News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ୨୩ ଜଣ ନୂଆ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ନୂଆ ୨୩ ଜଣଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ବରର ୧୫ ଜଣ, ଗଞ୍ଜାମର ୩ ଜଣ, ଯାଜପୁରର ୩ ଜଣ ଓ ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ରୋଗୀ । ଗଞ୍ଜାମରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୭ ହୋଇଛି । ବାଲେଶ୍ବରରେ ମୋଟ ରୋଗୀଙ୍କ ସଂଖ୍ୟା ହୋଇଛି ୫୭ । ଯାଜପୁରରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬୪, ବୌଦ୍ଧରେ ୫ ଓ ପୁରୀରେ ଏହି ସଂଖ୍ୟା ହୋଇଛି ୪ ।
କଟକ ତିଗିରିଆରେ ଦ୍ବିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଆକ୍ରାନ୍ତ ଜଣକ ସୁରତ ଫେରନ୍ତା । ପଜିଟିଭ୍ ଚିହ୍ନଟ ହେବା ପରେ ଯୁବକଙ୍କୁ କଟକ ଅଶ୍ୱିନୀ କୋଭିଡ ହସପିଟାଲକୁ ପଠାଯାଇଛି । ପରେ କ୍ବାରେଣ୍ଟାଇନ କରାଯାଇଥିବା ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ୧୨ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଥିବା ବେଳେ, ନୂଆପାଟଣା, ଭୋଗଡା ଓ ଜେମାଦେଇପୁର ପଞ୍ଚାୟତର ସରପଞ୍ଚ ୨୪ ଘଣ୍ଟା ପାଇଁ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି ।

ଟିଟିଲାଗଡ଼ରେ କର୍ଫ୍ୟୁ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପୋଲିସ୍ କର୍ମୀମାନେ ।
ଏହା ବି ପଢ଼ନ୍ତୁ: ଆଜି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା କାଲି ଠାରୁକରୋନାକୁ ନେଇ ଅନୁଗୁଳରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଏବେ ଭୟଭୀତ । ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୭୦୦ରୁ ଅଧିକ ପ୍ରବାସୀ ଶ୍ରମିକ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୩୦୦ରୁ ଅଧିକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆଗକୁ ଆହୁରି ପଠାଯିବ। ଏହା ଛଡା ପ୍ରତ୍ୟେକ ଦିନ ପ୍ରାୟ ୮୦ରୁ ୧୦୦ ପ୍ରବାସୀ ଶ୍ରମିକ ଜିଲ୍ଲାରେ ପ୍ରବେଶ କରୁଛନ୍ତି । ୧୭,୦୦୦ରୁ ଅଧିକ ପ୍ରବାସୀ ଜିଲ୍ଲାକୁ ଆସିବା ପାଇଁ ପଞ୍ଜୀକୃତ କରିଛନ୍ତି । ଗଞ୍ଜାମ ଓ ବାଲେଶ୍ୱର ପରି ଅନୁଗୁଳ ଜିଲ୍ଲା ପାଇଁ ବି ଚିନ୍ତା ବଢାଇଛନ୍ତି ପ୍ରବାସୀ ।
ଏହା ବି ପଢ଼ନ୍ତୁ: ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦିଗତ କାଲି ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଲକଡାଉନ୍ ଉପରେ ୫ଟି ପ୍ରସ୍ତାବ ରଖିଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପ୍ରସ୍ତାବ ହେଲା ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ସ୍ଥିର କରିବା ଦାୟିତ୍ବ ସ୍ଥାନୀୟ ପ୍ରଶାସନକୁ ଦିଆଯିବା ଦରକାର । କେଉଁ ପ୍ରକାର ଜୋନ୍ ଓ ଜୋନର ଆକାର କିଭଳି ରହିବ, ସେ କ୍ଷମତା ସ୍ଥାନୀୟ ପ୍ରଶାସନକୁ ଦିଆଯାଉ । ରାଜ୍ୟରେ ଆର୍ଥିକ ଗତିବିଧି କ୍ଷେତ୍ରରେ ନୂଆ ମାନକ କାର୍ଯ୍ୟ ପଦ୍ଧତି ସ୍ଥିର କରାଯାଉ । ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରୋତ୍ସାହନ ଯୋଜନାର ସଂଶୋଧନ କରାଯାଉ । ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ କ୍ଷମତା ମିଳିଲେ, କୋରୋନା ମୁକାବିଲା ଆହୁରି ତ୍ବରାନ୍ବିତ ହୋଇପାରିବ । ଲକଡାଉନରେ ଫସିଥିବା ଲୋକଙ୍କ ପରିବହନ ପାଇଁ ନବୀନ ଦେଇଛନ୍ତି ପରାମର୍ଶ । କହିଛନ୍ତି, ରାଜ୍ୟଗୁଡ଼ିକର ପରାମର୍ଶକ୍ରମେ ରେଳ ଚଳାଚଳ ନିୟନ୍ତ୍ରିତ କରାଯିବା ଦରକାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।