ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁରୀରେ କରୋନାର ତୃତୀୟ ଲହର: ୧୦ ଦିନରେ ୧୯ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହେଲେ

ପୁରୀରେ କରୋନାର ତୃତୀୟ ଲହର: ୧୦ ଦିନରେ ୧୯ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହେଲେ

ଲକ୍ଷଣ ନ ଥିବା ଶିଶୁମାନଙ୍କୁ ସେମାନଙ୍କ ଘରେ ଚିକିତ୍ସା ସୁବିଧା ଯୋଗାଇବା ଓ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଖୋଲିଯିବା ଏବେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ପୁରୀରେ କରୋନାର ତୃତୀୟ ଲହର: ୧୦ ଦିନରେ ୧୯ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହେଲେ
ପୁରୀରେ ଏକ ହସପିଟାଲ୍ ବାହାରେ ଏକ ଶିଶୁକୁ ନେଇ ଆସିଥିବା ପରିଜନ ।
  • News18 Odia
  • Last Updated: August 29, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ ଛୋଟ ପିଲା କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ କେବଳ ପୁରୀରେ ବି ଦୈନିକ ଜଣେ କି ଦୁଇ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମାତ୍ର ୧୦ ଦିନ ଭିତରେ ୧୯ ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି ଓ ମୁକାବିଲା ପାଇଁ ଅଣ୍ଟା ଭିଡି଼ଛି ପ୍ରଶାସନ। ଲକ୍ଷଣ ନ ଥିବା ଶିଶୁମାନଙ୍କୁ ସେମାନଙ୍କ ଘରେ ହିଁ ଚିକିତ୍ସା ସୁବିଧା ଦେବା ଓ ପ୍ରତି ଦିନ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପୁରୀ ଜିଲ୍ଲା ପ୍ରଶାସନ ଏକ ରାପିଡ ରେସପନ୍ସ ଟିମ୍ ଗଠନ କରିଛି । କୋଭିଡ ପରିଚାଳନା ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛି ଜିଲ୍ଲା ପ୍ରଶାସନ ।

ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ପାଇଁ ଆଇ.ଡି.ଏଚ୍. ହସପିଟାଲରେ ୧୪୦ଟି ବେଡ୍‌ ମଧ୍ୟରୁ ଶିଶୁଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି ୪୦ଟି ବେଡ୍। ଜିଲ୍ଲା ସଦର ହସପିଟାଲରେ ଆଇସୋଲେସନ ସହ ୧୬ଟି ବେଡ୍‌ ରଖାଯାଇଛି । ଲକ୍ଷଣ ନ ଥିବା ଶିଶୁମାନଙ୍କୁ ଘରେ ଦିଆଯାଉଛି ଚିକିତ୍ସା ସୁବିଧା । ପେଡିଆଟ୍ରିକ ୱାର୍ଡ ସମ୍ମୁଖରେ ଶିଶୁମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ପୁରୀ ଜିଲ୍ଲା ଚିକିତ୍ସାଧିକାରୀଣୀ ଡକ୍ଟର ସୁଜାତା ମିଶ୍ର କହିଛନ୍ତି ଯେ ସବୁ ସଂକ୍ରମିତ ଶିଶୁଙ୍କର ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ବାହାରିଛି । ସବୁ ଡାକ୍ତରମାନଙ୍କୁ ଅନଲାଇନ ମାଧ୍ୟମରେ ପେଡିଆଟ୍ରିକ୍‌ ମ୍ୟାନେଜମେଣ୍ଟ ଟ୍ରେନିଂ ଦିଆଯାଇଛି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘କରୋନାର ଦ୍ୱିତୀୟ ଲହର ପରେ ଏବେ ଚିନ୍ତା ବଢାଇଛି ତୃତୀୟ ଲହର । ଯଦିଓ ପୁରୀରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ, ଦୈନିକ ବୟସ୍କଙ୍କ ତୁଳନାରେ ଏବେ ଏକାଧିକ ଶିଶୁ ସଂକ୍ରମିତ ହେଉଥିବା ଦେଖାଯାଉଛି । ଦଶ ଦିନ ମଧ୍ୟରେ ପ୍ରାୟ ୧୯ ଜଣ ପିଲା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସଂକ୍ରମଣ ହାର ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି,’’ କହିଛନ୍ତି ପୁରୀ ଜିଲ୍ଲା ଚିକିତ୍ସାଧିକାରୀଣୀ ଡକ୍ଟର ସୁଜାତା ମିଶ୍ର ।

ଆଇ.ଡି.ଏଚ୍. ହସପିଟାଲରେ ୧୪୦ଟି ବେଡ୍ ମଧ୍ୟରୁ ଶିଶୁଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି ୪୦ଟି ବେଡ୍।


