ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍; ଆହୁରି ୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ

ଗଜପତିରେ ଜଣେ ୪୦ ବର୍ଷୀୟ ଆକ୍ରାନ୍ତ ଓ ସୁନ୍ଦରଗଡ଼ରେ ଜଣେ ୬୪ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬ ହେଲାଣି । ଭୁବନେଶ୍ବରରୁ ଆହୁରି ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । BMC କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗକୁ ସିଲ୍‌ କରାଯାଇଛି ।

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍; ଆହୁରି ୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia digital

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଜଣେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ି ଚାଲିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି ।

ଗଜପତିରେ ଜଣେ ୪୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ଜଣେ ୬୪ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ଜିଲ୍ଲାରୁ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ଜଣଙ୍କ ଜୀବନ ନେଲାଣି ଏହି ମହାମାରୀ ।

ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭ ଜଣଙ୍କ ଜୀବନ ଯାଇଛି । କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ବାଲେଶ୍ବରରୁ ମଧ୍ୟ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ କରୋନା ଯୋଗୁଁ ନୁହେଁ ଓ ଅନ୍ୟ କାରଣରୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪୬୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୧୭ ଜଣ ଅଛନ୍ତି । ବାକି ୧୫୨ ଜଣ ପଜିଟିଭ ସ୍ଥାନୀୟ ବାସିନ୍ଦା । ଏଥିରୁ ଗଞ୍ଜାମରେ ସର୍ବାଧିକ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୬ ଓ ଖୋର୍ଦ୍ଧାରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଓ କେନ୍ଦୁଝରରୁ ୨୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୟାଗଡ଼ରୁ ୨୪, ଭଦ୍ରକରୁ ୧୬ ଓ ସମ୍ବଲପୁରରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୧୨ ଓ ଅନୁଗୁଳରୁ ୧୧ ଜଣ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ବାଲେଶ୍ବର ଓ ପୁରୀରୁ ୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ାରୁ ୫ ଓ ବଲାଙ୍ଗିରରୁ ୩ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । କଳାହାଣ୍ଡି ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅମ୍ଫନ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମ ବଙ୍ଗ ଯାଇଥିବା NDRFର ୪ ଜଣ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ୪୬୯ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ୯ ହଜାର ଟପିଛି ।

ଭୁବନେଶ୍ୱରରେ ବି.ଏମ୍‌.ସି. କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗକୁ ସିଲ୍‌ କରାଯାଇଛି । ଏଠାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜଣେ ସହକାରୀ ଯନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଡ୍ରାଇଭର ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତମାନେ ବିଭିନ୍ନ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ କାମ କରୁଥିଲେ । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଭୁବନେଶ୍ବରରୁ ଆହୁରି ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ କୋରୋନା ଯୋଦ୍ଧା ଅଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାକି ୮ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ।  ବରଗଡ଼, ଝାରପଡ଼ା, ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଘାଟିକିଆରେ ଦୁଇ ଜଣ ଏବ୍ଂ ୟୁନିଟ୍‌-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: ଗୁଜରାଟରେ ବନ୍ୟା ପାଣିରେ ସଡ଼କ ଉପରୁ ଭାସିଗଲା ବୋଲେରୋ; ସେଥିରେ ୩ ଜଣ ଥିଲେ

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦କୁ ବୃଦ୍ଧି ପାଇଛି । ସେଥିରୁ ଏ ପର୍ଯ୍ୟନ୍ତ ୫,୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ୩,୦୯୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଆଜି ୩୬କୁ ବୃଦ୍ଧି ପାଇଛି ।
First published: July 5, 2020, 2:46 PM IST
corona virus btn
corona virus btn
Loading