News18 Odia Digital
ଭୁବନେଶ୍ୱର: ରାଜ୍ୟର ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୨୧୦ ଜଣ କରୋନା ପଜିଟିଭ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୪ ଜଣ ଅଛନ୍ତି ଓ ବାକି ୩୬ ଜଣ ସ୍ଥାନୀୟ ବାସିନ୍ଦା । ଏହି ନୂଆ ୨୧୦ ଜଣ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨କୁ ବୃଦ୍ଧି ପାଇଛି ।
ଆଜିର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫୮ ଓ ଖୋର୍ଦ୍ଧାରୁ ୪୭ ଜଣ ଅଛନ୍ତି । ଗଜପତିରୁ ୨୯ ଓ ବଲାଙ୍ଗିରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଓ ଯାଜପୁରରୁ ୮ ଜଣ ଲେଖାଏଁ ପଜିଟିଭ ସାମ୍ନାକୁ ଆସିଛନ୍ତି । ମୟୂରଭଞ୍ଜ ଓ ଢେଙ୍କାନାଳରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬, କଟକ ଓ କେନ୍ଦୁଝରରୁ ୫ ଲେଖାଏଁ ପଜିଟିଭ ସାମ୍ନାକୁ ଆସିଛି । ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନବରଙ୍ଗପୁର ଓ ବାଲେଶ୍ବରରୁ ୨ଟି ଲେଖାଏଁ ପଜିଟିଭ କେସ୍ ସାମ୍ନାକୁ ଆସିଛି । ଦେବଗଡ଼, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମ ବଙ୍ଗରୁ ଫେରିଥିବା ୬ ଜଣ NDRF ଯବାନ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୧,୮୧୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪,୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ମୃତ୍ୟୁ ସଂଖ୍ୟା ୧୫ ପହଞ୍ଚି ସାରିଛି ।

ଦିଲ୍ଲୀରେ ଜଣେ ପୋଲିସ କର୍ମୀ ଦୋକାନୀମାନଙ୍କ ଦେହର ତାପମାତ୍ରା ମାପୁଛନ୍ତି ।
ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା ଭାଇରସ । ଦିନକରେ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୬,୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୧୦୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪,୮୯୪କୁ ବୃଦ୍ଧି ପାଇଛି । ଏଥିରୁ ୧,୮୬,୫୧୪ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରେ ୨୦୮ ପ୍ରାଣ ହରାଇଛନ୍ତି । ଏହା ସହ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୬,୭୩୯କୁ ବୃଦ୍ଧି ପାଇଛି ।
ଦିଲ୍ଲୀରେ ୨,୩୬୫ ଜଣ, ଗୁଜରାଟରେ ୧,୭୩୫ ଜଣ ଓ ତାମିଲ ନାଡୁରେ ୮,୦୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ରାଜଧାନୀ ଦିଲ୍ଲୀକୁ ନେଇ ଚିନ୍ତା ବଢ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୁମ୍ବାଇକୁ ଟପିଛି ଦିଲ୍ଲୀ । ମୁମ୍ବାଇ ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦,୦୦୦ ପାର କରି ସାରିଛି । ସଂକ୍ରମଣ ହାରରେ ଦେଶର ସର୍ବାଧିକ ସଂକ୍ରମିତ ଚାରିଟି ବଡ଼ ମହାନଗର ମଧ୍ୟରେ ଆଗରେ ରହିଛି ଦିଲ୍ଲୀ ।
ଏହା ବି ପଢ଼ନ୍ତୁ:
ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!
ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
ଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା
ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା
ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା
ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।