ରାଜ୍ୟରେ ଆହୁରି ୧୪ କରୋନା ପଜିଟିଭ ଚିହ୍ନଟ ହେଲେ; ସମସ୍ତେ ଯାଜପୁରର; ଏବେ ମୋଟ ୧୪୨

ଏହି ୧୪ ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍‌ ରହିଛି । ସେମାନେ ସମସ୍ତେ ଲକ୍ଷଣହୀନ ଥିଲେ । ୧୪ ଜଣଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରେ ୩ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି ।

ରାଜ୍ୟରେ ଆହୁରି ୧୪ କରୋନା ପଜିଟିଭ ଚିହ୍ନଟ ହେଲେ; ସମସ୍ତେ ଯାଜପୁରର; ଏବେ ମୋଟ ୧୪୨
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 30, 2020, 5:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟରେ ଆଉ ୧୪ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଯାଜପୁର ଜିଲ୍ଲାର କଟିକଟା କଣ୍ଟେନମେଣ୍ଟ ଜୋନର ବାସିନ୍ଦା । ଆଜି ପୂର୍ବରୁ ଯାଜପୁର ଜିଲ୍ଲାରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଯାଜପୁର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ଆଜି ଗୋଟିଏ ଦିନରେ ଏହି ଗୋଟିଏ ଜିଲ୍ଲାରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ମାରାତ୍ମକ ମହାମାରୀର ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୪୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୧୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଓ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ନୂଆ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର । କଟିକଟା କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଠାରେ ବାସ କରନ୍ତି ମୋଟ ୨୬୯ଟି ପରିବାର । କଣ୍ଟେନ୍‌ମେଣ୍ଟ ଜୋନ୍‌ ହେବା ପରେ ସେଠାରୁ ସଂଗ୍ରହ ହୋଇଥିଲା ୨୦୦ଟି ନମୁନା ।

ଏହି ୧୪ ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍‌ ରହିଛି । ସେମାନେ ସମସ୍ତେ ଲକ୍ଷଣହୀନ ଥିଲେ । ୧୪ ଜଣଙ୍କ ମଧ୍ୟରୁ ୮ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ୮ ପୁରୁଷଙ୍କ ବୟସ ହେଲା ୨୯, ୩୮, ୩୫, ୨୯, ୩୪, ୧୨, ୬୨ ଓ ୩ ବର୍ଷ । ୬ ମହିଳାଙ୍କ ବୟସ ୪୦, ୨୦, ୮୫, ୩୬, ୫୨ ଓ ୩ ବର୍ଷ ବୋଲି ଜଣାପଡ଼ିଛି ।

ଝାରସୁଗୁଡ଼ାରେ କଡ଼ାକ଼ଡ଼ି ଚେକିଂ ଚାଲିଛି ।


ରାଜ୍ୟର ୧୪୨ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭ ଅଛନ୍ତି । ଏହି ସମସ୍ତ ୪୭ ଆକ୍ରାନ୍ତ ଭୁବନେଶ୍ବରର । ସେମାନଙ୍କ ମଧ୍ୟରୁ ୨୭ ସୁସ୍ଥ ହୋଇଥିବା ବେଳେ ୧୯ ଚିକିତ୍ସାଧୀନ ଅଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ୩୬ ସଂକ୍ରମିତଙ୍କ ସହ ଯାଜପୁର ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି । ଭଦ୍ରକ ଓ ବାଲେଶ୍ବରରୁ ୧୯ଟି ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକର ୧୯ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ପଜିଟିଭ ସହ ପଞ୍ଚମ ସ୍ଥାନରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଥି ମଧ୍ୟରୁ ୩ ଜଣ ସୁସ୍ଥ ହୋଇସାରିଛନ୍ତି । କେନ୍ଦ୍ରାପଡ଼ାରେ ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଘରକୁ ଫେରିଛନ୍ତି । ଦୁଇ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି କଳାହାଣ୍ଡି ।

କଟକ, ଢେଙ୍କାନାଳ ଓ ପୁରୀରୁ ଚିହ୍ନଟ ଜଣେ ଲେଖାଏ ପଜିଟିଭ ସୁସ୍ଥ ହୋଇସାରିଛନ୍ତି । କୋରାପୁଟ, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝରରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଉ ସମସ୍ତେ ଚିକିତ୍ସାଧୀନ ଅଛନ୍ତି ।
First published: April 30, 2020, 5:58 PM IST
corona virus btn
corona virus btn
Loading