ଏହା ବି ପଢ଼ନ୍ତୁ | ‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କରୋନା ସଂକ୍ରମିତ ଶିଶୁମାନଙ୍କ ପାଇଁ ଆବଶ୍ୟକୀୟ ମେଡିସିନ୍‌ ମହଜୁଦ ରହିଛି । ‘‘ଆଇସିୟୁରେ ୧୨ଟି ବେଡରୁ ଚାରିଟି ବେଡ୍ ଶିଶୁମାନଙ୍କ ପାଇଁ ରଖାଯାଇଛି। ପେଡିଆଟ୍ରିକ୍‌ ବିଭାଗ ସମ୍ମୁଖରେ ଲକ୍ଷଣ ଯୁକ୍ତ ଛୋଟପିଲାଙ୍କର କୋଭିଡ ଟେଷ୍ଟି ପାଇଁ ସ୍ୱତନ୍ତ୍ର ୟୁନିଟ ଖୋଲାଯାଇଛି । ଧୀରେ ଧୀରେ ଛୋଟ ପିଲାମାନେ ସଂକ୍ରମିତ ହେଉଥିବାରୁ ଭ୍ୟାକ୍ସିନ୍‌ ଦେବା ନେଇ ସରକାର ଚିନ୍ତା କରୁଛନ୍ତି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଆମେ ଚିତ୍କାର କଲୁ, କେହି ଶୁଣିଲେନି…’’: ପାକିସ୍ତାନରେ କାରଖାନାରେ ନିଆଁ ଲାଗିଲା; ୧୫ ଜଣ ଶ୍ରମିକ ମଲେ

‘‘ଛୋଟ ପିଲାଙ୍କ ପାଇଁ ଜାଇଡସ୍‌ କମ୍ପାନୀର ଭ୍ୟାକ୍ସିନ ଆସିଲେ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ। ଏବେ ଲକ୍ଷଣ ନ ଥିବା ଛୁଆଙ୍କ ପାଇଁ ଗଠନ ହୋଇଛି ଆର୍‌.ଆର୍‌.ଟି. ଟିମ୍। ସେମାନେ ଘରେ ରହି ଚିକିତ୍ସିତ ହେଉଥିବା ଶିଶୁଙ୍କୁ ପ୍ରତି ଦିନ ୱାଚ୍‌ କରିବେ ଓ ଚିକିତ୍ସା ଯୋଗାଇଦେବେ । ଆମେ ଏଥି ପ୍ରତି ବେଶ୍‌ ସତର୍କ ଅଛୁ,’’ କହିଛନ୍ତି ବର୍ମା ।

ଏହା ବି ପଢ଼ନ୍ତୁ | ବଡ଼ ଖବର: ଟ୍ରେନ୍ରେ AC ଯାତ୍ରା ଶସ୍ତା ହେବାକୁ ଯାଉଛି; ରେଳବାଇ ଏହି ସବୁ ପରିବର୍ତ୍ତନ କରୁଛି

ଅନ୍ୟ ଜିଲ୍ଲାରେ ଶିଶୁମାନଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ବୃଦ୍ଧି ପାଉଥିବାରୁ ପୁରୀରେ ଘର ଘର ବୁଲି ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଟେଲିମେଡିସିନ୍‌ ବ୍ୟବସ୍ଥା କରିବା ଓ ଅଙ୍ଗନବାଡିମାନଙ୍କରେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦରକାର ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ‘‘ତା’ ସହିତ ପିଲାମାନଙ୍କୁ ସଚେତନ କରିବା ସହ ସେମାନଙ୍କ ଯତ୍ନ କରିବା ନେଇ ପରିବାର ଲୋକଙ୍କ କର୍ତ୍ତବ୍ୟ ବିଷୟରେ ସଚେତନତା ବଢ଼ାଇବାର ବି ଆବଶ୍ୟକତା ଅଛି,’’ କହିଛନ୍ତି ପୁରୀ ସହରବାସୀ ତଥା ଗୃହିଣୀ ୪୦ ବର୍ଷୀୟା କବିତା ଦାଶ ।



କରୋନା ଭାଇରସ୍‌ ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଲହରରେ ବେଶ୍ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା । ଏବେ ତୃତୀୟ ଲହର ପୂର୍ବରୁ ଶ୍ରୀମନ୍ଦିର ଆଉ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଖୋଲିଯିବା ଏବେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ସଠିକ୍ ଭାବେ କୋଭିଡ୍ ପରିଚାଳନା ନ ହେଲେ ଆଉ ଏକ ବଡ ବିପଦର ସମ୍ମୁଖୀନ ହୋଇପାରନ୍ତି ପୁରୀବାସୀ ।
Published by: Anand S.T. Das
First published: August 29, 2021, 11:52 PM IST