ଭୁବନେଶ୍ୱରରେ ବାଇକ୍‌ରେ ଦୁଇ ଜଣ ଯିବା ମନା ହେଲା; ଅମାନିଆଙ୍କୁ ସାବଡ଼ କରିବ ପୋଲିସ

ଲକଡାଉନ୍ ଓ ସଟଡାଉନର ନିୟମାବଳୀକୁ ଖାତିର ନ କରି ଅନେକ ଯୁବକ ରାସ୍ତାରେ ଘୁରି ବୁଲୁଥିବା ଦେଖାଯାଉଛି । ଏଣିକି ଗୋଟିଏ ବାଇକରେ ଦୁଇ ଜଣ ଯାଉଥିଲେ ସେମାନଙ୍କ ପାଖରୁ ଫାଇନ ଆଦାୟ କରିବ ପୋଲିସ ।

ଭୁବନେଶ୍ୱରରେ ବାଇକ୍‌ରେ ଦୁଇ ଜଣ ଯିବା ମନା ହେଲା; ଅମାନିଆଙ୍କୁ ସାବଡ଼ କରିବ ପୋଲିସ
ଭୁବନେଶ୍ୱରରେ ବାଇକ୍ ରାଇଡରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ ସଂକ୍ରମଣ ଉପରମୁହାଁ ହୋଇଚାଲିଥିବା ବେଳେ ଲକଡାଉନ୍‌, ସଟଡାଉନ୍‌ ଓ ନାଇଟ୍‌ କର୍ଫ୍ୟୁ କଟକଣାକୁ କେତେକ ଅମାନିଆ ଭୃକ୍ଷେପ କରୁ ନ ଥିବା ଦେଖାଯାଉଛି । ସେମାନଙ୍କ ଯୋଗୁଁ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କା ଥିବାରୁ କମିଶନରେଟ୍‌ ପୋଲିସ ଗୁରୁବାର ଦିନଠାରୁ ଲକଡାଉନ୍‌ କଟକଣାକୁ ଆହୁରି କଡ଼ା କରିଛି ।

ଏବେ କମିଶନରେଟ ପୋଲିସର ଫୋକସରେ ବାଇକର୍‌ ଡବଲ ରାଇଣ୍ଡିଂ । ଲକଡାଉନ୍‌ ଓ ସଟଡାଉନର ନିୟମାବଳୀକୁ ଖାତିର ନ କରି ଅନେକ ଯୁବକ ରାସ୍ତାରେ ଘୁରି ବୁଲୁଥିବା ଦେଖାଯାଉଛି । ଏଣିକି ଗୋଟିଏ ବାଇକରେ ଦୁଇ ଜଣ ଯାଉଥିଲେ ସେମାନଙ୍କ ପାଖରୁ ଫାଇନ ଆଦାୟ କରିବ ପୋଲିସ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଲକଡାଉନ ଫଳରେ କିଛି ଲୋକ ସଚେତନ ହେଲେଣି । ଅଳ୍ପ କିଛି ଅମାନିଆ ରାସ୍ତାରେ ଘୂରି ବୁଲୁଛନ୍ତି। ଏବେ ଗୋଟିଏ ବାଇକରେ ଦୁଇ ଜଣ ଯିବା ଉପରେ କଟକଣା କରାଯାଇଛି । କରୋନାର ଏହି ନିଆମକୁ ଅଧିକ କଡାକଡି କରାଯାଇଛି । କେବଳ ମେଡ଼ିକାଲ କେସକୁ ଛାଡ଼ି ଅନ୍ୟମାନେ ଯଦି ଗୋଟିଏ ବାଇକରେ ଦୁଇ ଜଣ ଯାଆନ୍ତି, ତେବେ ପୋଲିସ ଫାଇନ ଆଦାୟ କରିବ,’’ କହିଛନ୍ତି ଭୁବନେଶ୍ୱର ଜୋନ୍‌ ୬ର ଏସିପି ପ୍ରକାଶ ଚନ୍ଦ୍ର ପାଲ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଭୁବନେଶ୍ୱରର ସବୁ ଛକରେ ଚେକିଂ କଡ଼ାକଡ଼ି ହୋଇଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

କରୋନା ସଂକ୍ରମଣ ରୋକିବା ପାଇଁ ଓ ଅମାନିଆକୁ ଧରିବା ପାଇଁ ରାଜଧାନୀରେ ଡବଲ ରାଇଣ୍ଡିଙ୍ଗ ମନା ହେବା ପରେ ଏହି ନିୟମକୁ ଭାଙ୍ଗୁଥିବା ଲୋକଙ୍କୁ ଧରିବା ପାଇଁ ଗୁରୁବାରଠାରୁ ରାଜଧାନୀର ବିଭିନ୍ନ ଛକରେ ପୋଲିସ କଡ଼ାକଡି଼ ଯାଞ୍ଚ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

‘‘ଅମାନିଆମାନେ ଏବେ ପୋଲିସକୁ ଚକମା ଦେବାକୁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ମେଡ଼ିକାଲ କେସ୍‌ ନଚେତ ଟେଷ୍ଟିଂ ନାଁରେ ଘୂରି ବୁଲୁଛନ୍ତି ଅମାନିଆ । ତେଣୁ ସେମାନଙ୍କୁ  ଠାବ କରିବା ପୋଲିସ ପାଇଁ ମୁସ୍କିଲ ହୋଇ ପଡୁଛି । କାରଣ ମେଡ଼ିକାଲ କେସରେ ପୋଲିସ କାହାକୁ ଅଟକାଇ ପାରିବ ନାହିଁ । ହେଲେ ଏବେ ଆମେ ଯାଞ୍ଚ କଡ଼ାକଡ଼ି କରିଛୁ,’’ କହିଛନ୍ତି ପାଲ୍‌ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

କିଟ୍‌ ଛକ ରାଜଧାନୀର ଅନ୍ୟତମ ବ୍ୟସ୍ତ ପ୍ରବେଶ ପଥ ହୋଇଥିବାରୁ ସେହି ଛକରେ ଚେକିଂ କଡ଼ାକଡି଼ କରାଯାଉଛି । ଏହି ଅଞ୍ଚଳରେ ହସପିଟାଲ୍‌ ଓ ଆଇ.ଟି. କମ୍ପାନୀଗୁଡ଼ିକର ଅନେକ ଅଫିସ୍‌ ରହିଥିବାରୁ ଭିଡ଼ ରହୁଛି । ତଥାପି ସମସ୍ତଙ୍କୁ ଯାଞ୍ଚ କରୁଛି ପୋଲିସ । ନିୟମ ଅନୁସାରେ ନିଜ ସଂସ୍ଥା ଜାରି କରିଥିବା ଆଇ.ଡ଼ି. କାର୍ଡ ଦେଖାଇବା ପରେ ସେମାନଙ୍କୁ ଛାଡି଼ବାକୁ ଦିଆ ଯାଉଛି ।



ଭୁବନେଶ୍ୱରରେ ୫୦ରୁ ଅଧିକ ସ୍ଥାନରେ ବାରିକେଡ଼ କରି ଚେକିଂ କରୁଛି କମିଶନରେଟ ପୋଲିସ । ଏଥି ପାଇଁ ଛଅଟି ଜୋନରେ ଭୁବନେଶ୍ୱରକୁ ବିଭକ୍ତ କରିଛି ପୋଲିସ ।
Published by: Anand ST Das
First published: May 13, 2021, 6:58 PM IST