କରୋନା: ରାଜ୍ୟରେ ଆଉ ୧୭ ଜଣ ଆଖି ବୁଜିଲେ; ମୋଟ ମୃତ୍ୟୁ ୯୯୧; ଆହୁରି ୨,୬୯୭ ଆକ୍ରାନ୍ତ ଚିହ୍ନଟ ହେଲେ

ନୂଆ ଚିହ୍ନଟ ହୋଇଥିବା ୨,୬୯୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଅଛନ୍ତି ୧,୫୭୬ ଜଣ । ବାକି ୧,୧୨୧ ଜଣ ସ୍ଥାନୀୟ ବାସିନ୍ଦା । ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

କରୋନା: ରାଜ୍ୟରେ ଆଉ ୧୭ ଜଣ ଆଖି ବୁଜିଲେ; ମୋଟ ମୃତ୍ୟୁ ୯୯୧; ଆହୁରି ୨,୬୯୭ ଆକ୍ରାନ୍ତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 9, 2020, 5:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୯୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟାମଧ୍ୟରେ ରାଜ୍ୟରେ ଆହୁରି ୨,୬୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ୧୭ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଚାରି ଜଣ ଅଛନ୍ତି। ବାଲେଶ୍ବରରୁ ତିନି ଜଣ ଏବଂ ମୟୂରଭଞ୍ଜ ଓ ପୁରୀରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଛି । ଏହା ବାଦ୍‌ ବରଗଡ଼, କଳାହାଣ୍ଡି, ନୟାଗଡ଼, ସୋନପୁର, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି କରୋନା ମହାମାରୀରେ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୨,୬୯୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଅଛନ୍ତି ୧,୫୭୬ ଜଣ । ବାକି ୧,୧୨୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୮୨ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୨୩୪ ଜଣ, ନୂଆପଡ଼ାରୁ ୧୫୩ ଜଣ ଓ ସୁନ୍ଦରଗଡ଼ରୁ ୧୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବରରୁ ୧୧୫ ଜଣ, ଅନୁଗୁଳରୁ ୧୦୭ ଜଣ, ବରଗଡ଼ରୁ ୮୬ ଜଣ, ଭଦ୍ରକରୁ ୬୬ ଜଣ, ବଲାଙ୍ଗିରରୁ ୬୨ ଜଣ ଓ ଯାଜପୁରରୁ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୯ ହୋଇଛି । ଏଥି ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୬ ହଜାର ୯୮୪ । ଏବେ ଚିକିତ୍ସାଧୀନ ଅଛନ୍ତି ୨୮,୮୧୧ ଜଣ ଆକ୍ରାନ୍ତ ।

ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କାଲି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପ୍ରଥମ ଥର ପାଇଁ ଜିଲ୍ଲାର ଧରାକୋଟ ଓ ପୋଲସରା ଅଞ୍ଚଳକୁ କରୋନା ମୁକ୍ତ ଭାବେ ଘୋଷଣା କରିଥିଲେ । ଏହାକୁ ନେଇ ଏହି ଦୁଇ ଅଞ୍ଚଳରେ ଲୋକଙ୍କ ମନରେ ଖୁସିର ଲହରୀ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସୱାନ ପରଲୋକ ଗଲେ; ୫ ଦିନ ତଳେ ହୃଦୟ ଅପରେସନ୍ ହୋଇଥିଲା

ଏହା ବି ପଢ଼ନ୍ତୁ | ‘‘ରିପବ୍ଲିକ୍ ଟିଭି ଟଙ୍କା ଦେଇ TRP କିଣୁଥିଲା; ଅନ୍ୟ ୨ ନ୍ୟୁଜ୍ ଚ୍ୟାନେଲର ନାମ ବି ଆସିଛି’’: ମୁମ୍ବାଇ ପୋଲିସ୍

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୦ ହଜାର ୪୯୬ ଜଣ ନୂଆ କେରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଖି ବୁଜିଛନ୍ତି ୯୬୪ ଜଣ ଆକ୍ରାନ୍ତ । ଏଥି ସହ ଦେଶରେ କେରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬ ହଜାର ୪୯୦କୁ ବୃଦ୍ଧି ପାଇଛି । ଦେଶରେ ମୋ’ଟ କରୋନା ପଜିଟିଭ ସଂଖ୍ୟା ୬୯ ଲକ୍ଷ ୬ ହଜାର ୧୫୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୫୯ ଲକ୍ଷ ୬ ହଜାର ୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮ ଲକ୍ଷ ୯୩ ହଜାର ୫୯୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।



ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କରୋନା ସ୍ଥିତି ଏବେ ବି ଚିନ୍ତାଜନକ ହୋଇ ରହିଛି । ମହାରାଷ୍ଟ୍ରରେ ଦିନକରେ ପୁଣି ୧୩ ହଜାରରୁ ଅଧିକ ଓ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Published by: Anand Shankar Thankur Das
First published: October 9, 2020, 5:26 PM IST
corona virus btn
corona virus btn
Loading