News18 Odia Digital
ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷ ଯାତ୍ରା ଜୁନ ୨୩ ମଙ୍ଗଳବାର ଦିନ ହେବାକୁ ଥିବା ବେଳେ ଏହାକୁ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ରଥ ଯାତ୍ରାକୁ ନେଇ ସୁପ୍ରିମ କୋର୍ଟରେ ଦାୟର ହୋଇଛି ମୋଟ ୧୬ଟି ଇଣ୍ଟରଭେନସନ୍ ପିଟିସନ୍ । ଆସନ୍ତା କାଲି (ଜୁନ୍ ୨୧, ସୋମବାର) ଶୁଣାଣି ହେବ ଓ ସେଥିରୁ ଏହି ଜଟିଳ ମାମଲାର ସ୍ପଷ୍ଟ ଚିତ୍ର ବାହାରିବ ।
ସୁପ୍ରିମ କୋର୍ଟ ରଥ ଯାତ୍ରା କରିବାକୁ ମନା କରିସାରିଥିବା ବେଳେ ପୁଣି ଜୁନ ୨୨ରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ପଡିଛି ୧୬ଟି ଇଣ୍ଟରଭେନସନ ପିଟିସନ । ସେବାୟତ ନିଯୋଗମାନଙ୍କ ପକ୍ଷରୁ ଆଠରୁ ଅଧିକ ପିଟିସନ ପଡ଼ିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପଡିଛି ଆଉ ଆଠଟି ପିଟିସନ । ସେଥିରେ ଜଣେ ମୁସଲିମ ଯୁବକ ଅଫତାବ ହୁସେନ ମଧ୍ୟ ଦାଖଲ କରିଛନ୍ତି ପିଟିସନ ।
ରଥ ଯାତ୍ରାକୁ ନେଇ ପୂର୍ବ ଶୁଣାଣିରେ ସଠିକ ତଥ୍ୟ ରାଜ୍ୟ ସରକାର ରଖି ନ ଥିଲେ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରଥ ଯାତ୍ରା ବନ୍ଦ କରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଚାଲିଥିବା ଲାଗୁଛି ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ପୁଣି ରାଜ୍ୟର ନବୀନ ପଟ୍ଟନାୟକ ସରକାର ଏଭଳି ଏକ ‘‘କଳଙ୍କିତ ଅଧ୍ୟାୟ’’ ସୃଷ୍ଟି କରିବ ନାହିଁ ବୋଲି ଆଶା ପ୍ରକାଶ କରି ଜଗନ୍ନାଥଙ୍କ ବାଡ଼ଗ୍ରାହୀ କହିଛନ୍ତି ଯେହେତୁ ମନ୍ଦିର ଭିତରେ ରଥ ଯାତ୍ରା ନୀତି କରିବା ଆଦୌ ସମ୍ଭବ ନୁହେଁ, ତେଣୁ ରାଜ୍ୟ କ୍ୟାବିନେଟ ବସି ଏହା ଉପରେ ଏକ ଅର୍ଡ଼ିନାନ୍ସ ଆଣିବା ଉଚିତ ।
‘‘ଆମେ ଦଇତାପତି ନିଯୋଗ ଓ ନିଯୋଗର ସଭାପତି ଦୁଇଟି ପିଟିସନ ଦାଖଲ କରିଛୁ । ସେଥିରେ ବିନା ଭକ୍ତରେ ରଥ ଯାତ୍ରା, କଟକଣା ଭିତିରେ ରଥ ଯାତ୍ରା, ରଥ ଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ, ସ୍ନାନ ପୂର୍ଣ୍ଣିମା ଯେଭଳି ଶୃଙ୍ଖଳିତ ଭାବେ ହୋଇଥିଲା, ସେହି ସବୁ କଥା ଉଲ୍ଲେଖ କରି ପିଟିସନ ଦାୟର ହୋଇଛି,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର ।

ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।
ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି ଯେ ଶ୍ରୀମନ୍ଦିର ଭିତରେ ରଥ ଯାତ୍ରା ହୋଇପାରିବ ନାହିଁ । ‘‘ତେଣୁ ଜୁନ୍ ୨୨ରେ ସକାଳ ଧୂପ ପରେ ତିନି ରଥର ଦକ୍ଷିଣମୋଡ଼ ପାଇଁ ଆଜ୍ଞମାଳ ବିଜେ ପରେ ତିନି ରଥକୁ ଟାଣି ସିଂହଦ୍ୱାରରେ ରଖାଯାଉ । ତା’ ପରେ ଜୁନ ୨୩ରେ ସେହିଠାରେ ମହାପ୍ରଭୁଙ୍କୁ ପହଣ୍ଡି କରି ଅବସ୍ଥାନ କରିବୁ । ଧାର୍ମିୟ ବ୍ୟବସ୍ଥାରେ ସୁପ୍ରିମ କୋର୍ଟ ମଧ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ସର୍ବମାନ୍ୟ ବୋଲି କହିଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିନା ଭକ୍ତରେ କଟକଣା ସହ ରଥ ଯାତ୍ରା କରାଯାଉ ବୋଲି ଶଙ୍କରାଚାର୍ଯ୍ୟ ବି କହିଛନ୍ତି । ଜଗନ୍ନାଥଙ୍କର ମନ୍ଦିର ଭିତରେ ସେଭଳି ନୀତି ହୋଇନାହିଁ କି ହେବନାହିଁ,’’ କହିଛନ୍ତି ଦାସ ମହାପାତ୍ର ।
ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ ଗଜପତିଙ୍କୁ ଚାପରେ ରଖି ସରକାର ରଥ ଯାତ୍ରା ବନ୍ଦ କରିବା ପାଇଁ ‘‘ଷଡ଼ଯନ୍ତ୍ର କରୁଥିଲେ’’ । ନିଜ ମତ ସ୍ପଷ୍ଟ କରି ସେ କହିଛନ୍ତି ଯେ ଓଡ଼ିଶା ସରକାର ଏକ ଅର୍ଡ଼ିନାନ୍ସ ଆଣି ରଥ ଯାତ୍ରା କରାଇବା ଉଚିତ । ‘‘ସୁପ୍ରିମ କୋର୍ଟ କଣ ରାୟ ଦେବେ ତାକୁ ଅପେକ୍ଷା ନ କରି ରାଜ୍ୟ ସରକାର ରଥ ଯାତ୍ରା କରନ୍ତୁ । ବିଜୁ ବାବୁଙ୍କ ଦାୟାଦ ହିସାବରେ ସେ ଯେଭଳି ଶାସନ କରିଥିଲେ ନବୀନ ବାବୁ ଜଗନ୍ନାଥଙ୍କ ପରମଭକ୍ତ ଭାବେ ରଥ ଯାତ୍ରା କରାନ୍ତୁ । ନହେଲେ କଳଙ୍କିତ ସରକାର ହେବେ,’’ ସେ କହିଛନ୍ତି ।
ଗୋବର୍ଦ୍ଧନ ପୀଠର ମଠାଧୀଶ ସ୍ୱାମୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ ରଥ ଯାତ୍ରା ମାମଲାରେ ସରକାରଙ୍କ କାର୍ଯ୍ୟଧାରା ‘‘ସନ୍ତୋଷଜନକ ନୁହେଁ’’ ବୋଲି କହି ସୁପ୍ରିମ କୋର୍ଟର ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ‘‘ଯଦି ସୁପ୍ରିମ କୋର୍ଟ ଚାହିଁଥାନ୍ତେ, ତେବେ ରଥ ଯାତ୍ରା ସପକ୍ଷରେ ସେଚ୍ଛାକୃତ ଭାବେ ମହାନୁଭବମାନଙ୍କ ଆବେଦନକୁ ୨୦ ତାରିଖ ଦିନ ଗ୍ରହଣ କରାଯାଇପାରିଥାନ୍ତା, କାରଣ ବିଶେଷ ପରିସ୍ଥିତିରେ ଅବକାଶ ସମୟରେ ମଧ୍ୟ କୋର୍ଟ ଖୋଲିଥାଏ । ୨୩ ତାରିଖରେ ମହାପ୍ରଭୁଙ୍କ ଘୋଷ ଯାତ୍ରା । ମଝିରେ ମାତ୍ର ଗୋଟିଏ ଦିନ ରହିଛି । ତେଣୁ ରଥ ଯାତ୍ରାକୁ ବନ୍ଦ କରିବା ପାଇଁ ଏ ସବୁ ଏକ ପ୍ରାୟୋଜିତ ପ୍ରକଳ୍ପ ବୋଲି ମନେହେବା ସ୍ୱାଭାବିକ । ଗ୍ରୀଷ୍ମାବକାଶ ପୁର୍ବରୁ କିଛି କାର୍ଯ୍ୟ ଓ ଅନୁଶୀଳନର ବିଚାର ପାଇଁ ସ୍ୱତନ୍ତ୍ର ଭାବେ କୋର୍ଟ ଖୋଲାଯାଇଥିବାର ତଥ୍ୟ ଅଛି,’’ କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।

