କଟକ: ଅଶ୍ବିନୀ କୋଭିଡ଼-୧୯ ହସ୍ସପିଟାଲରେ ୨୦ ଆକ୍ରାନ୍ତ ଭର୍ତ୍ତି; ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ବକ୍ସି ବଜାରର କଣ୍ଟେନମେଣ୍ଟ୍ ଏରିଆରୁ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ସନ୍ଦିଗ୍ଧ ଲୋକଙ୍କ ସ୍ବାବ୍ ସଂଗୃହିତ ହୋଇ ପରୀକ୍ଷା ପାଇଁ ପଠାଯାଇଛି । ଆଠଗଡ଼ରେ ଏକ ସ୍ୱତନ୍ତ୍ର କୋଭିଡ଼-୧୯ ହସ୍ପିଟାଲ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

କଟକ: ଅଶ୍ବିନୀ କୋଭିଡ଼-୧୯ ହସ୍ସପିଟାଲରେ ୨୦ ଆକ୍ରାନ୍ତ ଭର୍ତ୍ତି; ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ବକ୍ସି ବଜାରର କଣ୍ଟେନମେଣ୍ଟ୍ ଏରିଆର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଶ୍ବିନୀ ହସପିଟାଲ୍‌ ପରିସରରେ ସ୍ଥାପିତ ସ୍ବତନ୍ତ୍ର କୋଭିଡ଼-୧୯ ହସ୍ସପିଟାଲରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କୁ ଏଠାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତର ଟିମ୍‌ ଓ ପ୍ରଶାସନ ୨୪ ଘଣ୍ଟିଆ ନଜର ରଖିଛି ।

କଟକ ଉପଜିଲ୍ଲାପାଳ ଶୁଭ୍ରାଶୁଂ ମିଶ୍ର କହିଛନ୍ତି ଯେ ଆଠଗଡ଼ରେ ଥିବା ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଶହେଟି ଶଯ୍ୟାର ବ୍ୟବସ୍ଥା କରାଯାଉଛି । ‘‘ଖୁବ୍‌ ଶୀଘ୍ର ଏହି ହସପିଟାଲ୍‌ ମଧ୍ୟ ସ୍ୱତନ୍ତ୍ର କୋଭିଡ଼-୧୯ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେବ,” ସେ କହିଛନ୍ତି ।

କଟକର ବକ୍ସି ବଜାର ଅଞ୍ଚଳରୁ ଜଣେ କରୋନା ଭାଇରସ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଏରିଆ ଭାବେ ଘୋଷଣା କରି ଚାରି ଦିନ ହେଲା ସିଲ କରାଯାଇଛି । ସେହି ଅଞ୍ଚଳରେ ବସବାସ କରୁଥିବା ୧୦,୦୦୦ରୁ ଉର୍ଦ୍ଧ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ଜାରି ରହିଛି ପ୍ରଶାସନ । ଏହା ସହିତ ସେଠାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ଘରକୁ ଘର ବୁଲି ଲୋକଙ୍କ ସ୍କ୍ରିନିଂ କରାଯାଉଛି ।

ଅଶ୍ବିନୀ ହସପିଟାଲ୍ ପରିସରରେ ସ୍ଥାପିତ ସ୍ବତନ୍ତ୍ର କୋଭିଡ଼-୧୯ ହସ୍ସପିଟାଲ


ତେବେ ବକ୍ସିବଜାରର ସେହି କଣ୍ଟେନମେଣ୍ଟ ଏରିଆରୁ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ ହୋଇଥିବା ୧୯ଟି ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏବେ ଦ୍ବୀତିୟ ପର୍ଯ୍ୟାୟ ଅନେକ ସନ୍ଦିଗ୍ଧ ଲୋକଙ୍କ ସ୍ବାବ ସଂଗୃହିତ ହୋଇ ପରୀକ୍ଷା ପାଇଁ ପଠାଯାଇଛି । ଆଜି ସୁଦ୍ଧା ସେଗୁଡ଼ିକର ରିପୋର୍ଟ ଆସିବ ବୋଲି ଜଣା ପଡିଛି ।

‘‘ଗଲା ଚାରି ଦିନ ହେଲା ଆମେ ଆବଦ୍ଧ ହୋଇକି ଅଛୁ । ନା କେହି ବାହାରକୁ ଯାଇ ପାରୁଛନ୍ତି ନା ବାହାରକୁ କାହାରିକୁ ଆସିବାକୁ ଦିଆଯାଉଛି । ରାସନ ଓ ପରିବା ଯାହା ଦରକାର ସବୁ ମିଳୁଛି । କିନ୍ତୁ ଏଠି ଅଧିକାଁଶ ଦିନମଜୁରିଆ । ନିକଟସ୍ଥ ଆନ୍ଧ୍ର ବ୍ୟାଙ୍କରେ ସେମାନଙ୍କ ଆକାଉଣ୍ଟ ଥିଲେ ମଧ୍ୟ ଏଟିଏମ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରୁନାହୁଁ । ତେଣୁ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ପର୍ଯ୍ୟନ୍ତ ଯିବା ଲାଗି ସୁଯୋଗ ଦେଲେ ଭଲ ହୁଅନ୍ତା,” କହିଛନ୍ତି ପରିବା ପାଇଁ ବାରିକେଡ଼୍ ନିକଟକୁ ଆସିଥିବା ସ୍ଥାନୀୟ ବାସିନ୍ଦା କେ. କାମେଶ୍ବର ରାଓ ।

କଟକ ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ଅବିନାଶ ରାଉତ କହିଛନ୍ତି ଯେ ଏହି ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସାନିଟାଇଜେସନ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ‘‘ଦୁଇ ଜଣ ଡାକ୍ତରଙ୍କୁ ନେଇ ଗଠିତ ହୋଇଥିବା ଏକ ଟିମକୁ ଏଠାରେ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ୩୬ ଜଣ ଆଶାକର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ଲୋକଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯିବା ସହ ସନ୍ଦିଗ୍ଧ ଲୋକଙ୍କର ସ୍ବାବ ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି,” ସେ କହିଛନ୍ତି ।
First published: April 8, 2020, 3:10 PM IST
corona virus btn
corona virus btn
Loading