ରାଜ୍ୟରେ ଗୋଟିଏ ଦିନରେ ୧୩ ନୂଆ କରୋନା ପଜିଟିଭ; ମୋଟ ୭୪ଙ୍କ ଭିତରୁ ପଶ୍ଚିମ ବଙ୍ଗ ଫେରନ୍ତା ୨୪

ଲକଡାଉନ ସମୟରେ କଡ଼ା ପୋଲିସ ଚେକିଂ ଭିତରେ ଅନ୍ୟ ରାଜ୍ୟରୁ ଏମାନେ ଓଡ଼ିଶା ଆସିଲେ କେମିତି? ଏମାନେ କଣ ସାମାଜିକ ବାସନ୍ଦ ଭୟରେ ତଥ୍ୟ ଲୁଚେଇ ଆସୁଥିଲେ? ଏସବୁ ପ୍ରଶ୍ନର ଉତ୍ତର ଏ ଯାଏଁ ମିଳି ନାହିଁ ।

ରାଜ୍ୟରେ ଗୋଟିଏ ଦିନରେ ୧୩ ନୂଆ କରୋନା ପଜିଟିଭ; ମୋଟ ୭୪ଙ୍କ ଭିତରୁ ପଶ୍ଚିମ ବଙ୍ଗ ଫେରନ୍ତା ୨୪
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 20, 2020, 10:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୧୩ ଜଣ ନୂଆ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହେବା ସହିତ ରାଜ୍ୟରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏବେ ବଢ଼ି ୭୪ ହୋଇଛି । ଏହି ୧୩ ଜଣ ପଜିଟିଭ ବ୍ୟକ୍ତିଙ୍କ ଭିତରୁ ଯାଜପୁର ଜିଲ୍ଲାର ୫ ଜଣ ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ ପଜିଟିଭଙ୍କ ଭିତରୁ ୨୪ ଜଣ ବା ଏକ ତୃତୀୟାଂଶ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି ।

‘‘ଏହି ନୂଆ ୧୩ ଜଣ ଆକ୍ରାନ୍ତଙ୍କ ଭିତରୁ ଯାଜପୁରର ୫ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଥିବା ବେଳେ ଭଦ୍ରକର ଆଉ ୫ ମଧ୍ୟ ପଶ୍ଚିମ ବଙ୍ଗ ଫେରନ୍ତା । ଅନ୍ୟ ୩ ଜଣଙ୍କ ଭିତରୁ ଦୁଇ ଜଣ ବାଲେଶ୍ବରର ଓ ଜଣେ ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର। ଏବେ ପଶ୍ଚିମ ବଙ୍ଗ ଫେରନ୍ତା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାରୁ ଗତ ୨୮ ଦିନ ଭିତରେ ପଶ୍ଚିମ ବଙ୍ଗ ଫେରନ୍ତାମାନଙ୍କୁ ରେଜେଷ୍ଟ୍ରିଭୁକ୍ତ ହେବା ସହିତ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ସରଜମିନ ତଦନ୍ତ କରି ପଦକ୍ଷେପ ନେବାକୁ କୁହାଯାଇଛି,’’ କହିଛନ୍ତି ରାଜ୍ୟ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଭିତରୁ ୩ ଜଣ ଯାଜପୁର ବ୍ଲକର ହୋଇଥିବା ବେଳେ ଜଣେ କୋରେଇ ବ୍ଲକର ଓ ଆଉ ଜଣେ ଦଶରଥପୁର ବ୍ଲକର । ଆକ୍ରାନ୍ତମାନଙ୍କ ବୟସ ୨୮ରୁ  ୬୪ ବର୍ଷ ଭିତରେ ଓ ସମସ୍ତେ ପୁରୁଷ । ଏମାନେ ସମସ୍ତେ ହାଓଡ଼ା ଓ ବଡ଼ବଜାର ଅଞ୍ଚଳରେ ଶ୍ରମିକଭାବେ କାମ କରୁଥିଲେ ଓ ଗତ ୨୮ ଓ ୨୯ ତାରିଖରେ ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରିଥିଲେ । ବିଶ୍ରାର ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ପୂର୍ବ ଆକ୍ରାନ୍ତଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି ବୋଲି ବାଗଚୀ ସୂଚନା ଦେଇଛନ୍ତି ।

ପଶ୍ଚିମ ବଙ୍ଗର ଉତ୍ତରପଡ଼ାରେ ଏକ ଶିଶୁର ତାପମାତ୍ରା ମାପୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।


ଏହି ନୂଆ ୧୩ ପଜିଟିଭ ଭ୍ୟକ୍ତିଙ୍କ ସମେତ ରାଜ୍ୟରେ ଏବେ ୪୯ଟି କରୋନା ଆକ୍ଟିଭ ମାମଲା ଥିବା ବେଳେ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ରାଜ୍ୟରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ।

‘‘ରାଜ୍ୟରେ କରୋନା ମୁକାବିଲାରେ ସାମାଜିକ ଦୂରତ୍ୱ ନିୟମକୁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଲୋକମାନେ ଅଧିକ ମାନୁଛନ୍ତି । ତେଣୁ ଗ୍ରାମାଞ୍ଚଳର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ । ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶା ପ୍ରଶଂସିତ ହୋଇଛି,’’ କହିଛନ୍ତି ବାଗଚୀ ।

ତେବେ ଏକା ଥରକେ ଏତେ ସଂଖ୍ୟକ ପଜିଟିଭ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ଲକଡାଉନ ସମୟରେ କଡ଼ା ପୋଲିସ ଚେକିଂ ଭିତରେ ଅନ୍ୟ ରାଜ୍ୟରୁ ଏମାନେ ଓଡ଼ିଶା  ଆସିଲେ କେମିତି? ଏମାନେ କଣ ସାମାଜିକ ବାସନ୍ଦ ଭୟରେ ତଥ୍ୟ ଲୁଚେଇ ଆସୁଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳି ନାହିଁ ।
First published: April 20, 2020, 10:38 PM IST
corona virus btn
corona virus btn
Loading