କରୋନା ପ୍ରଭାବ: ସଂକ୍ରମଣ ଭୟରେ ରାଜ୍ୟର ଜେଲଗୁଡ଼ିକରୁ ଛଡ଼ାଗଲେ ୧,୮୭୩ କଏଦୀ

୯୮୯ ଜଣ କଏଦୀଙ୍କୁ ବିଭିନ୍ନ ଜେଲକୁ ସ୍ଥାନlନ୍ତରିତ କରାଯାଇଛି ଓ ୨୦ ଜଣ କଏଦୀଙ୍କୁ ପାରେlଲରେ ଯିବାକୁ ଅନୁମତି ଦିଆଯାଇଛି । ଜେଲରେ ରହି ଭଲ ବ୍ୟବହାର କରିଥିବାରୁ ସଜା ଅବଧି ସରିବା ଆଗରୁ ୧୭୭ ଜଣ କଏଦୀଙ୍କ ସଜାକୁ କୋହଳ କରାଯାଇଛି ।

କରୋନା ପ୍ରଭାବ: ସଂକ୍ରମଣ ଭୟରେ ରାଜ୍ୟର ଜେଲଗୁଡ଼ିକରୁ ଛଡ଼ାଗଲେ ୧,୮୭୩ କଏଦୀ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଜେଲଗୁଡ଼ିକରେ ରହୁଥିବା ଅନ୍ତେବାସୀଙ୍କ ଭିତରେ କରୋନା ଭାଇରସ୍‌ ସଂକ୍ରମଣ ହେବାର ଭୟ ଯୋଗୁଁ ଜେଲଗୁଡ଼ିକୁ ଖାଲି କରି ଦିଆଯାଉଛି l କାରା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ୧,୮୭୩ ଜଣ ବିଚାରଧୀନ କଏଦୀଙ୍କୁ କୋର୍ଟଙ୍କ ଜାମିନ ବଳରେ ଛାଡ଼ିଦିଆଯାଇଛି l ଫଳରେ ଜେଲରେ ରହୁଥିବା କଏଦୀଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି l

କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବାର ଭୟ ଥିବାରୁ ୯୮୯ ଜଣ କଏଦିଙ୍କୁ ବିଭିନ୍ନ ଜେଲକୁ ସ୍ଥାନlନ୍ତରିତ କରାଯାଇଛି ଓ ୨୦ ଜଣ କଏଦିଙ୍କୁ ପାରେlଲରେ ଯିବାକୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ଜେଲ ବିଭାଗ ଡିଜି ତଥା ବରିଷ୍ଠ ଆଇପିଏସ ଅଫିସର୍‌ ସନ୍ତୋଷ ଉପାଧ୍ୟାୟ l ସେହି ପରି ଜେଲ ଭିତରେ ରହି ଉତ୍ତମ ବ୍ୟବହାର କରିଥିବାରୁ ସଜା ଅବଧି ସରିବା ପୂର୍ବରୁ ୧୭୭ ଜଣ କଏଦିଙ୍କ ସଜାକୁ କୋହଳ କରାଯାଇଛି ।

ରାଜ୍ୟରେ ଏବେ ୮୬ଟି ଜେଲ୍‌ ଅଛି l ସେଥି ମଧ୍ୟରୁ ଭୁବନେଶ୍ଵରରେ ରହିଛି ଝାରପଡ଼ା ସ୍ପେଶାଲ ଜେଲ l ବାରିପଦା, ଚୌଦାର, ବ୍ରହ୍ମପୁର, ସମ୍ବଲପୁର ଓ କୋରାପୁଟରେ ରହିଛି ପାଞ୍ଚଟି ସର୍କଲ ଜେଲ l ରାଜ୍ୟର ୮୬ଟି ଜେଲରେ ଅଛନ୍ତି ମୋଟ ୧୭,୫୧୯ ଜଣ କଏଦି l ସେମାନଙ୍କ ମଧ୍ୟରୁ ୩,୭୫୩ ଜଣ ବିଭିନ୍ନ ଆପରଧିକ ମାମଲାରେ ସଜା କାଟୁଥିବାବେଳେ ୧୩,୭୬୬ ଜଣ ବିଚାରଧୀନ କଏଦି ଅଛନ୍ତି  l

ଭୁବନେଶ୍ଵରରେ ଥିବା ଝାରପଡ଼ା ସ୍ପେଶାଲ ଜେଲ


ବର୍ତ୍ତମାନ ରାଜ୍ୟର ଅନେକ ଜେଲରେ ଯେତିକି କଏଦି ରହିବା କଥା ତା’ଠାରୁ ଅଧିକ ସଂଖ୍ୟକ କଏଦି ରହୁଛନ୍ତି  l ତେଣୁ ଜେଲ୍‌ ଭିତରେ ସାମାନ୍ୟ ଅସାବଧାନତା କାରଣରୁ କରୋନା ଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି l ସେଇଥି ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ କେଉଁ ପ୍ରକାର କଏଦିଙ୍କୁ ପାରେlଲରେ ଛଡା ଯିବ ଓ କାହାର ସଜାକୁ କୋହଳ କରାଯିବ ସେ ନେଇ ଏକ କମିଟି ଗଠନ କରାଯାଇଥିଲା l କମିଟିରେ ଗୃହ ବିଭାଗ ସଚିବ ଏବଂ ଜେଲ ଡିଜି ପ୍ରମୁଖ ସଦସ୍ୟ ଥିଲେ l

‘‘କରୋନା ଭାଇରସ୍‌ କାରଣରୁ ଜେଲ ଖାଲି କରାଯିବା ଏକ ଉଚିତ ପଦକ୍ଷେପ l ଏହି ଘାତକ ଭୂତାଣୁ ଜେଲରେ ଯଦି ସଂକ୍ରମଣ ଆରମ୍ଭ କରେ ତେବେ ଅବସ୍ଥା ଅସମ୍ଭାଳ ହୋଇଯିବ,’’ କହିଛନ୍ତି ପୂର୍ବତନ ଡିଜିପି ବିପିନ ମିଶ୍ର l

ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ


ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି: ‘‘ପରିସ୍ଥିତି ଉପରେ ନଜର ରଖାଯାଇଛି l ଆଗକୁ ଯଦି କରୋନା ଭାଇରସର ପ୍ରକୋପ ବଢ଼େ ତେବେ ଆହୁରି କଏଦିଙ୍କୁ ଛଡାଯାଇପାରେ’’ ।

କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ ବିଭାଗ ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମାମଲାଗୁଡ଼ିକର ଶୁଣାଣି ହେଉଛି l ନୂଆ କଏଦି ଜେଲ ଭିତରକୁ ଗଲେ ତାକୁ ୧୪ ଦିନ ପାଇଁ ଜେଲ ଭିତରେ ଅଲଗା ରଖାଯାଉଛି l ଥଣ୍ଡା, କାଶ ବା ଜ୍ଵର ହେଲେ ଜେଲ୍‌ ଭିତରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯାଉଛି l କିନ୍ତୁ ଏ ପର୍ଯ୍ୟନ୍ତ ଜେଲ ଭିତରେ କୌଣସି କରୋନା ସଂକ୍ରମିତ କଏଦିର ସୂଚନା ମିଳିନାହିଁ l
First published: April 4, 2020, 7:37 PM IST
corona virus btn
corona virus btn
Loading