ରାଜ୍ୟରେ ପୁଣି ୧୫ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୯୦୦ ପାର୍; ୩,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନାର କଳା ଛାୟା ବ୍ୟାପିଚାଲିଛି । ପଜିଟିଭ୍‌ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୩୨,୭୧୩କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୧,୯୮,୧୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଏବେ ୩୩,୫୫୯ ଜଣ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ପୁଣି ୧୫ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୯୦୦ ପାର୍; ୩,୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 4, 2020, 4:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ ରାଜ୍ୟରେ ଆହୁରି ୧୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପି ଏବେ ୯୦୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୩,୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୫ ଜଣ ମୃତକଙ୍କ ମଧ୍ୟରେ କଟକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଅଛନ୍ତି । କେନ୍ଦ୍ରାପଡ଼ାରୁ ଦୁଇ ଜଣଙ୍କ ଜୀବନ ନେଇଛି କରୋନା । ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ନୂଆ ଚିହ୍ନଟ ହୋଇଥିବା ୩,୩୨୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଅଛନ୍ତି ୧,୯୪୫ ଜଣ । ବାକି ୧,୩୮୧ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏଥି ସହ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୧ ଲକ୍ଷ ୯୮ ହଜାର ୧୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୩୩,୫୫୯ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


୩,୩୨୬ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଜଣ ଓ କଟକରୁ ୨୬୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୯ ଜଣ, ବାଲେଶ୍ବରରୁ ୧୨୨ ଜଣ, ବରଗଡ଼ରୁ ୯୪ ଜଣ ଓ ଭଦ୍ରକରୁ ୩୬ ଜଣ ନୂଆ ପଜିଟିଭ ଅଛନ୍ତି । ବଲାଙ୍ଗିରରୁ ୧୦୩ ଜଣ, ବୌଦ୍ଧରୁ ୫୪ ଜଣ, ଦେବଗଡ଼ରୁ ୨୧ ଜଣ, ଢେଙ୍କାନାଳରୁ ୮୫ ଜଣ, ଗଜପତିରୁ ୨୨ ଜଣ, ଗଞ୍ଜାମରୁ ୫୭ ଜଣ, ଜଗତସିଂହପୁରରୁ ୮୦ ଜଣ ଓ ଯାଜପୁରରୁ ୧୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଝାରସୁଗୁଡ଼ାରୁ ୧୦୭ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୬୦ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ, କୋରାପୁଟରୁ ୪୫ ଜଣ, କେନ୍ଦୁଝରରୁ ୧୦୧ ଜଣ, ମାଲକାନଗିରିରୁ ୧୯ ଜଣ ନୂଆ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ମୟୂରଭଞ୍ଜରୁ ୧୩୧ ଜଣ, ନବରଙ୍ଗପୁରରୁ ୬୧ ଜଣ, ନୟାଗଡ଼ରୁ ୬୧ ଜଣ, ନୂଆପଡ଼ାରୁ ୧୪୭ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୫୩ ଜଣ, ସମ୍ବଲପୁରରୁ ୧୦୭ ଜଣ, ସୁବର୍ଣ୍ଣପୁରରୁ ୨୫ ଜଣ ଓ ସୁନ୍ଦରଗଡ଼ରୁ ୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ଦେଶରେ କରୋନା ସ୍ଥିତିରେ ସୁଧାର ଆସିବାର ନାଁ ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ୭୫,୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧ ହଜାର ୭୮୨କୁ ବୃଦ୍ଧି ପାଇଛି ।



ଦେଶରେ ଗୋଟିଏ ଦିନରେ ୯୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନାରୁ ସୁସ୍ଥ ହୋଇଥବା ଲୋକଙ୍କ ସଂଖ୍ୟା ୫୫ ଲକ୍ଷ ଟପି ଏବେ ୫୫ ଲକ୍ଷ ୦୯ ହଜାର ୯୬୬କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୨,୨୬୦ ଜଣ କରୋନା ଆକ୍ରାନ୍ତ । ଏବେ ବି ୯ ଲକ୍ଷ ୩୭ ହଜାର ୬୨୫ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।
Published by: Anand Shankar Thankur Das
First published: October 4, 2020, 4:52 PM IST
corona virus btn
corona virus btn
Loading