News18 odia Digital
ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ମାଡ଼ିଚାଲିଥିବା କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ୟକ୍ତି ଯଦି ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରୁଛନ୍ତି ତାହେଲେ ତାଙ୍କୁ ୧୪-ଦିନିଆ ସଙ୍ଗରୋଧରେ (କ୍ବାରେଣ୍ଟାଇନ୍) ରହିବା ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା ସୀମାରେ କଡ଼ାକଡ଼ି ଚେକିଂ ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ଆର୍.ଟି.ପି.ସି.ଆର୍. ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇ ଡୋଜ୍ କରୋନା ଟିକା ନେଇଥିବାର ପ୍ରମାଣପତ୍ର ଥିବ ତାହେଲେ ତାଙ୍କ ପାଇଁ ସଙ୍ଗରୋଧ କଟକଣା କୋହଳ କରାଯିବ । ପଶ୍ଚିମ ବଙ୍ଗରୁ ଶହ ଶହ ସଂଖ୍ୟାରେ ଫେରୁଥିବା ପ୍ରବାସୀଙ୍କୁ ନଜରରେ ରଖି ଏମିତି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଗତ ୨୧ ଦିନରେ ପ୍ରାୟ ୫୦ ହଜାର ନୂଆ କରୋନା ପଜିଟିଭ୍ ବାହାରିଥିବାରୁ ରାଜ୍ୟ ସରକାର ଏହି ମହାମାରୀର ଦୃଢ଼ତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ।
ଏହା ବି ପଢ଼ନ୍ତୁ | ମହାରାଷ୍ଟ୍ରରେ ଏପ୍ରିଲ୍ ୨୨ରୁ ସମ୍ପୂର୍ଣ୍ଣ ଲକଡାଉନ୍ ଜାରି ହୋଇଛି; ମେ ମାସ ୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ‘‘ଏଣିକି ପଶ୍ଚିମ ବଙ୍ଗରୁ ଆସିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ପଶ୍ଚିମ ବଙ୍ଗରୁ ବିମାନରେ ଆସିଲେ ବି ୧୪ ଦିନ କ୍ବାରେଣ୍ଟାଇନରେ ରହିବାକୁ ହେବ । ପଶ୍ଚିମ ବଙ୍ଗରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହୁଥିବାରୁ ରାଜ୍ୟ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମ ବଙ୍ଗକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ କରାଯାଇଛି । ପଶ୍ଚିମ ବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି କରାଯିବ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଏହା ବି ପଢ଼ନ୍ତୁ | ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ଲାଲୁ; ଝିଅ ରଖୁଛି ରୋଜା, ମା’ ଦୁର୍ଗାଙ୍କ ପୂଜା କରୁଛି
ଶହ ଶହ ସଂଖ୍ୟାରେ ଲୋକେ ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଫେରି ଆସୁଛନ୍ତି ।
ସେ ଆହୁରି କହିଛନ୍ତି ଯେ ପଶ୍ଚିମ ବଙ୍ଗରେ କରୋନା ଭାଇରସର ବିପଜ୍ଜନକ ଟ୍ରିପଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ (Corona Virus Triple Mutant Variant) ମିଳୁଥିବାରୁ ସେଠାରୁ ଫେରୁଥିବା ଲୋକଙ୍କ ପାଇଁ ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନ୍ଧୁଣୀ ମା’ ସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁଓଡ଼ିଶାରେ ଦିନକୁ ଦିନ କୋଭିଡର ଭୟାବହତା ରେକର୍ଡ଼ ଭାଙ୍ଗୁଛି । ଗତ ୨୧ ଦିନରେ ପ୍ରାୟ ୫୦ ହଜାର କରୋନା ପଜିଟିଭ୍ ରାଜ୍ୟରେ ବାହାରିଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର୍ କରିଛି । ତେବେ ମୋ’ଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀ ହୋମ୍ ଆସୋଲେସନରେ ଅଛନ୍ତି । ଆଇସିୟୁରେ ମାତ୍ର ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ବୋଲି ସରକାର କହିଛନ୍ତି । ମେ୧ ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ସରକାର।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEOକରୋନା ସଂକ୍ରମଣର ପ୍ରଥମ ଲହର ତୁଳନାରେ ଏହି ଦ୍ୱିତୀୟ ଲହରରେ ଓଡ଼ିଶାରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଢେର୍ କମ ଥିଲେ ବି ଗତ ସାତ ଦିନରେ ୨୯ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି । ଏପ୍ରିଲ୍ ୧ରୁ ୧୬ ତାରିଖ ମଧ୍ୟରେ ୩,୦୧୮ ଜଣ ନୂଆ ସଂକ୍ରମିତ ସାମନାକୁ ଆସିଥିବା ବେଳେ କେବଳ ୧୭ ତାରିଖରେ ଏହି ସଂଖ୍ୟା ୩,୧୪୪ରେ ପହଞ୍ଚିଥିଲା ଓ କେବଳ ୧୮ ତାରିଖରେ ଏହା ୩,୬୬୪ ହୋଇଥିଲା ।
ଏପ୍ରିଲ୍ ୧୯ ତାରିଖରେ ୪,୪୪୫ ଜଣ, ୨୦ ତାରିଖରେ ୪,୭୬୧ ଜଣ, ୨୧ ତାରିଖରେ ୪,୮୫୧ ଜଣ ଓ ୨୨ ତାରିଖରେ ୬,୧୬୪ ଜଣ ନୂଆ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।