ଜୁନ ୧ରୁ ଏକା ଥରକେ ୧୫ ଯାତ୍ରୀଙ୍କ ସ୍କ୍ରିନିଂ ହେବ ଭୁବନେଶ୍ୱର ରେଳ ଷ୍ଟେସନରେ

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଥର୍ମାଲ କ୍ୟାମେରା ଲାଗିବ ଷ୍ଟେସନ ଭିତରେ ଥିବା ପ୍ରବେଶ ଦ୍ୱାରରେ । ଏଥି ପାଇଁ ୧୦ ଜଣ ଆରପିଏଫ ଅଧିକାରୀ ନିୟୋଜିତ ହେବେ, ଯେଉଁମାନେ ଯାତ୍ରୀଙ୍କ ଉପରେ ନଜର ରଖିବେ ।

ଜୁନ ୧ରୁ ଏକା ଥରକେ ୧୫ ଯାତ୍ରୀଙ୍କ ସ୍କ୍ରିନିଂ ହେବ ଭୁବନେଶ୍ୱର ରେଳ ଷ୍ଟେସନରେ
ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ପେଶାଲ୍ ଟ୍ରେନ୍ ବିଷୟରେ ବିବରଣୀ ଲେଖୁଛନ୍ତି ରେଳ କର୍ମୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୁନ ପହିଲାରୁ ଦେଶରେ ମୋଟ ୧୦୦ ଯୋଡ଼ା ନୂଆ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । ପୂର୍ବତଟ ରେଳବାଇ ପକ୍ଷରୁ ୧୨ ଯୋଡ଼ା ଟ୍ରେନ ଚଳାଇବା ପାଇଁ ବୁକିଂ ବ୍ୟବସ୍ଥା କରାଯାଇଥିବା ବେଳେ ଏକା ଥରକେ ଭୁବନେଶ୍ୱର ଷ୍ଟେସନରେ ୧୫ ଜଣ ଯାତ୍ରୀଙ୍କୁ କରିହେବ ସ୍କ୍ରିନିଂ । ତେବେ ଟିକଟ ଫେରସ୍ତ ନ ହେବା ଓ ଦୈନିକ ଦିଲ୍ଲୀ ଯାଉଥିବା ଟ୍ରେନ ପାଞ୍ଚ ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜୁନ ପହିଲାରୁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିବ ରେଳ ଷ୍ଟେସନରେ। ଟ୍ରେନ ଚାଲିବାର ପ୍ରଥମ ଦିନ ଗହଳି ହେବା ତ ସ୍ୱାଭାବିକ । ତେଣୁ ତା’ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି ସାରିଛି ରେଳବାଇ । ଆଉ ଜଣ ଜଣ କରି ଏଣ୍ଟ୍ରି ପଏଣ୍ଟରେ ଠିଆ କରି ସ୍କ୍ରିନିଂ କରିବନି ରେଳବାଇ । ଏଥି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଥର୍ମାଲ କ୍ୟାମେରା ଲାଗିବ ଷ୍ଟେସନ ଭିତରେ ଥିବା ପ୍ରବେଶ ଦ୍ୱାରରେ । ଏହା ଏକା ଥରକେ ୧୫ ଜଣ ଲୋକଙ୍କୁ ସ୍କ୍ରିନିଂ କରିପାରିବ । ଏଥି ପାଇଁ ୧୦ ଜଣ ଆରପିଏଫ ଅଧିକାରୀ ମଧ୍ୟ ନିୟୋଜିତ ହେବେ, ଯେଉଁମାନେ ଯାତ୍ରୀଙ୍କ ଉପରେ ନଜର ରଖିବେ ।

ଭୁବନେଶ୍ୱର ରେଳ ଷ୍ଟେସନରେ ସଂରକ୍ଷଣ ପାଇଁ ମୋଟ ୩ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । କରୋନା ମହାମାରୀ କାରଣରୁ ଲମ୍ବା ସମୟ ବ୍ୟବଧାନରେ ଟିକଟ କାଉଣ୍ଟର ଖୋଲିଥିବାର ଅନେକ ଯାତ୍ରୀ ଉତ୍ସାହିତ ଥିଲେ । ଏଥି ପାଇଁ ସାମାଜିକ ଦୂରତା ବି ଅବଲମ୍ବନ କରିଥିଲେ ଯାତ୍ରୀ । ତେବେ ଟିକଟ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଅନେକ ଯାତ୍ରୀ ।

