କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରି

ଦୁଇଟି ଆଖଡ଼ା ନିଜ ତରଫରୁ କୁମ୍ଭ ମେଳା ୧୭ ଏପ୍ରିଲରେ ଶେଷ ହେବ ବୋଲି ଘୋଷଣା କରିଥିବା ବେଳେ ବୈରାଗୀ ସନ୍ଥ ଓ ଅନ୍ୟ ଆଖଡ଼ାମାନେ ଭିନ୍ନ ମତ ରଖିଛନ୍ତି । ବୈରାଗୀ ଆଖଡ଼ା ୩୦ ଏପ୍ରିଲ ପୂର୍ବରୁ କୁମ୍ଭ ମେଳାକୁ ଶେଷ କରିବାକୁ ଚାହୁଁନାହିଁ ।

କୁମ୍ଭ ମେଳାର ଏକ ଦୃଶ୍ୟ

କୁମ୍ଭ ମେଳାର ଏକ ଦୃଶ୍ୟ

  • Share this:
News18 Odia Digital

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ (Haridwar) ଚାଲିଥିବା ମହାକୁମ୍ଭ ମେଳାରୁ (Mahakumbh) ଲଗାତର କରୋନା ସଂକ୍ରମଣର ଖବର ଆସୁଛି । ଏବେ ନିରଞ୍ଜନ ଆଖଡ଼ାରୁ ଏକ ବଡ଼ ଖବର ଆସିଛି । ଏହି ଆଖଡ଼ାର ୧୭ ଜଣ ସାଧୁ କରୋନାରେ ଆକ୍ରାନ୍ତ (Corona Positive) ହୋଇଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ହରିଦ୍ୱାରରେ ୧,୦୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି ।

ଏହି ସାଧୁମାନଙ୍କ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା (Rapid antigen test) କରାଯାଇଥିଲା । ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ କ୍ରମାଗତ ଭାବରେ ହରିଦ୍ୱାରରେ ଅଛନ୍ତି ଓ ଏହା ଆଖଡ଼ାରେ ରହୁଥିବା ସାଧୁ ଓ ସନ୍ଥମାନଙ୍କ ନମୁନା ନେଉଛନ୍ତି । ବର୍ତ୍ତମାନ କରୋନା ସଂକ୍ରମିତ ସାଧୁମାନଙ୍କୁ ଆଖଡ଼ା ଭିତରେ ହିଁ ପୃଥକ କରି ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଏହା ବି ପଢ଼ନ୍ତୁ | ଫେରାର୍‌ ଗ୍ୟାଙ୍ଗଷ୍ଟର୍‌ ଶେଖ୍‌ ହାଇଦର୍‌କୁ ତେଲଙ୍ଗାନାରୁ ଗିରଫ କଲା କମିଶନରେଟ୍ ପୋଲିସ

ନିରଞ୍ଜନ ଆଖଡ଼ାର ସଚିବ ମହନ୍ତ ରବିନ୍ଦ୍ର ପୁରୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ସେ ମଧ୍ୟ ନିଜକୁ ଅଲଗା କରି ରଖିଛନ୍ତି । ଗୁରୁବାର ସନ୍ଧ୍ୟାରେ ଆୟୋଜିତ ପଟ୍ଟାବିଷେକ କାର୍ଯ୍ୟକ୍ରମରେ ମହନ୍ତ ରବିନ୍ଦ୍ର ପୁରୀ ସାମିଲ୍‌ ହୋଇଥିଲେ । ମହନ୍ତ ରବିନ୍ଦ୍ର ପୁରୀ ନିଜେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ମ୍ୟାଟ୍ରିକ୍‌ ଯୁକ୍ତ ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖାଗଲା; ୧୯ରୁ ସବୁ ସ୍କୁଲ୍‌ ହଷ୍ଟେଲ୍‌ ବନ୍ଦ୍

