ରାଜ୍ୟରେ କରୋନା ଯୋଗୁଁ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ; ପୁଣି ୩,୦୫୩ ନୂଆ ପଜିଟିଭ୍ ଚିହ୍ନଟ ହେଲେ

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୦୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧,୮୦୪ ଜଣ ଅଛନ୍ତି । ବାକି ୧,୨୪୯ ଜଣ ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ କରୋନା ଯୋଗୁଁ ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ; ପୁଣି ୩,୦୫୩ ନୂଆ ପଜିଟିଭ୍ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 3, 2020, 4:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୭ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍‌ । ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୩,୦୫୩ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୧୭ ଜଣ ମୃତକଙ୍କ ମଧ୍ୟରେ ବାଲେଶ୍ବର ଓ ଢେଙ୍କାନାଳରୁ ତିନି ଜଣ ଲେଖାଏଁ ଅଛନ୍ତି । ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରୁ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୦୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧,୮୦୪ ଜଣ ଅଛନ୍ତି । ବାକି ୧,୨୪୯ ଜଣ ସ୍ଥାନୀୟ ବାସିନ୍ଦା ।ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ୧ ଲକ୍ଷ ୯୪ ହଜାର ୧୨୮ ଜଣ ବ୍ୟକ୍ତି ସୁସ୍ଥ ହୋଇସାରିଛନ୍ତି । ଏବେ ୩୪ ହଜାର ୩୧୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ନୂଆ ଚିହ୍ନଟ ହୋଇଥିବା ୩,୦୫୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଜଣ ଓ କଟକରୁ ୨୫୬ ଜଣ ଅଛନ୍ତି । ଅନୁଗୁଳରୁ ୬୪ ଜଣ, ବାଲେଶ୍ବରରୁ ୮୫ ଜଣ, ବରଗଡ଼ରୁ ୯୮ ଜଣ, ଭଦ୍ରକରୁ ୭୦ ଜଣ, ବଲାଙ୍ଗିରରୁ ୯୫ ଜଣ, ଝାରସୁଗୁଡ଼ାରୁ ୧୪୬ ଜଣ, କେନ୍ଦ୍ରାପଡ଼ାରୁ ୧୧୫ ଜଣ, ପୁରୀରୁ ୧୨୭ ଜଣ, ସମ୍ବଲପୁରରୁ ୧୨୩ ଜଣ ଓ ସୁନ୍ଦରଗଡ଼ରୁ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସାରା ଦେଶ ଏବେ ବି କରୋନା କବଳରେ ରହିଛି । ଗତ ସାତ ମାସ ହେଲା କଲବଲ କରୁଛି କରୋନା । ପ୍ରଥମେ ୧ ଅଙ୍କ, ପରେ ଦୁଇ ଅଙ୍କ ଆଉ ପରେ ହଜାର ହଜାର ସଂଖ୍ୟାରେ ଦୈନିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ଦେଶରେ ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟାରେ ୧,୦୬୯ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ସଂକ୍ରମିତ ହେଲେ; କ୍ୱାରେଣ୍ଟାଇନରେ ରହିଲେ

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ଏ ଯାଏଁ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୭୦୯ ରହିଥିବା ବେଳେ କେବଳ ଭାରତରେ ଏହି ସଂଖ୍ୟା ରହିଛି ୧ ଲକ୍ଷ ୮୪୨ । ଏହା ନିଶ୍ଚିତ ଭାବେ ଚିନ୍ତାଜନକ ।



ଦେଶରେ ଗତ ୨୪ ଘଣ୍ଟାରେ ୭୯,୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି । ଦେଶରେ ସୁସ୍ଥ ହୋଇସାରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ୨୭ ହଜାର ୭୦୬କୁ ବୃଦ୍ଧି ପାଇଛି । ଦିନକରେ ସୁସ୍ଥ ହୋଇଛନ୍ତି ୭୫ ହଜାର ୬୨୮ ଜଣ । ତେବେ ଏବେ ବି ୯ ଲକ୍ଷ ୪୪ ହଜାର ୯୯୬ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।
Published by: Anand Shankar Thankur Das
First published: October 3, 2020, 4:21 PM IST
corona virus btn
corona virus btn
Loading