ଗୁଜରାଟରେ ଫସିଥିବା ଓଡ଼ିଆଙ୍କୁ ନେଇ ୨ଟି ଟ୍ରେନ୍ ଓ କେରଳରୁ ଆଉ ଏକ ଟ୍ରେନ୍ ଓଡ଼ିଶା ଆସୁଛି

କେରଳରେ ଫସିଥିବା ଶ୍ରମିକଙ୍କୁ ନେଇ କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍ କାଲି ରାତିରେ ଛାଡ଼ିଛି । ଏଥିରେ ୧,୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ଯାତ୍ରା କରୁଛନ୍ତି । ଟ୍ରେନଟି ଭୁବନେଶ୍ବରରେ ପହଞ୍ଚିବ ।

ଗୁଜରାଟରେ ଫସିଥିବା ଓଡ଼ିଆଙ୍କୁ ନେଇ ୨ଟି ଟ୍ରେନ୍ ଓ କେରଳରୁ ଆଉ ଏକ ଟ୍ରେନ୍ ଓଡ଼ିଶା ଆସୁଛି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ପେଶାଲ୍‌ ଟ୍ରେନ୍‌ କାଲି ରାତିରେ ବାହାରିଆସିବା ପରେ ଆଜି ଗୁଜରାଟରେ ଫସିଥିବା ଓଡ଼ିଆଙ୍କୁ ନେଇ ଦୁଇଟି ଟ୍ରେନ୍ ଓ କେରଳରୁ ଆଉ ଏକ ଟ୍ରେନ୍ ଓଡ଼ିଶା ଅଭିମୁଖେ ବାହାରିବ । ସେଥି ପାଇଁ ଗୁଜରାଟରେ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।

ଆଜି ଅପରାହ୍ଣରେ ଗୋଟିଏ ଟ୍ରେନ୍ ଓ ରାତିରେ ଆଉ ଗୋଟିଏ ଟ୍ରେନ୍ ଗୁଜରାଟ ଛାଡ଼ିବାର କାର୍ଯ୍ୟ ସୂଚୀ ରହିଛି । କେରଳରୁ ଆଉ ଏକ ଟ୍ରେନ୍ ଶ୍ରମିକଙ୍କୁ ନେଇ ଆଜି ରାତିରେ ଓଡ଼ିଶା ଅଭିମୁଖେ ବାହାରିବ ।

କେରଳରେ ଫସିଥିବା ଶ୍ରମିକଙ୍କୁ ନେଇ କୋଚିରୁ ଏକ ସ୍ବତନ୍ତ୍ର ଟ୍ରେନ୍ କାଲି ରାତିରେ ଛାଡ଼ିଛି । ଏଥିରେ ୧,୨୦୦ ପ୍ରବାସୀ ଓଡ଼ିଆ ଶ୍ରମିକ ଯାତ୍ରା କରୁଛନ୍ତି । ଟ୍ରେନଟି ଭୁବନେଶ୍ବରରେ ପହଞ୍ଚିବ ।

ସାମାଜିକ ଦୂରତା ରକ୍ଷା କରି କୋଟିରୁ ଟ୍ରେନରେ ଶ୍ରମିକଙ୍କୁ ପଠାଯାଇଥିଲା । ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ବସ  ଯୋଗେ କୋଚି ରେଳ ଷ୍ଟେସନକୁ ଅଣାଯାଇଥିଲା । ସେଠାରେ ପୋଲିସ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରବାସୀ ଓଡ଼ିଆ ଯାତ୍ରୀଙ୍କୁ ଖାଦ୍ୟ ପୁଡ଼ିଆ ଏବଂ ପାଣି ବୋତଲ ସମେତ ବିଭିନ୍ନ ସାମଗ୍ରୀ ଦିଆଯାଇଥିଲା । ପରେ ସମସ୍ତେ ଧାଡ଼ିରେ ଜଣକ ପରେ ଜଣେ ଷ୍ଟେସନ ଭିତରକୁ ଯାତ୍ରା କରିଥିଲେ ।

ଟ୍ରେନ୍‌ ଚଢ଼ୁଥିବା ଓଡ଼ିଆ ଶ୍ରମିକମାନଙ୍କ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା । ଷ୍ଟେସନରେ ପୋଲିସ ଉପସ୍ଥିତରେ ଯାତ୍ରୀମାନେ ଟ୍ରେନ୍‌ରେ ବସିଥିଲେ । ଟ୍ରେନରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପରେ ପୋଲିସ ହାତ ହଲାଇ ପ୍ରବାସୀ ଓଡ଼ିଆଙ୍କୁ ବିଦାୟ ଦେଇଥିଲେ ।

ଏମିତି ଆଉ ପାଞ୍ଚଟି ସ୍ବତନ୍ତ୍ର ଟ୍ରେନକୁ ମଧ୍ୟ ମିଳିଛି ଅନୁମତି । ଶ୍ରମିକଙ୍କ ସୂଚୀ ପ୍ରସ୍ତୁତ କରିଛି କେରଳ ସରକାର । ସେମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ କ୍ବାରେଣ୍ଟାଇନରେ ରଖାଯିବ ବୋଲି କାଲି ଓଡ଼ିଶାର ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ ।
First published: May 2, 2020, 2:56 PM IST
corona virus btn
corona virus btn
Loading