ରାଜ୍ୟରେ ଆହୁରି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ସଂଖ୍ୟା ୨,୩୮୮ ହେଲା

ଏବେ କରୋନା କବଳରେ ସାରା ଓଡି଼ଶା ଆସିଯାଇଛି । ୩୦ତମ ଜିଲ୍ଲା ଭାବେ ରାୟଗଡ଼ା ଛୁଇଁଛି କରୋନା । ଆଜିର ନୂଆ ୧୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆହୁରି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ସଂଖ୍ୟା ୨,୩୮୮ ହେଲା
ଗଞ୍ଜାମରେ ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୩ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲଗାତର ତିନି ଦିନ ହେଲା ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜିର ନୂଆ ୧୪୩ ଜଣ କରାନା ପଜିଟିଭଙ୍କଂ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୧୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଇତି ମଧ୍ୟରେ ରାଜ୍ୟରେ ୧,୩୨୫ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୧,୦୫୪ ଜଣ ଚିକିତ୍ସାଧୀନ ଅଛନ୍ତି । ଆଜିର ମହତ୍ୱପୂର୍ଣ୍ଣ ଘଟଣା ହିସାବରେ ରାଜ୍ୟର ୩୦ତମ ଜିଲ୍ଲା ଭାବେ ରାୟଗଡ଼ା ଛୁଇଁଛି ଏହି ମହାମାରୀ ।

ଆଜି ରାଜ୍ୟରେ କେଉଁ ଜିଲ୍ଲାରୁ କେତେ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେ


କେନ୍ଦ୍ରାପଡ଼ାରେ ଆଜି ଚିହ୍ନଟ ହୋଇଥିବା ୯ ଜଣ କରୋନା ରୋଗୀ ସମସ୍ତେ ବାହାର ରାଜ୍ୟରୁ ଫେରି ସରକାରୀ କ୍ଵାରେଣ୍ଟାଇନରେ ରହୁଥିଲେ l ଏହି ୯ ଜଣଙ୍କ ମଧ୍ୟରୁ ସୁରଟରୁ ଆସିଥିବା ୫ ଜଣ ଓ ମହାରାଷ୍ଟ୍ରରୁ ଆସିଥିବା ୪ ଜଣ ବ୍ୟକ୍ତି ଅଛନ୍ତି l ଏହି ୯ ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଏବେ ପଜିଟିଭ୍ ସଂଖ୍ୟା ୧୬୧ରେ ପହଞ୍ଜିଛି l ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦ୍ରାପଡ଼ା ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି l ଜିଲ୍ଲାର ୮୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ୭୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

ଦେଶରେ କରୋନା ସ୍ଥିତି ଗମ୍ଭୀର ହେଉଛି

ସାରା ଦେଶରେ କାୟା ମେଲାଇ ଚାଲିଛି କରୋନା ଭାଇରସ୍‌ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୭ ହଜାର ୬୧୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏକ ଲକ୍ଷ ଲୋକ । ଦେଶରେ ଏ ଯାଏଁ ୫,୮୧୫ ଜଣଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅଛନ୍ତି ଏକ ଲକ୍ଷ ୧୪ ଶହ ୯୭ ଜଣ ।

ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ୨୪ ଘଣ୍ଟାରେ ଆକ୍ରାନ୍ତ ହୋଇଛନ୍ତି ୮,୯୦୯ ଜଣ । ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୨,୪୬୫ ଜଣଙ୍କ ମୃତ୍ୟୁ ହୋଇଛି ଓ ଆକ୍ରାନ୍ତ ହୋଇଛନ୍ତି ୭୨,୩୦୦ ଜଣ । ସେହିପରି ଗୁଜରାଟରେ ୧୦୯୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୫୫୬, ମଧ୍ୟ ପ୍ରଦେଶରେ ୩୬୪, ପଶ୍ଚିମ ବଙ୍ଗରେ ୩୩୫, ଉତ୍ତର ପ୍ରଦେଶରେ ୨୨୨ ଓ ରାଜସ୍ଥାନରେ ୨୦୩ ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 2:38 PM IST
corona virus btn
corona virus btn
Loading