ଜୁନ୍ ୧ରୁ ଚାଲିବ ୨୦୦ଟି ଟ୍ରେନ୍; ଆଜି ଠାରୁ ଅନଲାଇନ୍ ବୁକିଂ ଆରମ୍ଭ; ମେ ୨୫ରୁ ଉଡ଼ିବ ବିମାନ

ଓଡ଼ିଶାକୁ ଓ ଓଡ଼ିଶାରୁ ଚାଲିବ ୫ ଯୋଡ଼ା ଟ୍ରେନ୍ । ସେମାନଙ୍କ ଭିତରେ ଅଛନ୍ତି ହାଓଡ଼ା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍ ।

ଟ୍ରେନରେ ଚଢ଼ିବା ସମୟରେ ପ୍ରତି ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । (ପ୍ରତାକୀତ୍ମକ ଛବି)

ଟ୍ରେନରେ ଚଢ଼ିବା ସମୟରେ ପ୍ରତି ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ହେବ । (ପ୍ରତାକୀତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦେଶରେ ଜୁନ୍ ୧ରୁ ଚାଲିବ ୧୦୦ ଯୋଡ଼ା ବା ୨୦୦ଟି ଟ୍ରେନ୍ । ଓଡ଼ିଶାକୁ ଓ ଓଡ଼ିଶାରୁ ଚାଲିବ ୫ ଯୋଡ଼ା ଟ୍ରେନ୍ । ଏଥି ପାଇଁ ଆଜି ଠୁ ଆରମ୍ଭ ହେବ ବୁକିଂ । ଜୁନ୍ ୧ରୁ ଟ୍ରେନ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ମଧ୍ୟରେ ରହିଛି ଉଭୟ ଏସି ଓ ନନଏସି ଟ୍ରେନ । ଏସବୁ ଟ୍ରେନର ସମସ୍ତ ଆସନ ସଂରକ୍ଷିତ ହେବ ।

ହାଓଡ଼ା-ଭୁବନେଶ୍ବର ଓ ହାୱଡା-ବଡ଼ବିଲ ଜନଶତାବ୍ଦୀ ଏକ୍ସପ୍ରେସ୍ ଚାଲିବ । ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍ ଏବଂ ସିଆଲଦା-ପୁରୀ ଦୂରନ୍ତୋ NON AC ଏକ୍ସପ୍ରେସ୍ ଚାଲିବ । ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଚାଲିବ ।

ଲକ୍‌ଡାଉନ ୪.୦ ନିୟମରେ କେତେକ ସଂଶୋଧନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଘରୋଇ ଉଡ଼ାଣ ଉପରେ ଥିବା ପ୍ରତିବନ୍ଧକକୁ ଉଠାଇ ନିଆଯାଇଛି । ତେଣୁ ଦେଶରେ ମେ ୨୫ରୁ ଉଡ଼ିବ ବେସାମରିକ ବିମାନ । ସାରା ଦେଶରେ ଆରମ୍ଭ ହେବ ବେସାମରିକ ବିମାନ ସେବା ।  ଏଥିପାଇଁ ସବୁ ବିମାନବନ୍ଦରକୁ ପ୍ରସ୍ତୁତ ରହିବାକୁ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯାତ୍ରୀ ପରିବହନ ନେଇ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ହରଦୀପ ସିଂହ ପୁରୀ


ସେ ଟ୍ବିଟରରେ ଲେଖିଛନ୍ତି ଯେ ଆସନ୍ତା ୨୫ ତାରିଖରୁ ଦେଶରେ ଉଡ଼ିବ ଘରୋଇ ବିମାନ । ସବୁ ବିମାନବନ୍ଦର ଓ ଏୟାରଲାଇନ୍ସ କମ୍ପାନୀକୁ ମେ' ୨୫ରୁ ଉଡ଼ାଣ ପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ଯାତ୍ରୀଙ୍କ ପାଇଁ ଏସ୍‌ଓପି ବି ଜାରି କରାଯାଉଛି । ଲକ୍‌ଡାଉନ୍‌ ଫଳରେ ଉଡ଼ାଣ ବନ୍ଦ ରହିଥିଲା । ନିକଟରେ ସରକାର ରେଳସେବା ଆରମ୍ଭ କରିବା ପରେ ଘରୋଇ ଉଡ଼ାଣ ବି ମେ' ୨୫ ବା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ।

୨୫ ତାରିଖରୁ ଘରୋଇ ବିମାନ ଚଳାଚଳ କରୁଥିବାରୁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ । ଏହାଛଡା କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ଼ଲାଇନକୁ ପାଳନ କରାଯିବ ବୋଲି କହିଛନ୍ତି ସେ । ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡିବ କେଉଁ କେଉଁ ଅଞ୍ଚଳକୁ ବିମାନ ଉଡ଼ିବ ।

ବିମାନ ଯାତ୍ରା ପାଇଁ ନୂଆ ଗାଇଡ୍‌ ଲାଇନ ଜାରି କରିଛନ୍ତି  ସରକାର । ଫ୍ଲାଇଟ ସମୟର ୨ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ହେବ ଯାତ୍ରୀମାନଙ୍କୁ । ସବୁ ଯାତ୍ରୀଙ୍କ ପାଇଁ  ମାସ୍କ ଓ ଗ୍ଲୋଭ୍‌ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୧୪ ବର୍ଷରୁ ଅଧିକ ସବୁ ଯାତ୍ରୀ 'ଆରୋଗ୍ୟ ସେତୁ' ଆପ ଡାଉନଲୋଡ କରିବେ ।

ବିମାନ ବନ୍ଦର ଟର୍ମିନାଲରେ ପ୍ରବେଶ ପୂର୍ବରୁ ସବୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ବିମାନ ବନ୍ଦର ନିକଟରେ ପରିବହନ ବ୍ୟବସ୍ଥା ଉପଲବ୍ଧ କରିବାକୁ କୁହାଯାଇଛି । ଏହାକୁ ନିଶ୍ଚିତ କରିବେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ । ସାମାଜିକ ଦୂରତ୍ବକୁ ନଜରରେ ରଖି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯିବ ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଭାଇରସ୍ ନେଲା ଆଉ ଏକ ଜୀବନ; ଆହୁରି ୫୧ ଆକ୍ରାନ୍ତ ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: