ରାଜ୍ୟରେ ଆହୁରି ୧୭ କରୋନା ପଜିଟିଭ୍ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତ ସଂଖ୍ୟା ୨୮୭ ହେଲା

ଏହି ନୂଆ ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ମୟୂରଭଞ୍ଜରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକରୁ ଜଣେ ଅଛନ୍ତି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୮୩ ହୋଇଛି ।

ରାଜ୍ୟରେ ଆହୁରି ୧୭ କରୋନା ପଜିଟିଭ୍ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତ ସଂଖ୍ୟା ୨୮୭ ହେଲା
ଗଞ୍ଜାମ ଜିଲ୍ଲାର ଆସ୍କାରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ମୟୂରଭଞ୍ଜରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକରୁ ଜଣେ । ଏଥି ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୧୭ ଜଣ ପଜିଟିଭଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା । ରାଉରକେଲାର ସଂକ୍ରମିତ ବ୍ୟକ୍ତି ଜଣକ କଣ୍ଟେନ୍‌ମେଣ୍ଟ ଜୋନରେ ଥିଲେ ।

ରାଜ୍ୟରେ ବର୍ତ୍ତମାନ ମୋଟ ୨୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨ ଜଣ ଚିକିତ୍ସିତ ହେଉଛନ୍ତି । ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୩,୩୪୮ଟି ସାମ୍ପଲ । ସେଥି ମଧ୍ୟରୁ ଏହି ୧୭ଟି ପଜିଟିଭ ବାହାରିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୫୬,୩୨୨ଟି ସାମ୍ପଲ ମଧ୍ୟରୁ ୨୮୭ଟି ପଜିଟିଭ ଚିହ୍ନଟ ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉଗ୍ର ପ୍ରବାସୀ ଓଡ଼ିଆମାନେ ଖାଦ୍ୟ ଥାଳି ଫିଙ୍ଗିଦେଇଥିଲେ ।


ମୟୂରଭଞ୍ଜରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକରେ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ସାତ ଜଣ ଯାକ ସମସ୍ତେ ସୁରତ ଫେରନ୍ତା ଓ ସେମାନଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିବା କହିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବାରୁ ଜିଲ୍ଲାବାସୀ ଭୟଭୀତ ନ ହୋଇ ସଚେତନ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଗତ ସାତ ଦିନ ଭିତରେ ମୟୂରଭଞ୍ଜ ଜିଲ୍ଲାକୁ ୧୭୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିଲେ । ସେଥିମଧ୍ୟରୁ କପ୍ତିପଦା ଅଞ୍ଚଳର ଅଛନ୍ତି ୫୨ରୁ ଅଧିକ ।

ଭଦ୍ରକରେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ସୁରତ ଫେରନ୍ତା । ସେ ତିହିଡ଼ି ବ୍ଲକର ବାସିନ୍ଦା ଓ ପୁରୁଷ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଏଥି ସହିତ ଭଦ୍ରକ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୩ଜଣ ଚିକିତ୍ସିତ ହେଉଛନ୍ତି ।

ସୁନ୍ଦରଗଡ଼ର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ପୁରୁଷ ଓ ସେ ରାଉରକେଲା ଅଞ୍ଚଳର । ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ଏଥି ସହିତ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ସେଥିମଧ୍ୟରୁ ୬ ଜଣ ସୁସ୍ଥ ଏବଂ ୭ ଚିକିତ୍ସିତ ହେଉଛନ୍ତି ।
First published: May 9, 2020, 1:13 PM IST
corona virus btn
corona virus btn
Loading