News18 Odia Digital
ଆଗ୍ରା: ଗୋଟିଏ କୋଭିଡ୍ ହସ୍ପିଟାଲରେ ଅମ୍ଳଜାନ ସଙ୍କଟର ଏକ ମକ୍ ଡ୍ରିଲ୍ (Mock Drill) କରି ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଗଲେ କେତେ ଜଣ ରୋଗୀ ମରିବେ ତାହା ଦେଖୁଥିଲେ କିଛି ଲୋକ । ସେମାନେ ଅକ୍ସିଜେନ୍ ସପ୍ଲାଏ ମାତ୍ର ପାଞ୍ଚ ମିନିଟ୍ ପାଇଁ ବନ୍ଦ କରିଦେଲେ, ଆଉ ସେତିକି ସମୟରେ ୨୨ ଜଣ ଗୁରୁତର ରୋଗୀ ପ୍ରାଣ ହରେଇଥିଲେ ବୋଲି କୁହାଯାଇଛି ।
ଏହି ମର୍ମନ୍ତୁଦ ଘଟଣା ଏକ ଭାଇରାଲ୍ ଭିଡିଓରୁ (Viral Video) ଜଣା ପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି । ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଆଗ୍ରାରେ ଥିବା ଏକ ହସପିଟାଲରେ । ଏବେ ସାମନାକୁ ଆସିଥିବା ଭାଇରାଲ୍ ଭିଡିଓରେ ହସ୍ପିଟାଲ୍ ସଞ୍ଚାଳକଙ୍କ ସାମ୍ନାରେ ଜଣେ ବ୍ୟକ୍ତି କହୁଥିବା ଦେଖାଯାଉଛି ଯେ ସେହି ମକ୍ ଡ୍ରିଲ୍ କାରଣରୁ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହି ପୂରା ବାର୍ତ୍ତାଳାପ ଏପ୍ରିଲ୍ ମାସ ୨୬ ତାରିଖରେ ଘଟିଥିବା ଅମ୍ଳଜାନ ସଙ୍କଟ ପରିପ୍ରେକ୍ଷୀରେ ହୋଇଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାରଏପ୍ରିଲ୍ ୨୬ ତାରିଖ ସକାଳ ୭ଟାରେ ଆଗ୍ରାର ଶ୍ରୀ ପାରସ୍ ହସ୍ପିଟାଲରେ (Sri Paras Hospital) ଏହି ମକ୍ ଡ୍ରିଲ୍ କରାଯାଇଥିଲା । ସେତେବେଳେ ଡାକ୍ତରଖାନାରେ ୯୬ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ମକ୍ ଡ୍ରି୍ଲ୍ ପରେ ସେମାନଙ୍କ ମଧ୍ୟରୁ କେବଳ ୭୪ ଜଣ ରୋଗୀ ବଞ୍ଚିଥିଲେ । ଡାକ୍ତରଖାନାର ସଞ୍ଚାଳକ ଡଃ ଅରିଞ୍ଜୟ ଜୈନଙ୍କ ଚାରିଟି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ହସପିଟାଲରେ ସେଦିନର ଅମ୍ଳଜାନ ସଙ୍କଟର କାହାଣୀ ବର୍ଣ୍ଣନା କରୁଛନ୍ତି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଭିଡିଓଗୁଡ଼ିକୁ ବିକୃତ କରି ଭାଇରାଲ କରାଯାଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | SBIର ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବଶ୍ରୀ ପାରସ୍ ହସ୍ପିଟାଲର ଭିଡିଓ ଭାଇରାଲ ହେବା ପରେ ଦେଶରେ ଅମ୍ଳଜାନ ସଙ୍କଟ ସମୟରେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଘଟିଥିବା ଗୁରୁତର ଅବହେଳା ଉପରେ ଦେଶ ସାରା ଆଲୋଚନା ହେଉଛି । ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡି.ଏମ୍.) ପ୍ରଭାସ ନାରାୟଣ ସିଂ କହିଛନ୍ତି ଯେ ଭାଇରାଲ ହୋଇଥିବା ଭିଡିଓ ମୁତାବକ ସେଦିନ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା କି ନାହିଁ ଓ ମକ୍ ଡ୍ରିଲର କ’ଣ ପ୍ରଭାବ ଥିଲା ତା’ର ତଦନ୍ତ ଆରମ୍ଭ ହୋଇଛି । ସରକାରୀ ରେକର୍ଡ଼ରେ ଏପ୍ରିଲ୍ ୨୬ ତାରିଖ ଦିନ ଶ୍ରୀ ପାରସ୍ ହସ୍ପିଟାଲରେ ଚାରି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଲେଖାଅଛି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ ଓ ଖବର:‘‘ଏପ୍ରିଲ୍ ୨୬ ଓ ୨୭ ତାରିଖରେ ହସପିଟାଲଗୁଡ଼ିକରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । କିନ୍ତୁ ରାତି ସାରା ପ୍ରଶାସନର ଟିମ୍ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି ଡାକ୍ତରଖାନାଗୁଡ଼ିକୁ ଅମ୍ଳଜାନ ସପ୍ଲାଏ ଜାରି ରଖିଥିଲେ । ଏପ୍ରିଲ୍ ୨୬ରେ ୯୭ ଜଣ କରୋନା ରୋଗୀଙ୍କୁ ଶ୍ରୀ ପାରସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରୁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ତେଣୁ ଭାଇରାଲ୍ ଭିଡିଓର ସତ୍ୟତା ପ୍ରାମାଣିକ ନୁହେଁ । ତଥାପି ଏହି ଭିଡିଓର ତଦନ୍ତ କରାଯିବ,’’ କହିଛନ୍ତି କଲେକ୍ଟର୍ ପ୍ରଭାସ ନାରାୟଣ ସିଂ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛିଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି (Rahul Gandhi) ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଉତ୍ତର ପ୍ରଦେଶର (Uttar Pradesh) ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସଙ୍ଗରେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।

ରାହୁଳ ଗାନ୍ଧିଙ୍କ ଟ୍ୱିଟ୍
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲାରାହୁଲ ଗାନ୍ଧି ଏକ ଟ୍ୱିଟ୍ କରି କହିଛନ୍ତି, ‘‘ବିଜେପି ଶାସନରେ ଅମ୍ଳଜାନ ଓ ମାନବତାର ଭୀଷଣ ଅଭାବ ଅଛି । ଏହି ଜଘନ୍ୟ ଅପରାଧ ପାଇଁ ଦାୟୀ ସବୁ ଲୋକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଦୁଃଖର ଏହି ସମୟରେ ମୃତ ଲୋକଙ୍କ ପରିଜନଙ୍କ ପାଇଁ ମୋ’ର ସମବେଦନା ।’’
‘‘ଏହି ଡାକ୍ତରଖାନା ଏକ ଜଘନ୍ୟ ଅପରାଧ କରିଛି । ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲା ମାଜିଷ୍ଟ୍ରେଟ ଓ ସି.ଏମ୍.ଓ. ସ୍ତରରେ ତଦନ୍ତ କରାଯାଉଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଯେଉଁ କୁକୃତ୍ୟ କରିଛନ୍ତି ତା’ ପାଇଁ ତାଙ୍କୁ ଦଣ୍ଡ ମିଳିବ । ଆମେ କାହାକୁ ଛାଡି଼ବୁ ନାହିଁ,’’ କହିଛନ୍ତି ଯୋଗୀ ସରକାରଙ୍କ ମୁଖପାତ୍ର ତଥା କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।