News18 Odia Digital
ଭୁବନେଶ୍ୱର: ରାଜ୍ୟରେ ୧୯ଟି ଜିଲ୍ଲାରୁ ଆଉ ୧୨୯ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଏ ପର୍ଯ୍ୟନ୍ତ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା । ୧୨୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୦ ସ୍ଥାନୀୟ ମାମଲା ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୧୮ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୧୬ ଜଣ ଅଛନ୍ତି । ନୂଆପଡ଼ାରେ ୧୨, ବଲାଙ୍ଗିରରୁ ୧୧, ଗଞ୍ଜାମ ଓ ଯାଜପୁରରେ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ୬ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୁରୀ ଓ ଦେବଗଡ଼ରୁ ୪, କେନ୍ଦୁଝରରୁ ୩ ଓ ଜଗତସିଂହପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୪୮ରେ ପହଞ୍ଚିଛି । ଏଥିରୁ ୮୮୯ ଜଣ ଚିକିତ୍ସାଧୀନ ଥିବା ବେଳେ ୧,୦୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
କେନ୍ଦ୍ରାପଡ଼ାରେ ଆଜି ଚିହ୍ନଟ ହୋଇଥିବା ୧୮ ଜଣ କରୋନା ଭାଇରସ୍ ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ରାଜ୍ୟ ବାହାରୁ ଫେରିଥିବା ବେଳେ ୬ ଜଣ ସ୍ଥାନୀୟ ବାସିନ୍ଦା । ଚିନ୍ତାର ବିଷୟ ହେଉଛି ଦୁଇଟି ଟି.ଏମ୍.ସି. (TMC, temporary medical centre)ରେ କାର୍ଯ୍ୟରତ ଛଅ ଜଣ କର୍ମଚାରୀ ଯଥା ଆଶା କର୍ମୀ, ଅଙ୍ଗନବାଡି ଦିଦି, ସ୍ବାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନେ ମାର୍ଶାଘାଇ ହାଇସ୍କୁଲ ଓ ପଟ୍ଟାମୁଣ୍ଡାଇ ପେଣ୍ଠପାଳ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦ୍ରାପଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି କାରଯାଇଛି । ଏହି ଦୁଇ ଟି.ଏମ୍.ସି.କୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ମାର୍ଶାଘାଈର ୨ଟି ୱାର୍ଡରେ ୩୦୦ ପରିବାର ଓ ପେଣ୍ଠପାଳ ଦାଣ୍ଡିସାହିର ୧୦୦ ପରିବାରକୁ କଣ୍ଟେନମେଣ୍ଟ କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଯଦି କାହାର ଲକ୍ଷଣ ଦେଖା ନ ଯାଏ ତାହାଲେ କଣ୍ଟେନମେଣ୍ଟ ଜୋନ ଉଠାଇ ଦିଆଯିବ ବୋଲି ଜିଲ୍ଲପାଳ ସମର୍ଥ ବର୍ମା କହିଛନ୍ତି । ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ୧୮ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳ ୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।
ଏହା ବି ପଢ଼ନ୍ତୁ:ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।