ରାଜ୍ୟରେ ଆଉ ୧୪ ନୂଆ କରୋନା ସଂକ୍ରମିତ: ଗଞ୍ଜାମରୁ ୧୨, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଜଣେ

ଆଜି ସୁଦ୍ଧା ମୋଟ ୬୩,୪୭୮ଟି ସାମ୍ପଲ ପରୀକ୍ଷା ହୋଇଥିବାବେଳେ ୩୯୧ଟି ପଜିଟିଭ ବାହାରିଛି । ଏବେ ରାଜ୍ୟରେ ୩୨୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ଜୀବନ ଯାଇଛି ।

ରାଜ୍ୟରେ ଆଉ ୧୪ ନୂଆ କରୋନା ସଂକ୍ରମିତ: ଗଞ୍ଜାମରୁ ୧୨, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଜଣେ
ଆଜି ଗଞ୍ଜାମରେ ଆସି ପହଞ୍ଚିଥିବା ଏକ ଟ୍ରେନରେ ଆସିଛନ୍ତି ପାଖାପାଖି ୧,୨୦୦ ପ୍ରବାସୀ ଓଡ଼ିଆ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ ନୂଆ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୨ ଜଣ ଗଞ୍ଜାମ ଜିଲ୍ଲାର । କେନ୍ଦ୍ରାପଡ଼ାରେ ଜଣେ ଓ ସୁନ୍ଦରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି ।

କରୋନା ସଂକ୍ରମିତଙ୍କ ତାଲିକାରେ ରାଜ୍ୟରେ ଶୀର୍ଷରେ ଥିବା ଗଞ୍ଜାମରେ ଏହି ୧୨ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୩୭ । ଗଞ୍ଜାମରେ ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୨ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । କେନ୍ଦ୍ରାପଡ଼ାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ଓ ସୁନ୍ଦରଗଡ଼ରେ ୧୪କୁ ବୃଦ୍ଧି ପାଇଛି ।

କେନ୍ଦ୍ରାପଡ଼ାର ଆକ୍ରାନ୍ତ ଜଣଙ୍କ ରାଜନଗର ଅଞ୍ଚଳର । ସେ ସୁରତ ଫେରନ୍ତା ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । କେନ୍ଦ୍ରାପଡ଼ାରେ ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୭ ଜଣଙ୍କର ଚାଲିଛି ଚିକିତ୍ସା । ସୁନ୍ଦରଗଡ଼ର ଆକ୍ରାନ୍ତ ଜଣକ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।

ଗଞ୍ଜାମରେ ସୁରକ୍ଷା ପୋଷାକ ପିନ୍ଧି ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟରେ ଲାଗିଛନ୍ତି ।


ଏହା ବି ପଢ଼ନ୍ତୁ: ରାଜ୍ୟରେ ବଢ଼ିଲା କରୋନାର ଦୌଡ଼: ଆଜି ସକାଳେ ୫୮, ଅପରାହ୍ଣରେ ୧୦, ସନ୍ଧ୍ୟାରେ ୧୫ ଚିହ୍ନଟ

ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଥିବା ଘରକୁ ଫେରିଥିବା ବେଳେ ୮ ଜଣଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଉଛି । ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିଛି ପ୍ରଶାସନ ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୯୮ଟି ସାମ୍ପଲ ପରୀକ୍ଷା କରାଯାଇଛି । ଆଜି ସୁଦ୍ଧା ମୋଟ  ୬୩,୪୭୮ଟି ସାମ୍ପଲ ପରୀକ୍ଷା ହୋଇଥିବାବେଳେ  ୩୯୧ଟି ପଜିଟିଭ ବାହାରିଛି । ଏବେ ରାଜ୍ୟରେ ୩୨୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ଜୀବନ ଯାଇଛି ।

ଏହା ବି ପଢ଼ନ୍ତୁଲକଡାଉନ୍ ଯୋଗୁଁ କ୍ଷୀର ବିକ୍ରି ହୋଇପାରୁନି; ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ
First published: May 11, 2020, 1:59 PM IST
corona virus btn
corona virus btn
Loading