Breaking News: ଭାରତରେ କରୋନାର ନୂଆ ଷ୍ଟ୍ରେନରେ ଆଉ ୧୪ ଜଣ ସଂକ୍ରମିତ ହେଲେ; କେବଳ ଦିଲ୍ଲୀରୁ ୮ ଜଣ ରୋଗୀ
କରୋନା ଭାଇରସ ନୂଆ ଷ୍ଟ୍ରେନର ଆଉ ୧୪ଟି ମାମଲା ଭାରତରେ ଦେଖିବାକୁ ମିଳିଛି । ଏହା ସହ ସଂକ୍ରମିତ ସଂଖ୍ୟା ୨୦ରେ ପହଞ୍ଚିଛି ।

ଭାରତରେ କରୋନାର ନୂଆ ଷ୍ଟ୍ରେନରେ ଆଉ ୧୪ ଜଣ ସଂକ୍ରମିତ ହେଲେ
- News18 Odia
- Last Updated: December 30, 2020, 9:33 AM IST
ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନର ୧୪ଟି ମାମଲା ଦେଖିବାକୁ ମିଳିଛି । ଯାହା ପରେ ଏପର୍ଯ୍ୟନ୍ତ ସମୁଦାୟ ମାମଲା ୨୦ରେ ପହଞ୍ଚିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ କଲ୍ୟାଣ ଏହି ବିଷୟରେ ସୂଚନା ଦେଇଛନ୍ତି । ମଙ୍ଗଳବାର ଦିନ ବ୍ରିଟେନରୁ ଆସିଥିବା ନୂଆ କୋଭିଡ୍ ଷ୍ଟ୍ରେନ୍ର ୬ଟି ମାମଲା ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ମୋଟ ୨୦ଟି ମାମଲା ମଧ୍ୟରୁ ୮ଟି କେବଳ ଜାତୀୟ ରାଜଧାନୀ ଦିଲ୍ଲୀର ଅଟେ ।
କରୋନା ଭୂତାଣୁର କରୋନା ଭୂତାଣୁର (B.1.1.7) ଏହି ନୂଆ ଷ୍ଟ୍ରେନ୍ ତିନି ଗୁଣ ଅଧିକ ସଂକ୍ରାମକ ବୋଲି କୁହାଯାଏ । ଯଦିଓ କୋଭିଡ-୧୯ ର ଏହି ନୂଆ ଷ୍ଟ୍ରେନ୍ କେତେ ବିପଜ୍ଜନକ ଏହା ସ୍ପଷ୍ଟ ନୁହେଁ । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ଜିନୋମ ଗଠନ ଉପରେ ଅନୁସନ୍ଧାନ କରୁଛନ୍ତି ଓ ଏଥିରେ ପରିବର୍ତ୍ତନ ଯୋଗୁଁ ଭୂତାଣୁ ଅଧିକ ବିପଜ୍ଜନକ କିମ୍ବା ଅସୁରକ୍ଷିତ ହୋଇପଡିଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛନ୍ତି ।