ଦେଶରେ କରୋନା ନେଲାଣି ୧୬୯ ଜଣଙ୍କ ପ୍ରାଣ; ୫,୮୬୫ ଆକ୍ରାନ୍ତ; ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ହେଲା

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୬,୦୦୦ ଟପିଲାଣି ଓ ଏହି ସଂକ୍ରମଣରେ ୯୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଭାରତର ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦୦ ଟପିଛି ।

ଦେଶରେ କରୋନା ନେଲାଣି ୧୬୯ ଜଣଙ୍କ ପ୍ରାଣ; ୫,୮୬୫ ଆକ୍ରାନ୍ତ; ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ହେଲା
ଅହମଦାବାଦରେ ଏକ ବାଳିକାର ସ୍ୱାବ୍‌ ସଂଗ୍ରହ କରୁଥିବା ଜଣେ ଡାକ୍ତର (ରୟଟର୍ସ୍‌)
  • News18 Odia
  • Last Updated: April 9, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫,୮୬୫ ଟପିଛି । ଏ ପର୍ଯ୍ୟନ୍ତ ୧୬୯ ଜଣ ଲୋକଙ୍କ ଜୀବନ ନେଲାଣି ଏହି ମହାମାରୀ । ମଧ୍ୟ ପ୍ରଦେଶର ଇନ୍ଦୋରରେ ପ୍ରଥମ ଥର ପାଇ ଜଣେ ଡାକ୍ତରଙ୍କ ଜୀବନ ନେଇଛି ଏହି ଭାଇରସ୍‌ ।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ୫,୮୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୫,୨୧୮ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ଭିତରେ ୫୯୧ଟି ନୂଆ ମାମଲା ସାମନାକୁ ଆସିଛି । ତାମିଲ ନାଡୁରେ ଗୋଟିଏ ଦିନରେ ସର୍ବାଧିକ ୯୬ଟି ମାମଲା ସାମ୍ନାକୁ ଆସିଛି । ସେଥିରୁ ୮୪ଟି ମାମଲା ଦିଲ୍ଲୀର ନିଜାମୁଦ୍ଦିନ ଜମାତ ସହ ଜଡ଼ିତ । ଏଥି ସହ ତାମିଲ ନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ୪୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମୁମ୍ବାଇରେ ଚିନ୍ତା ବଢ଼ାଇଛି କରୋନା ଭାଇରସ୍‌ । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦୦ ଟପିଛି । ଏସିଆ ମହାଦେଶର ସବୁଠୁ ବଡ଼ ବସ୍ତି ଧାରାଭୀରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥି ସହ ଏହି ବସ୍ତିରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ମଧ୍ୟ ପ୍ରଦେଶର ଇନ୍ଦୋରରେ ଜଣେ ଡାକ୍ତରଙ୍କ ଜୀବନ ନେଇଛି କରୋନା । ସାରା ଦେଶରେ ଏହା ହେଉଛି କରୋନା ସଂକ୍ରମଣରେ କୌଣସି ଡାକ୍ତରଙ୍କ ପ୍ରଥମ ମୃତ୍ୟୁ ଘଟଣା । ଡାକ୍ତର ଶତ୍ରୁଘ୍ନ ପଞ୍ଜୱାଣୀ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁ ନ ଥିଲେ । କିନ୍ତୁ କୌଣସି କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ପାଲଟିଥିଲେ । ଡାକ୍ତର ଶତ୍ରୁଘ୍ନ ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ ।

ଇନ୍ଦୋରରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଡାକ୍ତର ଶତ୍ରୁଘ୍ନ ପଞ୍ଜୱାଣୀ


ମଧ୍ୟ ପ୍ରଦେଶର ବୁଧବାର ସୁଦ୍ଧା ୪୦୪ ଜଣ ପଜିଟିଭ ମିଳିଥିବା ବେଳେ ୩୦ ଜଣଙ୍କ ମୃତ୍ୟୁ ହୋଇସାରିଛି । କେବଳ ଇନ୍ଦୋରରେ ହିଁ ୨୧୩ଟି ମାମଲା ସାମନାକୁ ଆସିଛି ।

କରୋନା ରୋଗୀଙ୍କ ଚିକିତ୍ସା ଲାଗି PPEs (ବ୍ୟକ୍ତିଗତ ସୁରକ୍ଷା ପୋଷାକ), ମାସ୍କ ଓ ଭେଣ୍ଟିଲେଟରର ସପ୍ଲାଇ ଆରମ୍ଭ କରିଛନ୍ତି ସରକାର । ଏକ କୋଟି ସତୁରି ଲକ୍ଷ PPEsର ଅର୍ଡର ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ୪୯,୦୦୦ ଭେଣ୍ଟିଲେଟର ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତ ସ୍ଥାନରେ PPEsର ଆବଶ୍ୟକତା ନାହିଁ । ତେଣୁ ଯେଉଁ ସବୁ ସ୍ଥାନରେ ଏହାର ଆବଶ୍ୟକତା ରହିଛି ସେଠାକୁ ଏହା ପଠାଯିବ ।

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୬,୦୦୦ ଟପିଛି । ବିଶ୍ୱରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୯୦,୦୦୦ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୩,୪୦,୦୦୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୦୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସ୍ପେନ, ଇଟାଲୀ ଓ ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ ହଜାର ୮ ଶହ ଟପିଛି ।

ସ୍ପେନରେ କରୋନା ୧୫,୦୦୦ରୁ ଅଧିକ ଜୀବନ ନେଇଥିବା ବେଳେ ଇଟାଲୀରେ ଗଲାଣି ୧୭,୬୦୦ରୁ ଅଧିକ ଜୀବନ । ସେହିପରି ଫ୍ରାନ୍ସରେ ୧୦,୮୦୦ରୁ ଅଧିକ ମୃତ୍ୟୁ ହୋଇଛି । ବେଲଜିୟମରେ ୨୮୩ ଜଣ, ନେଦରଲାଣ୍ଡସରେ ୧୪୮, ଇରାନରେ ୧୧୭ ଜଣ, ସ୍ବିଡେନରେ ୧୦୬ ଜଣ ପ୍ରାଣ ହରାଇଛନ୍ତି ।

ଇଣ୍ଡୋନେସିଆ ଓ ଫିଲିପାଇନ୍‌ସରେ ମଧ୍ୟ କରୋନା ତା’ର ସଂହାର ଲୀଳା ଆରମ୍ଭ କରିଛି । ଇଣ୍ଡୋନେସିଆରେ ୪୦ ଓ ଫିଲିପାଇନ୍‌ସରେ ୨୧ ଜଣ ପ୍ରାଣ ହରାଇଛନ୍ତି ।
First published: April 9, 2020, 11:59 PM IST
corona virus btn
corona virus btn
Loading