ଗୁଜୁରାଟର ଭରୁଚସ୍ଥିତ କୋଭିଡ ହସ୍ପିଟାଲରେ ପ୍ରବଳ ଅଗ୍ନିକାଣ୍ଡ; ୧୮ ଜଣଙ୍କର ମୃତ୍ୟୁ ହେଲା: ରିପୋର୍ଟ

ରାତି ପ୍ରାୟ ସାଢ଼େ ୩ଟା ବେଳେ ଭରୁଚର (Bharuch) ପଟେଲ ୱେଲଫେୟାର ହସ୍ପିଟାଲରେ (Patel Welfare Hospital) ଏହି ଦୁର୍ଘଟଣା ଘଟିଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା ରୋଗୀଙ୍କ (Corona Patient) ଯତ୍ନ ନେବା ପାଇଁ ଏକ କୋଭିଡ ସେଣ୍ଟର ଗଠନ କରାଯାଇଥିଲା ।

ଗୁଜୁରାଟର ଭରୁଚସ୍ଥିତ କୋଭିଡ ହସ୍ପିଟାଲରେ ପ୍ରବଳ ଅଗ୍ନିକାଣ୍ଡ

ଗୁଜୁରାଟର ଭରୁଚସ୍ଥିତ କୋଭିଡ ହସ୍ପିଟାଲରେ ପ୍ରବଳ ଅଗ୍ନିକାଣ୍ଡ

  • Share this:
News18 Odia Digital
ଅହମ୍ମଦବାଦ: ଗୁଜୁରାଟର (Gujarat) ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ (Covid Hospital) ଭୟାନକ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି । ଏହି ଅଗ୍ନିକାଣ୍ଡରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ରାତି ପ୍ରାୟ ସାଢ଼େ ୩ଟା ବେଳେ ଭରୁଚର (Bharuch) ପଟେଲ ୱେଲଫେୟାର ହସ୍ପିଟାଲରେ (Patel Welfare Hospital) ଏହି ଦୁର୍ଘଟଣା ଘଟିଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା ରୋଗୀଙ୍କ (Corona Patient) ଯତ୍ନ ନେବା ପାଇଁ ଏକ କୋଭିଡ ସେଣ୍ଟର ଗଠନ କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ।

ଭରୁଚ ଏସପି ରାଜେନ୍ଦ୍ର ସିଂ ଚୁଡାସାମା କହିଛନ୍ତି ଯେ ଆଇସିୟୁ ୱାର୍ଡରେ ସର୍ଟ ସର୍କିଟ ଥିବାରୁ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଅଗ୍ନିଶମ ବାହିନୀକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯିବା ସହ ରୋଗୀଙ୍କୁ ହସ୍ପିଟାଲରୁ ବାହାର କରାଯିବା ବେଳକୁ ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୧୨ ଜଣ ରୋଗୀ ଓ ୨ ଜଣ ନର୍ସ ଥିବାବେଳେ ଅନ୍ୟ ମୃତ ବ୍ୟକ୍ତିଙ୍କ ସୂଚନା ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇ ନାହିଁ । ହସ୍ପିଟାଲରେ ନିଆଁ ଲାଗିବା ସମୟରେ ସେଠାରେ ୫୮ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀ କହିଛନ୍ତି ଯେ ହସ୍ପିଟାଲରେ ତଦନ୍ତ ଚାଲିଛି । ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ ।



ହସ୍ପିଟାଲରେ ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ଥିବା ରୋଗୀଙ୍କୁ କରାଯାଇ ପ୍ରକାରେ ସ୍ଥାନାନ୍ତର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଅନେକ ରୋଗୀ ଏହାର ଶିକାର ହୋଇଥିଲେ । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଆଇସିୟୁ ୱାର୍ଡରେ ଏକ ସର୍ଟ ସର୍କିଟରେ ନିଆଁ ଲାଗିଯାଇଥିଲା, କିନ୍ତୁ ତଦନ୍ତ ଜାରି ରହିଛି ।
Published by:Jagdish Barik
First published: