ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍ ଚିହ୍ନଟ ହେଲେ: ଗଞ୍ଜାମରେ ୧୭ ଓ ମୟୂରଭଞ୍ଜରେ ୩

ରାଜ୍ୟରେ କରୋନା ଭାଇରସ୍ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି । ଏପ୍ରିଲ୍ ୨୫ରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ମେ ୭ରେ ଏହି ସଂଖ୍ୟା ୨ ଶହ ଟପିଛି । ମାତ୍ର ୧୧ ଦିନରେ ଡବଲ୍ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା ।

ରାଜ୍ୟରେ ଆଉ ୨୦ କରୋନା ପଜିଟିଭ୍ ଚିହ୍ନଟ ହେଲେ: ଗଞ୍ଜାମରେ ୧୭ ଓ ମୟୂରଭଞ୍ଜରେ ୩
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାରେ ଆଉ ୧୭ ଜଣ ଓ ମୟ଼ୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଇଁ ୩ ଜଣ ସଂକ୍ରମିତ ।

ଗଞ୍ଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ଜିଲ୍ଲାର ୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଅଧିକାଂଶ ବସ୍‌ ଯୋଗେ ସୁରତରୁ ଫେରିଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା । ସମସ୍ତେ କ୍ବାରେଣ୍ଟାଇନରେ ଥିବା ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମର ସମସ୍ତ ପୁରୁଷ ଆକ୍ରାନ୍ତଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ । ଜଣେ ମହିଳା ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ।

ଆଜି ମୟୂରଭଞ୍ଜ ରାଜ୍ୟର ୧୮ତମ ଜିଲ୍ଲା ଭାବେ କରୋନା ମ୍ୟାପରେ ଯୋଡ଼ି ହୋଇଛି । ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷ ଓ ସେମାନେ ସୁରତ ଫେରନ୍ତା । ସେମାନଙ୍କ ବୟସ ୨୧, ୩୬ ଓ ୪୪ ବର୍ଷ ।

ଯାଜପୁର ଜିଲ୍ଲାରେ ଏକ ଗାଁର ପ୍ରବେଶ ପଥକୁ ବନ୍ଦ କରାଯାଇଛି ।


ଏହା ସହ ରାଜ୍ୟରେ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି । ଏପ୍ରିଲ୍ ୨୫ ତାରିଖରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିଲା ବେଳେ, ମେ ୭ରେ ଏହି ସଂଖ୍ୟା ୨ ଶହ ଟପିଛି  । ମାତ୍ର ୧୧ ଦିନରେ ଡବଲ୍ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ବଡ଼ କଥା ହେଉଛି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୯ ଜଣ ସୁରତ ଫେରନ୍ତାଙ୍କ ନିକଟରେ କରୋନା ପଜିଟିଭି ବାହାରି ସାରିଲାଣି । ଆଜି ଭୁବନେଶ୍ବରରୁ ଆଉ ଜଣେ ସୁସ୍ଥ ହେବା ସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଏ ପର୍ଯ୍ୟନ୍ତ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଏବେ ୧୪୧ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇ ଥିବା ତିନି ଜଣଙ୍କୁ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କୁ ସୁରଟରୁ ସିଧାସଳଖ ଆସିବା ପରେ କ୍ୱରେଣ୍ଟାଇନରେ ରଖା ଯାଇଥିବାରୁ ଭୟର ଆଶଙ୍କା ନାହିଁ ଓ ସମଗ୍ର ଜିଲ୍ଲା ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ବିନିତ ଭରଦ୍ୱାଜ ସୂଚନା ଦେଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୦ ହଜାର ନମୁନା ପରୀକ୍ଷା ହୋଇ ସାରିଛି । କେବଳ ଗତ ୨୪ ଘଣ୍ଟାରେ ୩,୦୬୦ଟି ନମୁନା ପରୀକ୍ଷା ହୋଇଛି ।
First published: May 7, 2020, 1:37 PM IST
corona virus btn
corona virus btn
Loading