ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୪୯ ହେଲା, ୫,୧୪୯ ଆକ୍ରାନ୍ତ; ବିଶ୍ୱରେ ଗଲାଣି ୮୪,୦୦୦ ପ୍ରାଣ

ଦେଶରେ ଏ ପର୍ଯ୍ୟନ୍ତ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ଆସିଛି । ସେଠାରେ ସର୍ବାଧିକ ୧,୦୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ଜୀବନ ଯାଇଛି । ବିଶ୍ୱରେ ଏ ପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲେଣି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୪୯ ହେଲା, ୫,୧୪୯ ଆକ୍ରାନ୍ତ; ବିଶ୍ୱରେ ଗଲାଣି ୮୪,୦୦୦ ପ୍ରାଣ
ପଞ୍ଜାବରେ ମାସ୍କ ପିନ୍ଧି ଲୋକେ ରହୁଛନ୍ତି । (ରୟଟର୍ସ୍)
  • News18 Odia
  • Last Updated: April 8, 2020, 12:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼଼ି ୫,୧୪୯ରେ ପହଞ୍ଚିଛି । ଦେଶରେ ଏହି ମହାମାରୀରେ ଏ ପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ଗତ ୧୨ ଘଣ୍ଟା ମଧ୍ୟରେ ୨୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

ଦେଶରେ କରୋନା ଭାଇରସର ସକ୍ରିୟ ମାମଲା ସଂଖ୍ୟା ୪,୬୪୩ରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ୪୦୧ ଜଣ ଲୋକ ଏହି ମହାମାରୀରୁ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରୁ ଏ ପର୍ଯ୍ୟନ୍ତ ସର୍ବାଧିକ ମାମଲା ଆସିଛି । ସେଠାରେ ସର୍ବାଧିକ ୧,୦୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ଜୀବନ ଯାଇଛି । ସେଠାରେ ଲୋକପ୍ରିୟ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର ଜଣେ ନର୍ସ ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରାଜ୍ୟରେ ସତର୍କତା ସୂଚନା ଜାରୀ ହୋଇଛି । ସେହିପରି ଗୁଜରାଟ ଓ ମଧ୍ୟ ପ୍ରଦେଶରେ ୧୩ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି ।

ସଂକ୍ରମଣ ମାମଲା କ୍ରମାଗତ ବୃଦ୍ଧି ପାଉଥିବା ଯୋଗୁଁ ବିଭିନ୍ନ ରାଜ୍ୟର ସରକାରମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ଘୋଷିତ ୨୧ ଦିନିଆ ଲକଡାଉନର ଅବଧି ଏପ୍ରିଲ ୧୪ ପରେ ଆଗକୁ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି । କେନ୍ଦ୍ର ସରକାରଙ୍କ ସୂତ୍ରରୁ ପ୍ରକାଶ ଯେ ଏହି ସପ୍ତାହର ଶେଷ ସୁଦ୍ଧା ଲକଡାଉନର ଅବଧି ବଢ଼େଇବା ନେଇ ନିଷ୍ପତ୍ତି ନିଆଯାଇପାରେ ।

ନଭେଲ୍‌ କରୋନା ଭାଇରସ୍ ବିଶ୍ୱରେ ଏ ପର୍ଯ୍ୟନ୍ତ ୧୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଓ ୮୪,୦୦୦ରୁ ଅଧିକ ଲୋକଙ୍କ ପ୍ରାଣ ନେଇ ସାରିଛି ।

କରୋନା ଭାଇରସ୍ କେମିତି ବ୍ୟାପେ ତା’ର ଏକ ଛବି


ମଙ୍ଗଳବାର ଦିନ କରୋନା ଭାଇରସ୍ କାରଣରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୨,୭୦୦ ଅତିକ୍ରମ କରିଛି । ସେଠାରେ ଗୋଟିଏ ଦିନରେ ରେକର୍ଡ ୧,୯୦୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖରେ ଥିବା ନିଜ ରାଷ୍ଟ୍ରକୁ ଆଶ୍ୱାସନା ଦେବାକୁ ଚେଷ୍ଟା କରି କହିଛନ୍ତି ଯେ ନୂତନ ତଥ୍ୟ ଆକଳନ ଅନୁସାରେ ପ୍ରଥମେ ଆଶଙ୍କା କରାଯାଉଥିବା ସଂଖ୍ୟା ଠାରୁ କମ୍ ମୃତ୍ୟୁ ହେବ ।

“ଆମେ ଭାବୁଛୁ ଯେ ପ୍ରଥମେ ଆଶଙ୍କା କରାଯାଇଥିବା ମୃତ୍ୟୁ ସଂଖ୍ୟା ଅପେକ୍ଷା ବହୁତ କମ୍ ମୃତ୍ୟୁ ଘଟିବ । ମୁଁ ଭାବୁଛି ଆମେ ସେହି ଦିଗରେ ଗତି କରୁଛୁ, କିନ୍ତୁ ଏ ବିଷୟରେ ଏବେ କିଛି କହିବା ବହୁତ ଶୀଘ୍ର ହେବ,’’ ନିଜ ଦୈନିକ ହ୍ୱାଇଟ୍‌ ହାଉସ୍‌ ପ୍ରେସ୍‌ କନଫେରେନ୍ସରେ ଟ୍ରମ୍ପ କହିଛନ୍ତି ।

ଆମେରିକାର କୋଭିଡ-୧୯ ର କେନ୍ଦ୍ର ସ୍ଥଳ ପାଲଟିଥିବା ନ୍ୟୁୟର୍କରେ ୫,୪୦୦ ମୃତ୍ୟୁ ଘଟିଛି । ସେଠି କରୋନା ଭାଇରସ୍‌ ସଂକ୍ରମଣର ୧,୩୮,୦୦୦ଟି ମାମଲା ଏ ପର୍ଯ୍ୟନ୍ତ ସାମନାକୁ ଆସିଛି । ନିକଟରେ ଥିବା ନ୍ୟୁ ଜର୍ସିରେ ୧,୨୦୦ ମୃତ୍ୟୁ ଘଟିଛି ଓ ୪୪,୪୧୬ଟି ସଂକ୍ରମଣ ମାମଲା ସାମନାକୁ ଆସିଛି ।
First published: April 8, 2020, 12:33 PM IST
corona virus btn
corona virus btn
Loading