ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହି ଟ୍ରେନଗୁଡ଼ିକ ପାଇଁ ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନଗୁଡ଼ିକର ମାର୍ଗ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ
ଏହି ୨୦୦ଟି ଟ୍ରେନ୍ ନନ୍-ଏସି ଟ୍ରେନ୍ ହେବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜୁନ୍ ୧ ତାରିଖରୁ ଭାରତୀୟ ରେଳ (Indian Railways) ଆହୁରି ୨୦୦ଟି ଟ୍ରେନ୍ ଚଳେଇବାକୁ ଯାଉଛି । ଏହି ୨୦୦ଟି ଟ୍ରେନ୍ ନନ୍‌-ଏସି ଟ୍ରେନ୍‌ ହେବ । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ଟ୍ୱିଟ୍ କରି ଏହା ଜଣାଇଛନ୍ତି ।

ଗୋୟଲଙ୍କ ଅନୁଯାୟୀ ଭାରତୀୟ ରେଳ ନିଜ ସମୟ ଟେବୁଲ ଅନୁସାରେ ଜୁନ୍ ୧ରୁ ପ୍ରତି ଦିନ ୨୦୦ଟି ନନ୍‌-ଏସି ଟ୍ରେନ୍ ଚଳାଇବାକୁ ଯାଉଛି । ଏହି ଟ୍ରେନର ବୁକିଂ ଶୀଘ୍ର ଆରମ୍ଭ ହେବ । ତେବେ ଧାର୍ଯ୍ୟ ତାରିଖ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନଗୁଡ଼ିକର ମାର୍ଗ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି: ‘‘ଶ୍ରମିକମାନଙ୍କ ପାଇଁ ବଡ ଆରାମ ହେବ । ପାଖାପାଖି ୨୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ପରେ ଏହି ସଂଖ୍ୟା ବୃଦ୍ଧି ପାଇବ ।’’

ରେଳ ମନ୍ତ୍ରୀ ପୀୟୁଷ ଗୋୟଲ


ଗୋୟଲ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି: ‘‘ଏହା ବ୍ୟତୀତ ଭାରତୀୟ ରେଳ ଜୁନ୍ ୧ରୁ ଟାଇମ୍ ଟେବୁଲ୍ ଅନୁଯାୟୀ ଦୈନିକ ୨୦୦ଟି ନନ୍‌-ଏସି ଟ୍ରେନ୍ ଚଳେଇବ । ଏଥି ପାଇଁ ଖୁବ ଶୀଘ୍ର ଅନଲାଇନ୍ ବୁକିଂ ଆରମ୍ଭ ହେବ ।’’

ମେ ୧୨ରୁ ଚାଲୁଛି ଏସି ସ୍ପେଶାଲ୍‌ ଟ୍ରେନ୍

କରୋନା ଭାଇରସ୍ କାରଣରୁ ଦେଶରେ ଲଗାଯାଇଥିବା ଲକଡାଉନ୍‌ ଯୋଗୁଁ ଦେଶରେ ରେଳ ସେବା ଉପରେ ପ୍ରତିବନ୍ଧକ ଲାଗିଛି । ରେଳବାଇ ଏହା ପୂର୍ବରୁ ୧୦ ମଇରେ ୧୫ ଯୋଡ଼ା ଏସି ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲା । ମେ ୧୨ରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ଲୋକେ କେବଳ IRCTC ୱେବସାଇଟ୍ (www.irctc.co.in/nget/) ରୁ ଅନଲାଇନ୍ ଟିକେଟ୍ ବୁକ୍ କରି ଯାତ୍ରା କରିପାରୁଛନ୍ତି । କରୋନ ସଂକ୍ରମଣକୁ ରୋକିବା ପାଇଁ ଟିକେଟ୍ ବୁକିଂ ୱିଣ୍ଡୋ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।

ଏହି ସମସ୍ତ ୧୫ ରାଜଧାନୀ ଟ୍ରେନ୍ ଏସି ଟ୍ରେନ୍‌ ଓ ସେମାନଙ୍କର ଭଡ଼ା ସୁପର ଫାଷ୍ଟ ଟ୍ରେନ୍ ସହିତ ସମାନ । ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ନୂଆ ଦିଲ୍ଲୀ ରେଳ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାୱଡ଼ା, ପାଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜାମ୍ମୁ-ତାୱି ପର୍ଯ୍ୟନ୍ତ ଚାଲୁଛି ।

ଯାତ୍ରୀଙ୍କୁ ଏହି ଆଦେଶ ମାନିବା ଜରୁରୀ

ଯାତ୍ରୀମାନଙ୍କ ପାଇଁ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ସେମାନେ ମାନିବା ଆବଶ୍ୟକ । କେବଳ ଯାତ୍ରୀମାନଙ୍କୁ ହିଁ ଷ୍ଟେସନ ଯିବାକୁ ଅନୁମତି ଦିଆଯାଇଛି । ଷ୍ଟେସନ ପରିସରରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି । ସେଥି ପାଇଁ ଅତି କମରେ ଏକ ଘଣ୍ଟା ପୂର୍ବରୁ ରେଳ ଷ୍ଟେସନରେ ପହଞ୍ଚିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନେ କରୋନା ଭାଇରସ୍‌ ସଂକ୍ରମଣ ସହ ଜଡିତ ଅନ୍ୟ ପ୍ରୋଟୋକଲଗୁଡିକ ମଧ୍ୟ ମାନିବା ଆବଶ୍ୟକ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରା ଯାଇଛି । ସବୁ ଯାତ୍ରୀଙ୍କୁ ନିଜ ମୋବାଇଲ୍‌ ଫୋନରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ବାଧ୍ୟତାମୂଳକ କରାଯାଇଛି ।

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: ମହାବାତ୍ୟା ଅମ୍ଫନର ପ୍ରଭାବ ଆରମ୍ଭ ହେଲା; ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଜାରି

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 10:31 PM IST
corona virus btn
corona virus btn
Loading