ଭୁବନେଶ୍ୱର ରେଳ ଷ୍ଟେସନର ବାହାରର ଦୃଶ୍ୟ


ତାମିଲ ନାଡୁ, ଦିଲୀ ଓ କର୍ଣ୍ଣାଟକ ଭଳି ସ୍ଥାନରେ ରହୁଥିବା ଲୋକ ବାହାରକୁ ବାହାରି ପାରିନଥିବାରୁ ତାଙ୍କ ପାଇଁ ଭୁବନେଶ୍ୱରରୁ ଟିକେଟ କଟୁଥିଲେ ତାଙ୍କ ସଂପର୍କୀୟ । ଟିକେଟ କାଟିବାକୁ ଆସିଥିବା ପ୍ରିୟଦର୍ଶନୀ ଜେନା କୁହିଛନ୍ତି, ‘‘ମୋ ପୁଅ ଦିଲ୍ଲୀରେ ରୁହେ। ଦିଲୀ ଷ୍ଟେସନ ଠାରୁ ୫୦ କିଲୋମିଟର ଦୂରରେ ରହୁଥିବାରୁ ସେ ବାହାରକୁ ବହାରିପାରୁନି । ତେଣୁ ତା’ ପାଇଁ ମୁଁ ଭୁବନେଶ୍ୱରରୁ ଟିକେଟ କାଟୁଛି ।’’

ଭୁବନେଶ୍ୱର ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି: ‘‘ପୂର୍ବତଟ ରେଳବାଇ ପକ୍ଷରୁ ମୋଟ ୧୨ ଯୋଡ଼ା ଟ୍ରେନ ବ୍ୟବସ୍ଥା ହୋଇଛି । ଏହା ଭିତରେ ଅଛି ୬ ଯୋଡ଼ା ଉତ୍ସ ଟ୍ରେନ, ୩ ଯୋଡ଼ା ଥରୋ ପ୍ୟାସେଜ ଟ୍ରେନ ଓ ଆଉ ୩ ଯୋଡ଼ା ଅନ୍ୟ ଡିଭିଜନରେ ଚାଲୁଥିବା ନୂଆ ୩ ଯୋଡ଼ା ଟ୍ରେନ। ସବୁ ଟ୍ରେନକୁ ଭିତରକୁ ସାନିଟାଇଜ କରାଯିବ ଓ କରନା ନିୟମକୁ କିଭଳି କଡାକଡି ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯିବ।’’

ଦୁଇ ଦିନ ହେବ ଭୁବନେଶ୍ୱରରୁ ଦିଲ୍ଲୀ ଗଡୁଥିବା ସ୍ୱତନ୍ତ୍ର ଟ୍ରେନ ୫ ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ହଇରାଣ ହୋଇଛନ୍ତି । ଏ ନେଇ ରେଳବାଇ କହିଛି ଅମ୍ଫାନ ଯୋଗୁ ରୁଟ୍‌ ଚେଞ୍ଜ ହେବାରୁ ଟ୍ରେନ ବିଳମ୍ବରେ ଚାଲୁଛି । କରୋନା ନିୟମ ଅନୁସାରେ ଦୁଇଟି ସିଫ୍ଟରେ ସକାଳ ୮ଟାରୁ ଅପରାହ୍ଣ ୩ଟା  ଓ ଅପରାହ୍ଣ ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଛି  କାଉଣ୍ଟର । ଲକଡାଉନ କାରଣରୁ ଲମ୍ବା ସମୟ ଧରି ବନ୍ଦ ରହିଥିଲା ଟ୍ରେନ ସେବା । ଏବେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 9:20 PM IST
corona virus btn
corona virus btn
Loading