ହରିଦ୍ୱାର ମହାକୁମ୍ବକୁ ୧୩ଟି ଆଖଡା ଆସିଛି । ଏଥି ମଧ୍ୟରୁ ନିରଞ୍ଜନ ଓ ଆନନ୍ଦ ଆଖଡ଼ା ନିଜ ତରଫରୁ ମହାକୁମ୍ଭ ଶେଷ ହୋଇଥିବା ଘୋଷଣା କରିଛନ୍ତି । କୁମ୍ଭର ସମାପ୍ତି ଘୋଷଣା କରି ନିରଞ୍ଜନ ଆଖଡ଼ାର ସଚିବ ମହନ୍ତ ରବିନ୍ଦ୍ର ପୁରୀ କହିଛନ୍ତି ଯେ କରୋନାରେ ପ୍ରକୋପ ବଢ଼ିଚାଲିଥିବା ଯୋଗୁଁ ଆଖଡା ନିଷ୍ପତ୍ତି ନେଇଛି ଯେ ୧୭ ଏପ୍ରିଲରେ ରାଜସ୍ନାନ ପରେ କୁମ୍ଭମେଳା ବନ୍ଦ ହୋଇଯିବ ।

ଏହା ବି ପଢ଼ନ୍ତୁ | ପିପିଲି Bypoll: କରୋନାରେ ପ୍ରାଣ ହରେଇଥିବା କଂଗ୍ରେସର ଅଜିତ ମଙ୍ଗରାଜ ସବୁଠୁ ଧନୀ ପ୍ରାର୍ଥୀ ଥିଲେ

ଆନନ୍ଦ ଆଖଡ଼ା ମଧ୍ୟ ନିଜ ତରଫରୁ ଘୋଷଣା କରିଛି ଯେ ଏହି ମେଳା ୧୭ ଏପ୍ରିଲରେ ଶେଷ ହେବ । କିନ୍ତୁ ବୈରାଗି ସାଧୁ ଓ ଅନ୍ୟାନ୍ୟ ଅନେକ ଆଖଡ଼ା ଏହି ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି । ବୈରଗୀ ଆଖଡ଼ାର ସାଧୁମାନେ ନିରଞ୍ଜନ ଓ ଆନନ୍ଦ ଆଖଡ଼ାର ଏହି ନିଷ୍ପତ୍ତି ବିରୁଦ୍ଧରେ ଠିଆ ହୋଇଛନିତେ ଓ ସେମାନେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ଯଦି ଉଭୟ ଆଖଡ଼ା କ୍ଷମା ନ ମାଗନ୍ତି ତେବେ ଆଖଡ଼ା ପରିଷଦରୁ ନିର୍ମୋହି ଅଣି, ନିର୍ବାଣ ଅଣି ଓ ଦିଗମ୍ବର ଅଣି ଅଲଗା ହୋଇଯିବେ । ବୈରାଗୀ ଆଖଡ଼ା ୩୦ ଏପ୍ରିଲ ପୂର୍ବରୁ କୁମ୍ଭ ମେଳାକୁ ଶେଷ କରିବାକୁ ଚାହୁଁନାହିଁ ।



ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପଣା ସଂକ୍ରାନ୍ତି ଅବସରରେ ସୁନାବେଶରେ ସଜ୍ଜିତ ହେଲେ ଘଟଗାଁର ମାତାରିଣୀ; ମନ୍ଦିର ବନ୍ଦ ରହିଲା

ଏହି ସମୟରେ ଖବର ଅଛି ଯେ ଜୁନା ଆଖଡ଼ାର ୨୦୦ ସାଧୁ ଗୁରୁବାର ଦିନ କରୋନା ପରୀକ୍ଷା କରିଛନ୍ତି । ସେମାନଙ୍କ ରିପୋର୍ଟ ଶୁକ୍ରବାର ଦିନ ଆସିବାର ସମ୍ଭାବନା ରହିଛି । ହରିଦ୍ୱାର କୁମ୍ବରରେ ସାଧୁ ଓ ସାଧୁମାନଙ୍କ ସର୍ବୋଚ୍ଚ ସଂସ୍ଥା ଆଖଡ଼ା ପରିଷଦର ଏକ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇପାରେ ଯେଉଁଥିରେ କୁମ୍ଭ ଜାରି ରହିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯାଇପାରେ । ଆଖଡ଼ା ପରିଷଦର ସାଧାରଣ ସମ୍ପାଦକ ହରି ଗିରି ଏହା ସୂଚିତ କରିଛନ୍ତି ।



ହରି ଗିରିଙ୍କ ଅନୁଯାୟୀ ସବୁ ଆଖଡାଙ୍କ ସହ କଥା ହୋଇ ନିଷ୍ପତ୍ତି ନିଆଯିବ । ଆଖଡ଼ାମାନଙ୍କର ସଭା ଭର୍ଚୁଆଲ୍ ମାଧ୍ୟମ ମାଧ୍ୟମରେ କରାଯିବ ।
Published by:Anand S.T. Das
First published: