶୋବନ୍ତ ଜେଠୱା ଏହି ସେଲର ମୁଖ୍ୟ ଥିବା ବେଳେ ଅକ୍ସିଜେନ୍‌ ଟ୍ୟାଙ୍କର୍ ଯାଉଥିବା ରାସ୍ତାକୁ ଟ୍ରାଫିକ୍ ମୁକ୍ତ କରିବା ପାଇଁ ଟ୍ୟାଙ୍କର୍ ଯାଉଥିବା ଜିଲ୍ଲାଗୁଡ଼ିକର ଏସ୍.ପି., ଡିସିପି, ରେଞ୍ଜ୍‌ ଆଇ.ଜି. ଓ ଡିଆଜିମାନଙ୍କୁ ଦାୟିତ୍ବ ଦିଆଯାଇଛି । ଗ୍ରୀନ୍ କରିଡର୍ ଯୋଗେ ଏହି ଅକ୍ସିଜେନ୍ ବିତରଣ କାର୍ଯ୍ୟ କରାଯାଉଛି ।

ଅକ୍ସିଜେନ ସେଲର ମୁଖ୍ୟ କ୍ରାଇମ୍ ବ୍ରାଞ୍ଚ ଏ.ଡି.ଜି. ଯଶୋବନ୍ତ ଜେଠୱା


ଏହା ବି ପଢ଼ନ୍ତୁ | COVIDଚିକିତ୍ସା ପାଇଁ ନୂଆ ଔଷଧ ‘ଭିରାଫିନ୍’କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

‘‘ଅକ୍ସିଜେନ୍ ଯୋଗାଣ ପାଇଁ ଗଠିତ ସ୍ବତନ୍ତ୍ର ସେଲ୍ ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରୁଛି ଓ ପୂରା ଯୋଗାଣକୁ ସଞ୍ଚାଳନ କରୁଛି । ଗ୍ରୀନ୍ କରିଡର୍ ଜରିଆରେ ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ପଠାଯାଉଛି । ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ । ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଓଡ଼ିଶା ପୋଲିସ ବଦ୍ଧପରିକର,’’ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ଅତିରିକ୍ତ ଡିଜି (କ୍ରାଇମ୍ ‌ବ୍ରାଞ୍ଚ୍‌) ଯଶୋବନ୍ତ ଜେଠୱା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ଅଭିନେତ୍ରୀ ନର୍ଭସ୍ହେଲେ!

ଅକ୍ସିଜେନ୍‌ ଯୋଗାଣ କାର୍ଯ୍ୟ ସମୟରେ ସ୍ଥାନୀୟ ଏସ୍.ପି.ମାନେ ପ୍ରତ୍ୟକ୍ଷ ଭାବେ ପ୍ଲାଣ୍ଟରେ ଉପସ୍ଥିତ ରହି ଟ୍ୟାଙ୍କରରେ ଅକ୍ସିଜେନ୍ ଭରାଯିବା ଓ ଭର୍ତ୍ତି ହେବା ପରେ ଟ୍ୟାଙ୍କରରୁ ପୋଲିସ ଏସ୍କର୍ଟ ଯୋଗେ ନିଜ ଜିଲ୍ଲାର ସୀମା ପର୍ଯ୍ୟନ୍ତ ନେବା କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରୁଛନ୍ତି । ଜିଲ୍ଲା ସୀମା ପାର୍‌ ହେବା ପରେ ପଡ଼ୋଶୀ ଜିଲ୍ଳାର ପୋଲିସ ଏହି ଟ୍ୟାଙ୍କରକୁ ଏସ୍କର୍ଟ କରି ନିଜ ଜିଲ୍ଲା ସୀମା ପାର୍‌ କରାଉଛି ।



ଓଡ଼ିଶା ପୋଲିସ ଏହି ପ୍ରକ୍ରିୟାକୁ ରାଜ୍ୟ ସୀମା ପର୍ଯ୍ୟନ୍ତ ଜାରି ରଖିବା ସହିତ ରାଜ୍ୟ ସୀମା ପାର୍‌ ହେବା ପରେ ପଡ଼ୋଶୀ ରାଜ୍ୟର ପୋଲିସ ଏହି ଧାରାକୁ ଆଗକୁ ଜାରି ରଖୁଥିୂବା ଜଣାପଡ଼ିଛି ।
Published by: Anand ST Das
First published: April 23, 2021, 11:32 PM IST