ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ; ୧,୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ୧,୩୯୩

ନୂଆ ୧,୪୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୬୭ ଜଣ ଅଛନ୍ତି । ବାକି ୬୨୭ ଜଣ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ଏ ଯାଏଁ ସୁସ୍ଥ ହେଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ କରୋନା ଆକ୍ରାନ୍ତ ।

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ; ୧,୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ୧,୩୯୩
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 6, 2020, 4:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ୧୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ଓ ୧,୪୯୪ ଜଣ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮କୁ ବୃଦ୍ଧି ପାଇଛି ।

ଏହି ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୩୯୩କୁ ବୃଦ୍ଧି ପାଇଛି । ୧୫ ଜଣ ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ଦୁଇ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ରୋଗୀ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସମ୍ବଲପୁରରୁ ତିନି ଜଣ, ମୟୂରଭଞ୍ଜ ଓ ବରଗଡ଼ରୁ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ମାଲକାନଗିରି, ବଲାଙ୍ଗିର, ପୁରୀ, କଟକ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ

ନୂଆ ୧,୪୯୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୬୭ ଜଣ ଅଛନ୍ତି । ବାକି ୬୨୭ ଜଣ ସ୍ଥାନୀୟ ବାସିନ୍ଦା । ଖୋର୍ଦ୍ଧାରୁ ସର୍ବାଧିକ ୧୫୩ ଜଣ, କଟକରୁ ୧୧୨ ଜଣ, ବାଲେଶ୍ବରରୁ ୧୦୨ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ ଓ ମୟୂରଭଞ୍ଜରୁ ୯୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୩ ଜଣ, କେନ୍ଦୁଝରରୁ ୬୯ ଜଣ, ପୁରୀରୁ ୬୩ ଜଣ ଓ ଜଗତସିହପୁରରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୫୬ ଜଣ, ନୂଆପଡ଼ାରୁ ୫୫ ଜଣ ଓ ବରଗଡ଼ରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ସୁସ୍ଥ ହେଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ କରୋନା ଆକ୍ରାନ୍ତ । ରାଜ୍ୟରେ ଏବେ ୧୩ ହଜାର ୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଏହା ବି ପଢ଼ନ୍ତୁ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୬୭୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି ପାଇଛି । ମୋଟ୍‌ ପଜିଟିଭ୍‌ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪ରେ ପହଞ୍ଚିଛି । ସେଥିରୁ ୭୭ ଲକ୍ଷ ୬୫ ହଜାର ୯୬୬ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୫ ଲକ୍ଷ ୨୦ ହଜାର ୭୭୩ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି ।



ମହାରାଷ୍ଟ୍ରରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀ ଓ କେରଳକୁ ନେଇ ଚିନ୍ତା କମିବାର ନାଁ ନେଉନି । ଦିଲ୍ଲୀ ଓ କେରଳରେ ଆଜି ପୁଣି ସାଢ଼େ ୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Published by: Anand Shankar Thankur Das
First published: November 6, 2020, 4:40 PM IST
corona virus btn
corona virus btn
Loading