News18 Odia Digital
ଭୁବନେଶ୍ୱର: ୟୁଏଇରୁ ଆଜି ଓଡ଼ିଶା ଫେରିଛନ୍ତି ୨୧୫ ଜଣ ପ୍ରବାସୀ ଓଡ଼ିଆ । ଏଆର ଆରବିଆର ସ୍ଵତନ୍ତ୍ର ବିମାନ ଯୋଗେ ଏମାନେ ଶାରଜାହରୁ ଆସି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚୀଥିଲେ। କରୋନା କଟକଣା କାରଣରୁ ଦୀର୍ଘ ସମୟ ଧରି ବିଦେଶ ମାଟିରେ ଏକ ପ୍ରକାର ଅସହାୟ ଅବସ୍ଥାରେ ଅଟକି ରହିଥିବା ଏହି ଓଡ଼ିଆମାନେ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଭାବ ବିହ୍ଵଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଶାରଜାହରୁ ଏଆର ଆରବିଆର ଏକ ସ୍ଵତନ୍ତ୍ର ଚାରଟର୍ଡ଼ ବିମାନ ଜି ୯୭୪୫ ଯୋଗେ ଏମାନେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଓଡ଼ିଶା ଫେରନ୍ତା ଏହି ଓଡ଼ିଆଙ୍କ ପାଇଁ ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରବାସୀ ଓଡ଼ିଆମାନେ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଚନ୍ଦ୍ର ଶେଖର ଖୁଣ୍ଟିଆଙ୍କ ସହାୟତାରେ ଓଡ଼ିଶାରେ ପହଞ୍ଚିଥିଲେ।
କେନ୍ଦ୍ର ସରକାରଙ୍କ ' ବନ୍ଦେ ଭାରତ ମିଶନ' ଯୋଜନା ଅଧୀନରେ ଏକ ସ୍ବତନ୍ତ୍ର ଚାଟାର୍ଡ ପ୍ଳେନ ଯୋଗେ ସକାଳ ୮ଟାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ସାରଜାହାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ିଥିଲା ଏହି ବିମାନ। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦିନ ସାଢ଼େ ଦୁଇଟା ବେଳେ ପହଞ୍ଚିଥିଲା।

ବିମାନ ବନ୍ଦର ବାହାରକୁ ଆସିବା ବେଳେ ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରାଯାଇଥିଲା ।
‘‘ମୁଁ ଆଶା କରି ନ ଥିଲି ଏତେ ଶୀଘ୍ର ମୋ ପୁଅକୁ ଭେଟିବି । ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଉଛି ସେ ମୋ ପୁଅକୁ ଶୀଘ୍ର ଫେରାର ଆଣିଲେ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଅନେକ ଧନ୍ୟବାଦ,’’ କହିଛନ୍ତି ଜଣେ ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ମାଆ ଅରୁନ୍ଧତୀ ଦାଶ । ଆଉଜଣେ ପ୍ରବାସୀଙ୍କ ଭିଣୋଇ ବିଶ୍ଵଜିତ ଦାସ କହିଛନ୍ତି, ‘‘ଜୁନରେ ମୋ’ ଶଳା ଫେରିବା ଆଶା ମୁଁ ଛାଡି ଦେଇଥିଲି । ଭଗବାନ ଓ ୟୁଏଇଇରେ ଥିବା ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ଧନ୍ୟବାଦ।’’
ବଡ଼ କଥା ହେଉଛି ଏହି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଚାର୍ଟାର୍ଡ ବିମାନକୁ ଉଡ଼ାଣ କରିଥିଲେ ଅନ୍ୟ ପାଇଲଟଙ୍କ ସହିତ ଜଣେ ଓଡ଼ିଆ ମହିଳା ପାଇଲଟ ମଧୁସ୍ମିତା ପଟ୍ଟନାୟକ । ସେ ଏୟାର ଆରବିଆରେ ପ୍ରଫେସନାଲ ପାଇଲଟ ଭାବେ କାମ କରନ୍ତି । ବିମାନ ବନ୍ଦରରେ ପହଞ୍ଚି ଥିଲେ ବି ରନୱେ ବାହାରକୁ ଆସି ନ ଥିଲେ ମଧୁସ୍ମିତା । ସେଠାରେ ରହି ଓଡ଼ିଆ ଓ ଓଡ଼ିଶାର ଶୁଭ କାମନା କରିଥିଲେ।
ପୂରା ପ୍ରକ୍ରିୟାରେ ସହଯୋଗ କରିଥିଲେ ୟୁଏଇ ସ୍ଥିତ ଓଡ଼ିଆ ସମାଜର ସଦସ୍ୟମାନେ, ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ଓ ଓଡ଼ିଶା ସରକାର। ପ୍ରବାସୀଙ୍କ ଆବେଦନ ଅନୁସାରେ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ବିଭିନ୍ନ ଦଳର ନେତା ଓ ମନ୍ତ୍ରୀମାନେ। ବିଜେଡି ନେତା ଭରଦ୍ୱାଜ ମିଶ୍ର କହିଛନ୍ତି, ‘‘ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ପ୍ରବାସୀଙ୍କୁ ଫେରାଇ ଆଣିବାରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ଅବଦାନ ଅତୁଳନୀୟ ।’’
ସୂଚନା ଅନୁସାରେ ବିମାନରେ ଚଢ଼ିବା ପୂର୍ବରୁ ସବୁ ଯାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା। କେବଳ ନେଗେଟିଭି ଥିବା ଯାତ୍ରୀଙ୍କୁ ବିମାନରେ ଆସିବାକୁ ଅନୁମତି ମିଳିଥିଲା । ଫେରିଥିବା ସବୁ ଯାତ୍ରୀଙ୍କୁ ୧୪-ଦିନିଆ ବାଧ୍ୟତାମୂଳକ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
ଏହା ବି ପଢ଼ନ୍ତୁ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।