ଗଞ୍ଜାମରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା; ୫୦ ଧରା ପଡ଼ିଲେ

କ୍ୱାରାଣ୍ଟାଇନ ସେଣ୍ଟରରେ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ଅଭିଯୋଗ କରି ଏହି ସୁରତ ଫେରନ୍ତାମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି । ଗତ କାଲି ବିଳମ୍ବିତ ରାତିରେ ସୁରତରୁ ଫେରି ପହଞ୍ଚିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଏଠାରେ ରଖାଯାଇଥିଲା ।

ଗଞ୍ଜାମରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା; ୫୦ ଧରା ପଡ଼ିଲେ
ଗଞ୍ଜାମରେ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଚାଲି ଚାଲି ଆସୁଛନ୍ତି ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ରାଜ୍ୟ ସରକାର କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଲୋକଙ୍କୁ ରଖିବାର ସୁବନ୍ଦୋବସ୍ତ କରିଥିବା ବେଳେ କେତେକ ଲୋକ କ୍ୱାରାଣ୍ଟାଇନ୍‌ ନିୟମର ଉଲ୍ଲଙ୍ଘନ କରୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି । ଆଜି ଗଞ୍ଜାମରେ ଏକ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ୧୫୦ ଜଣ ସୁରତ ଫେରନ୍ତା ବ୍ୟକ୍ତି ।

ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଏହି ୧୫୦ ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୁଇଟି ସ୍କୁଲରେ ଥିବା ୧୫୦ରୁ ଅଧିକ ସୁରତ ଫେରନ୍ତା ଫେରାର ହୋଇଯାଇଛନ୍ତି । ତେବେ ଖବର ପାଇବା ପରେ ପୋଲିସ୍‌ ସକ୍ରିୟ ହୋଇ ୫୦ରୁ ଅଧିକ ଲୋକଙ୍କୁ କାବୁ କରିଛି ।

କ୍ୱାରାଣ୍ଟାଇନ ସେଣ୍ଟରରେ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବା ଅଭିଯୋଗ କରି ଏହି ସୁରତ ଫେରନ୍ତାମାନେ ଚମ୍ପଟ ମାରିଥିବା ଜଣାପଡ଼ିଛି । ଗତ କାଲି ବିଳମ୍ବିତ ରାତିରେ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଏଠାରେ ରଖାଯାଇଥିଲା ।

ଚମ୍ପଟ ମାରିଥିବା ୧୫୦ ଜଣ ସୁରତଫେରନ୍ତାଙ୍କ ମଧ୍ୟରୁ ୫୦ ଜଣଙ୍କୁ କାବୁ କରିଛି ପୋଲିସ ।


ପ୍ରବାସୀ ଓଡ଼ିଆମାନେ କ୍ବାରେଣ୍ଟାଇନ ସେଣ୍ଟରର ବାରିକେଡ଼ ଓ ଗେଟ୍‌ ଭାଙ୍ଗି ପଳାଇଛନ୍ତି ବୋଲି କହିଛନ୍ତି ଜଣେ ସରକାରୀ ଅଧିକାରୀ । ଏ ନେଇ କୋଦଳା ଥାନା ଓ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ । ପରେ ଗାଁ ଓ ବିଲ ତୋଟା ଦେଇ ଯାଉଥିବା ରାସ୍ତାରୁ ୫୦ରୁ ଅଧିକ ସୁରତ ଫେରନ୍ତା ଲୋକଙ୍କୁ କାବୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ସୁରତ ଫେରନ୍ତା ଫେରାର ଥିବା ବେଳେ ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରହିଛି ।

ପ୍ରବାସୀ ଓଡ଼ିଆମାନଙ୍କର ଏହି କୃତ୍ୟକୁ ରାଜ୍ୟ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ସରକାରଙ୍କ ପ୍ରୟାସ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଯେଉଁମାନେ କ୍ୱାରେଣ୍ଟାଇନ ନିୟମର ଖିଲାଫ କରୁଛନ୍ତି ସେମାନଙ୍କୁ ସରକାରୀ ସହାୟତା ଦିଆଯିବ ନାହିଁ ଓ ଆବଶ୍ୟ ହେଲେ ଏମିତି ବିଶୃଙ୍ଖଳ ଲୋକଙ୍କୁ ଗିରଫ କରାଯିବ ।
First published: May 3, 2020, 5:29 PM IST
corona virus btn
corona virus btn
Loading