ଗଜପତି ମହାରାଜା ଦିବ୍ୟସିଂହ ଦେବ
‘‘ରାଜ୍ୟ ସରକାରଙ୍କ କୋର୍ଟରେ ପକ୍ଷ ରଖିବା ଠିକ୍ ଭାବେ ହୋଇନାହିଁ । କୋର୍ଟଙ୍କୁ ସରକାରଙ୍କ ଓକିଲ କାହିଁକି ୧୦ ଲକ୍ଷ ଭକ୍ତ ହେବେ ବୋଲି କହିଲେ? କାହିଁକି କୋର୍ଟଙ୍କୁ ଶ୍ରୀମନ୍ଦିର ପ୍ରଶାସନର ରଥ ଯାତ୍ରାକୁ ନେଇ ହେଉଥିବା ବ୍ୟବସ୍ଥା ଓ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ ସହ ଅବଗତ କରାଇଲେ ନାହିଁ? ତେଣୁ ବର୍ତ୍ତମାନ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ପିଟିସନ ଦାଖଲ କରି ରଥ ଯାତ୍ରା କିଭଳି ହେବ ସେଥି ପାଇଁ ପଦକ୍ଷେପ ନିଅନ୍ତୁ । ସେ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଚିଠି ଦିଆଯାଇଛି,’’ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।
ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ଯେ ଶ୍ରୀକ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଆୟୋଜନ କରି ହଜାର ହଜାର ବର୍ଷର ପରମ୍ପରା ପାଳନ କରାଯିବା ଦରକାର । ‘‘କୋବିଡ କଟକଣାକୁ ନେଇ ଯେଭଳି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ହୋଇଥିଲା ସେହି ଭଳି ବିନା ଭକ୍ତରେ କେବଳ ସେବାୟତଙ୍କୁ ନେଇ ରଥଯାତ୍ରା କରାଯାଉ । ଗଜପତିଙ୍କ ଉପରେ ଚାପ ପ୍ରୟୋଗ ନ କରି ମୁଖ୍ୟ ମନ୍ତ୍ରୀ କ୍ୟାବିନେଟ ନିଷ୍ପତ୍ତିକୁ ବଦଳାଇ ରଥ ଯାତ୍ରା କରନ୍ତୁ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ଚିଠି ଦେଇଛି,’’ କହିଛନ୍ତି ଷଡ଼ଙ୍ଗୀ ।
ଏବେ ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି ସକାଳ ଧୂପ ପରେ ବିଜେ ହେବ ରଥର ଦକ୍ଷିଣମୋଡ଼ ପାଇଁ ଆଜ୍ଞମାଳ । ଏ ନେଇ ନୀତି ଚୁଡ଼ାନ୍ତ ହୋଇଛି । ହେଲେ ସେହି ନୀତି ହେବ କି ନାହିଁ ଓ ରଥ ଟଣାଯିବ କି ନାହିଁ ତାହା ଏବେ ବି ସଂଶୟରେ ଅଛି । କୋର୍ଟଙ୍କ ରାୟ ବା ସରକାରଙ୍କ ଅର୍ଡିନାନ୍ସ ଉପରେ ସବୁ କିଛି ନିର୍ଭର କରୁଛି । ସବୁରି ଉପରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ।
ଏହା ବି ପଢ଼ନ୍ତୁ: ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲାଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛିସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲାଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।